ମହିଳାଙ୍କ ମୃତଦେହ ଜବତ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୧୯।୩: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବଡକେନ୍ଦୁଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ବନ୍ଦ କୋଠରିରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଆମପାଣି ପୋଲିସ ଜବତ କରିଛି। ସେ ହେଲେ ବଡକେନ୍ଦୁଗୁଡା ଗ୍ରାମର ଟଙ୍କଧର ପୂଝାରୀଙ୍କ ସ୍ତ୍ରୀ ଚନ୍ଦ୍ରିକା ପୂଝାରୀ(୩୦)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଚନ୍ଦ୍ରିକାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ସାହଯ୍ୟରେ ପୋଲିସ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଚନ୍ଦ୍ରିକା ଶୁକ୍ରବାର ସକାଳେ ଶୋଇବା କୋଠରିରେ ବେକରେ ଶାଢୀ ଲଗାଇ ଝୁଲୁଥିବା ଅବସ୍ଥାରେ ଶାଶୁଘର ଲୋକେ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶାଶୁ ଘର ଲୋକେ ଆମପାଣି ପୋଲିସ ଓ ବୋହୂଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏ ନେଇ ଆମପାଣି ଥାନାରେ ଏକ ମାମଲା (ନଂ.୨୪/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଅଗ୍ନିକାଣ୍ଡ: ଜଳିଗଲା ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ

ମାଲକାନଗିରି, ୨୮।୬(ସ୍ବ.ପ୍ର.): ମାଲକାନଗିରି ଜିଲା ମ୍ୟୁନିସିପାଲଟି ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଊର୍ଦ୍ଧ୍ୱ ମୋଟରସାଇକେଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଫିସ...

ଅନାଥ ତ୍ରିଲୋଚନ ଏବେ ଅସହାୟ

ତେଲକୋଇ, ୨୨।୧୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ବ୍ଲକ ଅଧ୍ୟକ୍ଷ ପଦବୀ ଆଦିବାସୀ ସଂରକ୍ଷିତ ହୋଇଥିଲେ ମଧ୍ୟ ଏହି ବ୍ଲକରେ ଆଦିବାସୀ ସବୁଠୁ ବେଶୀ...

ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି...

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ଚାଷ ପାଇଁ ଚାଷୀ ଚିନ୍ତିତ

ପୁରୁଣା ଭୁବନେଶ୍ୱର,୨୧ା୯(ଡି.ଏନ.ଏ.): ରାଜଧାନୀର ବିଭିନ୍ନ ମଠ ମନ୍ଦିର, ଆଦି ସରକାରୀ ଜାଗାକୁ ଜବରଦଖଲ କରିସାରିବା ପରେ ଏବେ ରାଜଧାନୀର ଉପକଣ୍ଠରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି।...

ରେଡ ୱାର୍ଣ୍ଣିଂ କାଟାଗୋରି-୧’ରେ ଏସବୁ ଜିଲା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ଓ ଗଭୀର ଅବପାତ ପରେ ବାତ୍ୟାର ରୂପ ନେଇ ସାରିଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ...

ବଲାଙ୍ଗୀରରେ ଟଣା ହେବନି ରଥ

ବଲାଙ୍ଗୀର ଅଫିସ,୧୬।୬: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା...

ମେଡିକାଲ ଛାତ୍ର ଆନ୍ଦୋଳନକୁ ଏଆଇଡିଏସ୍‌ଓ ଗଞ୍ଜାମ ଶାଖାର ସମର୍ଥନ

ବ୍ରହ୍ମପୁର ଅଫିସ,୧୬ା୬-କଲିକତାର ଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ୨ଜଣ ଡ଼ାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଦେଶବ୍ୟାପି ଚାଲିଥିବା ଡ଼ାକ୍ତରୀ ଛାତ୍ର ଆନ୍ଦୋଳନକୁ ଏଆଇଡିଏସ୍‌ଓ (ଅଲ ଇଣ୍ଡିଆ...

Advertisement


Archives

Model This Week