ଯେଉଁ ଅଫିସ୍‌ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍‌ର ଚୌକି

ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଜଣେ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି। ଯେଉଁ ଅଫିସରେ ମହିଳା ଜଣକ ଗତ ପାଞ୍ଚ ବର୍ଷ ଧରି ସୁଇପର ଭାବେ କାର୍ଯ୍ୟ କରୁଥିଲେ, ବର୍ତ୍ତମାନ ସେ ଉକ୍ତ କାର୍ଯ୍ୟାଳୟରେ ଚେୟାର ସମ୍ଭାଳିବେ। ଅର୍ଥାତ୍‌ ମୁଖ୍ୟ ପଦବୀରେ ବସିବେ।

ରୁଷିଆରେ ସ୍ଥାନୀୟ ନିର୍ବାଚନର ଆଭିମୁଖ୍ୟ ଯୋଗୁ ଏହା ସମ୍ଭବ ହୋଇଛି। ବାସ୍ତବରେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ଜଣେ ପ୍ରାର୍ଥୀଙ୍କୁ ଉକ୍ତ କାର୍ଯ୍ୟାଳୟରେ ସୁଇପର ଭାବରେ କାର୍ଯ୍ୟ କରୁଥିବା ଉଦୋଡ୍‌ସ୍କାୟା ମାରିନା ନାମକ ଜଣେ ମହିଳା ହରାଇ ଦେଇଛନ୍ତି।

ବର୍ତ୍ତମାନ ନିର୍ବାଚନ ଜିତିବା ପରେ ମାରିନା ୧୫୫ କିଲୋମିଟର ପର୍ଯ୍ୟନ୍ତ ପାଓଲିକା ଜିଲାର ଦାୟିତ୍ୱ ଗ୍ରହଣ କରିବେ। ରୁଷିଆର ପାଓଲିକାରେ ଜିଲା ମୁଖ୍ୟ ନିର୍ବାଚନରେ ପୁଟିନଙ୍କ ଦଳର ପ୍ରାର୍ଥୀ ନିକୋଲାଇଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନ ଥିଲେ। ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ନିକୋଲାଇ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାରିନାଙ୍କୁ ତାଙ୍କ ବିପକ୍ଷରେ ରଖିଥିଲେ। ସେ ଜାଣି ନ ଥିଲେ ଯେ, ସଂପୃକ୍ତା ମହିଳାଙ୍କଠାରୁ ହାରିବେ ବୋଲି।

ଯେତେବେଳେ ନିର୍ବାଚନ ଫଳାଫଳ ଆସିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ନିର୍ବାଚନରେ ପୁଟିନଙ୍କ ଦଳର ପ୍ରାର୍ଥୀ ନିକୋଲାଇଙ୍କୁ ୬୨% ପ୍ରତିଶତ ଭୋଟରେ ମାରିନା ପରାସ୍ତ କରିଛନ୍ତି। ବିଶେଷ କଥା ହେଉଛି ମାରିନା ଏନେଇ କୌଣସି ପ୍ରକାର ପ୍ରଚାର ମଧ୍ୟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦର୍ଶନକାରୀଙ୍କୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଆମ ପାଖରେ ରହିଛି ଭୟଙ୍କର କୁକୁର ସହିତ ମାରଣାସ୍ତ୍ର

ଓ୍ବାଶିଂଟନ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଜଣେ ଅଣ-ଶ୍ୱେତାଙ୍ଗଙ୍କ ମୃତ୍ୟୁ ନେଇ ପ୍ରଦର୍ଶନ ଜାରି ରହିଛି। ମିନେସୋଟା ରାଜ୍ୟର ମିନେପୋଲିସ ସହରରେ ପୋଲିସ ହେପାଜତରେ...

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି...

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ...

ପୁଟିନ୍‌ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର ୟାର୍ସ, ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ…

ମସ୍କୋ/ଓ୍ବାଶିଂଟନ, ୭।୭ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପାପକ୍ଷରେ ଫିନଲାଣ୍ଡ ଏବଂ ସ୍ବିଡେନକୁ ନେଇ ନାଟୋରେ ଚାଲିଥିବା ପ୍ରସଙ୍ଗ ମଧ୍ୟରେ ରୁଷ ରାଷ୍ଟ୍ରପତି...

ଜଳବାୟୁ ପରିବର୍ତ୍ତନ ମୁକାବିଲା ଜରୁରୀ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୧ା୯: ଜଳବାୟୁ ପରିବର୍ତ୍ତନ ସଙ୍କଟ ମୁକାବିଲାରେ ବିଫଳତାକୁ ନେଇ ଚିନ୍ତିତ ଓ ଭବିଷ୍ୟତକୁ ନେଇ ଉତ୍କଣ୍ଠିତ ଅଗଣିତ ସ୍ବଳ୍ପବୟସ୍କ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ଏଭଳି...

ଜାପାନ-ରୁଷିଆ ମଧ୍ୟରେ ବଢ଼ିଲା ଉତ୍ତେଜନା: କୁରିଲ ଦ୍ୱୀପରେ ରୁଷିଆ କ୍ଷେପଣାସ୍ତ୍ର ପ୍ରଣାଳୀ…

ମସ୍କୋ/ଟୋକିଓ,୬।୧୨ : ରୁଷିଆ ଏବଂ ଜାପାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ବାସ୍ତବରେ ରୁଷିଆର ଉତ୍ତେଜନାମୂଳକ ପଦକ୍ଷେପ ପରେ ଏଭଳି...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଭାରତକୁ ସମର୍ଥନ କଲା ରୁଷିଆ

ମସ୍କୋ,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ମାମଲାରେ ପାକିସ୍ତାନକୁ ପୁଣି ଏକ ଝଟକା ଲାଗିଛି। ବୁଧବାର ରୁଷିଆ ରାଜନେତା ନିକୋଲେ କୁଦାଶେଭ୍‌ କହିଛନ୍ତି ଯେ, ଏହା...

ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…

ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ...

Advertisement
Archives

Model This Week