ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି ମିଥ୍ୟା କହି ଆସୁଥିଲେ। ମହିଳା ହେଲେ ୨୯ ବର୍ଷିୟ ଟୋନି ଷ୍ଟାଣ୍ଡନ। ନିଜକୁ କର୍କଟ ହୋଇଥିବା ଟୋନି ତାଙ୍କ ବନ୍ଧୁମାନଙ୍କୁ କହିଥିଲେ। ତାଙ୍କର ହାତରେ ଆଉ କିଛି ଦିନ ସମୟ ବାକି ଅଛି। ଏଣୁ ସେ ଜାକଜମକରେ ବିବାହ କରିବାକୁ ଚାହୁଁଥିବା କହିଥିଲେ। ଏହା ପରେ ତାଙ୍କ ବନ୍ଧୁମାନେ ପାଣ୍ଠି ଯୋଗାଡ଼ କରି ଟୋନିଙ୍କ ସ୍ବପ୍ନ ପୂରଣ କରିବାକୁ ଚାହିଁଥିଲେ। ହେଲେ କିଛି ଦିନ ପରେ ଟୋନିଙ୍କ ଏହି ମିଛ ଧରାପଡ଼ି ଯାଇଛି।
୨୦୧୫ ରେ ଟୋନି ତାଙ୍କର ଦୁଇ ବନ୍ଧୁ ଆଶଲି ଏବଂ ଜେନିଫର୍‌ ଡଗଲସଙ୍କୁ କହିଥିଲେ ସେ କର୍କଟ ସହ ଲଢ଼ୁଛନ୍ତି। ତାଙ୍କ ଅବସ୍ଥା ବିଷୟରେ ସେ ନିଜ ସାଙ୍ଗମାନଙ୍କୁ କ୍ରମାଗତ ଭାବରେ ଅପଡେଟ୍‌ କରୁଥିଲେ। ଯାହାଫଳରେ ସେ ମିଛ କହୁଥିବାର ସନ୍ଦେହ ହେଉ ନ ଥିଲା। ଟୋନି ମଧ୍ୟ ଲଣ୍ଡା ଥିଲେ ଯାହାଦ୍ୱାରା ସେ କର୍କଟ ଚିକିତ୍ସା କରୁଛନ୍ତି ବୋଲି ପ୍ରମାଣିତ ହେଉଥିଲା।
ଟୋନିଙ୍କ ଘନିଷ୍ଠ ବନ୍ଧୁମାନେ ଏକ ପେଜ କରି ୮,୩୪୪ ପାଉଣ୍ଡ ଅର୍ଥାତ ପ୍ରାୟ ସାଢ଼େ ଆଠ ଲକ୍ଷ ଟଙ୍କା ପାଣ୍ଠି ଗ୍ରହଣ କରଥିଲେ। ଏହା ବ୍ୟତୀତ ଜଣେ ସ୍ଥାନୀୟ ବ୍ୟବସାୟୀ ତାଙ୍କୁ ୨,୦୦୦ ହଜାର ପାଉଣ୍ଡର ଆର୍ଥିକ ସହାୟତା ଦେଇଥିଲେ। ସେହିପରି ବିବାହ ପାଇଁ ଉପହାର ସ୍ବରୂପ ଟୋନି ଏକ କାର ମଧ୍ୟ ପାଇଥିଲେ।

ଟୋନିଙ୍କ ପିତା ପ୍ରକୃତରେ କର୍କଟ ରୋଗରେ ପୀଡିତ ଥିଲେ। ଝିଅର ବିବାହ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ହେଲେ ସେ ତାଙ୍କ ଝିଅ ପାଇଁ ଏକ ଭିଡିଓ ତିଆରି କରିଥିଲେ ଯାହା ଟୋନିଙ୍କ ବିବାହ ଦିନ ଚଲାଯାଇଥିଲା। ଏହା ବ୍ୟତୀତ ଇଂଲଣ୍ଡ ଫୁଟବଲ କ୍ଲବ ଏଭର୍ଟନର ଖେଳାଳି ମଧ୍ୟ ତାଙ୍କୁ ଏକ ଭିଡିଓ ମେସେଜ ପଠାଇ ବିବାହ ପାଇଁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବିବାହ ଦିନ ଟୋନି ବହୁତ ଖୁସି ଦେଖାଯାଉଥିଲେ, ଯାହା ପରେ ତାଙ୍କ ଅସୁସ୍ଥତା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଶେଷରେ ଟୋନି ସାଙ୍ଗମାନଙ୍କୁ ଫୋନକରି ମିଥ୍ୟା ବିଷୟରେ ଜଣାଇଥିଲେ। ଯାହା ତାଙ୍କ ସାଙ୍ଗମାନେ ରେକର୍ଡ କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ତାଙ୍କ ସ୍ବପ୍ନର ବିବାହ ଏବଂ ବିଳାସପୂର୍ଣ୍ଣ ଛୁଟି କାଟିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି। ଟୋନି ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ କହିଛନ୍ତି ଯେ, ଯେହେତୁ ତାଙ୍କ ସ୍ବାମୀଙ୍କର ଏ ବିଷୟରେ କୌଣସି ଧାରଣା ନ ଥିଲା, ତେଣୁ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏ ନେଇ ସେ ତାଙ୍କୁ ଛାଡପତ୍ର ଦେଇପାରନ୍ତି। ପରେ ତାଙ୍କୁ ୫ ମାସ ଦଣ୍ଡ ଶୁଣାଯାଇ ଜେଲ୍‌ ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ ଶିଖ୍‌ ମହିଳାଙ୍କ ଆତ୍ମହତ୍ୟା: ମୃତଦେହ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଓ୍ବାଶିଂଟନ୍‌,୧୧।୮: ଆମେରିକାରେ ରହୁଥିବା ଜଣେ ଭାରତୀୟ ଶିଖ୍‌ ମହିଳା ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ମନଦୀପ କୌର। ୩୦...

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦...

‘ସେମାନେ ରୁଷୀୟଙ୍କୁ ଘୃଣା କରନ୍ତି’

ମସ୍କୋ, ୧ା୬: ରୁଷିଆରୁ ତୈଳ ଆମଦାନୀ ବ୍ୟାନ୍‌ କରିବା ନେଇ ଇୟୁର ସଦ୍ୟ ନିଷ୍ପତ୍ତି ପରେ ମସ୍କୋ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷୀୟ ନାଗରିକଙ୍କ...

ୟୁକ୍ରେନ୍‌ରେ ୪୫ ମାଇଲ ଖାଇ ଖୋଳିଛି ରୁଷିଆ

କିଭ୍‌, ୧୨ା୪ : ୟୁକ୍ରେନ୍‌ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ନିକଟରେ...

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

ନିଜ ଗାତରେ ନିଜେ

ମହିଳା ଜଣକ କାନ୍ଦୁଥିଲେ। ଲୁହ ତାଙ୍କ ବନ୍ଧବାଡ଼ ମାନୁ ନ ଥିଲା। ଆଉ କହୁଥିଲେ ଯେ, ମୋର ଆଉ ବେଶିଦିନ ବଞ୍ଚତ୍ବାର ନାହିଁ। ଈଶ୍ୱର ମୋ...

କାଜାଖସ୍ତାନ

ସେଣ୍ଟ୍ରାଲ ଏସିଆର ଧନୀ ଦେଶଗୁଡ଼ିକ ମଧ୍ୟରେ କାଜାଖସ୍ତାନ ଅନ୍ୟତମ। ଏହା ପୃଥିବୀର ନବମ ବୃହତ୍ତମ ଦେଶ। ନୁର-ସୁଲତାନ ଏହାର ରାଜଧାନୀ ହୋଇଥିବା ବେଳେ ଆଲ୍‌ମାଟି ହେଉଛି...

ଆଇଏସ୍‌ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍‌

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ...

Advertisement
Archives

Model This Week