Posted inଜାତୀୟ

ବାପଘରକୁ ଯାଇ ଫେରିଲେନି ସ୍ତ୍ରୀ, ସ୍ବାମୀ କଲେ ଏମିତି ହାଇଭୋଲଟେଜ୍‌ ଡ୍ରାମା

ଜୟପୁର,୩୧।୩: ରାଜସ୍ଥାନର ଢୋଲପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଭଦୋରିଆପଡ଼ାରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ଏକ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରାୟ ୫୦ ଫୁଟ ଓସ୍ତଗଛ ଉପରକୁ ଚଢ଼ିଯିବାରୁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଯୁବକ ଜଣକ ଗଛକୁ ଚଢ଼ିବା ପରେ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଯୁବକଙ୍କୁ ତଳକୁ ଆସିବା ପାଇଁ ବହୁତ ବୁଝାଇଥିଲେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ଏବଂ ଶିଡ଼ି ଲଗାଇଥିଲା। ଗଛ ତଳେ ଗଦି ଧରି କିଛି ଲୋକ ଠିଆ ହୋଇଥିଲେ। ବହୁତ ସମୟ ଯୁବକଙ୍କୁ ବୁଝାଇବା ପରେ ସେ କ୍ରେନ୍‌ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ।

ଯୁବକ ତଳକୁ ଆସିବା ପରେ ପୋଲିସ ତାଙ୍କୁ ଏହାର କାରଣ ପଚାରିଥିଲା। ସେ କହିଥିଲେ, ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରେ ଯାଇ ରହୁଛନ୍ତି। ଆଉ ତାଙ୍କ ପାଖକୁ ଫେରୁନାହାନ୍ତି। ଏହି ଯୁବକଙ୍କ ନାମ ଲହୋରେରାମ ଭଦୋରିଆ। ତାଙ୍କ ସ୍ତ୍ରୀ ସଙ୍ଗୀତା ବାଳା ନଗଲାସ୍ଥିତ ବାପଘରେ ୨ ବର୍ଷ ହେଲା ରହୁଛନ୍ତି। ଲହୋରେରାମଙ୍କ କହିବା କଥା ତାଙ୍କ ବାପଘର ଲୋକେ ସଙ୍ଗୀତାକୁ ନେଇଯାଇଥିଲେ। ପରେ ସେ ଆଉ ଫେରି ନ ଥିଲେ। ଏନେଇ ଲହୋରେରାମ ବହୁବାର ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସେ ଆଜି ବାଧ୍ୟ ହୋଇ ଗଛରେ ଚଢ଼ି ଏମିତି ଡ୍ରାମା କରିଥିଲେ।

ଉପଜିଲାପାଳ ରାଧେଶ୍ୟାମ ମୀନାଙ୍କ କହିବା କଥା, ପୂରା ଘଟଣା ସମ୍ପର୍କରେ ଯୁବକଙ୍କୁ ପଚରାଯାଉଛି। ତାଙ୍କ ସ୍ତ୍ରୀ କେଉଁ କାରଣରୁ ସ୍ବାମୀଙ୍କ ନିକଟକୁ ଆସୁନାହାନ୍ତି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri