Posted inଅପରାଧ

ପ୍ରେମିକ ସହ ମିଶି ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କଲେ ସ୍ତ୍ରୀ

ବାରମେର, ୮।୭- ରାଜସ୍ଥାନର ବାରମେରା ଜିଲାରୁ ଚକିତ କଲା ଭଳି ଏକ ଘଟଣା ଘଟିଯାଇଛି। ଜଣେ ବିବାହିତା ମହିଳା ପ୍ରେମିକ ସହ ମିଶି ନିଜ ସ୍ବାମୀକୁ କରେଣ୍ଟ ଲଗାଇ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମହିଳା ଜଣଙ୍କ ରାତି ସାରା ମୃତ ସ୍ବାମୀଙ୍କ ଶବ ନିକଟରେ ଶୋଇଥିଲେ। ସକାଳେ ପରିବାର ଲୋକ ବ୍ୟକ୍ତିଙ୍କ କରେଣ୍ଟ ଆଘାତରେ ମୃତ୍ୟୁ ହୋଇଥିବା ଭାବି ଶବ ଦାହ କରିଦେଇଥିଲେ। ତେବେ ଏହି ଘଟଣାର ୨୦ ଦିନ ପରେ ପୋଲିସ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିଛି। ବାରମେରା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦିନଗର ଅଞ୍ଚଳର ୩୫ ବର୍ଷୀୟ ମାନାରାମ ସ୍ତ୍ରୀ ପପୁ ଦେବୀ ଓ ପରିବାର ସହ ରହୁଥିଲେ। ପପୁ ଦେବୀଙ୍କ ସେହି ଗ୍ରାମରେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା, ଯାହାକୁ ମାନାରାମ ଜାଣିପାରିଥିଲେ। ତେଣୁ ପପୁ ପ୍ରେମିକଙ୍କ ସହ ମିଶି ମାନାରାମଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଜୁନ ୧୪ ରାତିରେ ପପୁ ଖାଦ୍ୟରେ ନିଦ ବଟିକା ମିଶାଇ ମାନାରାମଙ୍କୁ ଖାଇବାକୁ ଦେଇଥିଲେ। ମାନାରାମ ଶୋଇ ପଡ଼ିବା ପରେ ପପୁ ଦେବୀଙ୍କ ପ୍ରେମିକ ଏକ ବିଜୁଳି ତାର ନେଇ ପହଞ୍ଚତ୍ଥିଲେ। ତାରର ଗୋଟିଏ ପାର୍ଶ୍ୱକୁ ଇଲେକ୍ଟ୍ରି ସଂଯୋଗ କରାଯାଇଥିବାବେଳେ ଅନ୍ୟ ପାର୍ଶ୍ୱକୁ ଗୋଲ୍‌ ଗୋଲ୍‌ ରିଙ୍ଗ୍‌ ପ୍ରସ୍ତୁତ କରାଯାଇ ମାନାରାମଙ୍କ ହାତ ଓ ଗୋଡ଼ର ଆଙ୍ଗୁଠିରେ ପୁରାଇ ଦିଆଯାଇଥିଲା। ଏହାପରେ ପପୁ ଦେବୀ ସୁଇଚ୍‌ ଅନ୍‌ କରିଥିଲେ। ଫଳରେ ମାନାରାମ ଛଟପଟ ହୋଇ ପ୍ରାଣ ହରାଇଥିଲେ। ଏହାପରେ ପପୁଙ୍କ ପ୍ରେମିକ ଘଟଣାସ୍ଥଳରୁ ପଳାଇଥିଲେ। ପପୁ ରାତି ସାରା ମାନାରାମଙ୍କ ଶବ ନିକଟରେ ଶୋଇବାର ଅଭିନୟ କରିଥିଲେ। ପରଦିନ ସକାଳେ ସ୍ବାମୀ ଉଠୁ ନ ଥିବାନେଇ ପରିବାର ଲୋକଙ୍କୁ ପପୁ ଜଣାଇଥିଲେ। ଏହାପରେ ପରିବାର ଲୋକେ ମାନାରାମଙ୍କୁ ମେଡିକାଲ ନେଇ ଯାଇଥିବାବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ପୋଷ୍ଟ ମର୍ଟମ ରିପୋର୍ଟରୁ ଏହା କରେଣ୍ଟଜନିତ ବୋଲି ଜଣାପଡ଼ିଥିଲା। ତେବେ ମାନାରାମଙ୍କ ଭାଇ ଓ ପରିବାର ଲୋକ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ପପୁଙ୍କ ଉପରେ ସନ୍ଦେହ କରି ତାଙ୍କୁ କିଛିଦିନ ଧରି ବାରମ୍ବାର ଇଆଡ଼ୁ ସିଆଡ଼ୁ ପ୍ରଶ୍ନ କରିଚାଲିଥିଲେ। ଶେଷରେ ପ୍ରେମିକା ସହ ମିଶି ମାନାରାମଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ପପୁ ସ୍ବୀକାର କରିବା ସହ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହି ଘଟଣାରେ ପୋଲିସ ପପୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ...

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା...

ସ୍ବାମୀଙ୍କ ଦୁଇହାତକୁ ଧରିଲେ ନବବିବାହିତା, କୁରାଢ଼ିରେ ଚୋଟ ପରେ ଚୋଟ ମାରିଚାଲିଲେ ପ୍ରେମିକ; ଆଉ ତା’ ପରେ…

ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ...

ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର...

ରାଜଧାନୀରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକ ରୋଡ଼,୧୦।୯(ଡି.ଏନ୍‌.ଏ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀ କିଟ୍‌ ଛକରେ ଚଢ଼ାଉକରି ଜଣେ ବ୍ରାଉନ୍‌ସୁଗାର ବ୍ୟବବସାୟୀଙ୍କୁ ଗିରଫ କରିଛି। ସେ ହେଲେ...

୧୧ଲକ୍ଷ ଟଙ୍କା ନ ଫେରାଇ ମହିଳାଙ୍କୁ ଅସଦାଚରଣ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବାଉନ୍ସରମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ବାର୍‌ର ବାଉନ୍ସରମାନେ ମାଡ଼ ମାରି ଜଣେ ବ୍ୟକ୍ତିଙ୍କ ଗୋଡ଼...

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି।...

ବିବାହର ୭ ମାସ ନ ପୂରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ତିର୍ତ୍ତୋଲ,୨୯।୮(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜକିଶୋର ବେହେରାଙ୍କ...

Advertisement


Archives

Model This Week

Why Dharitri