Posted inଖେଳ

ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ

ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ଏକ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୮ ଉଇକେଟ ଜିତିଥିଲା। ଭାରତର ଏହି ବିଜୟରେ ଭାରତର ଷ୍ଟାର ବୋଲର ଆର ଅଶ୍ୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପରେ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ବିବୃତ୍ତି ଆସିଛି। ମେଲବୋର୍ନ ଟେଷ୍ଟରେ ଅଶ୍ୱିନ ମୋଟ ୫ ଉଇକଟ ନେଇଥିଲେ। ୩୪ ବର୍ଷିୟା ପ୍ରୀତି ନିଜ ଟୁଇଟରରେ ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ବକ୍ସିଂ ଡେ’ ଟେଷ୍ଟ ଜିତିବା ପରେ ଅଶ୍ୱିନ କେତେ ଖୁସି ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏତେ ଖୁସିରେ ଦେଖି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି। ପ୍ରୀତି ଲେଖିଛନ୍ତି ଯେ, ଅଶ୍ୱିନ ଖେଳୁଥିବା ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍‌ ପରେ ମୁଁ ତାଙ୍କ ସହ କଥା ହୁଏ। କିନ୍ତୁ ଏହି ୧୦ ବର୍ଷ ମଧ୍ୟରେ, ମୁଁ ତାଙ୍କୁ ଏତେ ଖୁସି, ସନ୍ତୁଷ୍ଟ ଏବଂ ତାଙ୍କ ଆଖିରେ ଏତେ ଖୁସି କେବେ ଦେଖି ନାହିଁ। ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ଉପରେ ଟିମ ଇଣ୍ଡିଆର ଧ୍ୟାନ ରହିଛି। ଏହା ପରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ୧୫ରୁ ୧୯ ଜାନୁୟାରୀ ପର୍ଯ୍ୟନ୍ତ ବ୍ରିସବେନରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୋ ଖୋ ଯୋଡ଼ିଛି ନୂଆ ଫର୍ଦ୍ଦ

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା କ୍ରମେ ଆଗକୁ ବଢ଼ୁଛି। ପ୍ରତିଯୋଗିତା ଆୟୋଜନ ହେଉ କିମ୍ବା ଭିତ୍ତିଭୂମି ପ୍ରସ୍ତୁତି ଅବା ଅଂଶଗ୍ରହଣ, ଏବେ କେବଳ ଗୋଟିଏ କିମ୍ବା ଦୁଇଟି...

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ

କାବୁଲ,୧୫।୯: ଏସିଆ କପ୍‌ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ...

ଡେବ୍ୟୁ ପୂର୍ବରୁ ଭାଇ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର, ଆକାଶକୁ ଚାହିଁ…

ପୁଣେ,୨୩।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଖେଳ ଜାରି ରହିଛି। ଟେଷ୍ଟ ଏବଂ ଟି୨୦ ସିରିଜରେ ଇଂଲଣ୍ଡକୁ ହରାଇବା...

ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ଅଷ୍ଟ୍ରେଲିଆ ଅଧିନାୟିକା, ପୁଣି ହାରିଲା…

ଅକ୍‌ଲ୍ୟାଣ୍ଡ,୧୯।୩: ଆଇସିସି ମହିଳା ବିଶ୍ୱକପର ଆଉ ଏକ ମୁକାବିଲାରେ ପୁଣି ହାରିଛି ଭାରତ। ସ୍ଥାନୀୟ ଇଡେନ୍‌ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ...

ଆଇପିଏଲ ପୂର୍ବରୁ ଫୁଲ ଫର୍ମରେ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୯।୩ : ଆଇପିଏଲ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓପନର ତଥା ଅଧିନାୟକ ପୃଥ୍ବୀ ଶ’। ସୌରାଷ୍ଟ୍ର ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର...

ଆଇପିଏଲ୍‌ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍‌ର...

ସିରିଜ ଆରମ୍ଭ ପୂର୍ବରୁ ଭାରତ ୩-୧ରେ ଜିତିବ କହିଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; କଷ୍ଟକର ହେବ…

ନୂଆଦିଲ୍ଲୀ,୩।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଏକାଧିକ ଥର ଭାରତର ପରାଜୟର ପୂର୍ବାନୁମାନ...

ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ

ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍‌ ପକାଇଥିଲେ। ଅବଶ୍ୟ...

Advertisement
Archives

Model This Week