ଯେତେ ବିଜ୍ଞ ସେତେ ଅଜ୍ଞ

ପ୍ରତ୍ୟେକ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ସ୍ବତନ୍ତ୍ର। ବିଶେଷକରି ରବିବାର ଦିନ ଆୟୋଜିତ ସାହିତ୍ୟ ଆସର ଅବସରର ଆନନ୍ଦ ସମ୍ପୂର୍ଣ୍ଣ ନିଆରା। ଜିଲା ସଂସ୍କୃତି ଭବନରେ ଜଣେ ଶିକ୍ଷାବିତ୍‌ଙ୍କ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟ ସଭାରେ ମୋର ଉପସ୍ଥିତି ଏକ ସୁନ୍ଦର ଅନୁଭୂତି। ଯଦିଓ ନିମନ୍ତ୍ରଣ ପତ୍ରରେ କାର୍ଯ୍ୟସୂଚୀ ତଥା ସମୟ ନିର୍ଘଣ୍ଟ ହୋଇଥଲା, କିନ୍ତୁ ସଭାଟି ଆରମ୍ଭ ହେଲା ଦେଢ଼ଘଣ୍ଟା ବିଳମ୍ବରେ। କାରଣ ସଭା ପାଇଁ ନିମନ୍ତ୍ରିତ ପ୍ରତ୍ୟେକ ଅତିଥି ଜଣେ ଜଣେ ବିଶିଷ୍ଟ ବ୍ୟକ୍ତି। ଭାରତର ସମୟାନୁବର୍ତ୍ତିତା ସହ ଆମେ ସମସ୍ତେ ଜଡ଼ିତ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କର ଏକପ୍ରକାର ମନର ସ୍ଥିତି ଦୀର୍ଘଦିନ ଧରି ବସା ବାନ୍ଧିସାରିଛି। ସେମାନଙ୍କ ଚାଲିଚଳନ ହାବଭାବ ଦେଖି ସାଧାରଣ ଜନତାଙ୍କ ମଧ୍ୟ ସେଇ ପ୍ରକାର ପରିଭାଷାର ପ୍ରତିଫଳନ ହେବାରେ ଲାଗିଛି। ପ୍ରାୟ ଆମର ଏସବୁ ନିତିଦିନିଆ ଘଟଣା। ଆମେ ସମସ୍ତେ କୁହାଳିଆ। ଅନ୍ୟକୁ କହିବାରେ ଆମେ ଯେତେ ସମୟାନୁବର୍ତ୍ତୀ ଓ ଆଗଭର କିନ୍ତୁ କର୍ମକ୍ଷେତ୍ରରେ ତାହା ଦୁର୍ବଳ ତଥା ଶିଥିଳ। ଧୀରେଧୀରେ ଜଣେ ପରେ ଜଣେ ସଭାକକ୍ଷକୁ ପ୍ରବେଶ କରୁଥାନ୍ତି। ସବୁ ଦର୍ଶକଙ୍କୁ ମିଶାଇଲେ ବେଶି ନ ହେଲେ ବି ୨୦ ଜଣ ୬୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ତଥା ବାକି ଆଠଦଶ ଜଣ ସେଇ ପଇଁତିରିଶରୁ ପଇଁଚାଳିଶି ବର୍ଷ ବୟସ ମଧ୍ୟରେ ଉପସ୍ଥିତ ଶ୍ରୋତା ଓ ଦର୍ଶକ। ସେମାନଙ୍କ ମଧ୍ୟରୁ ମୁଁ ଜଣେ। ସଭାରେ ଉପସ୍ଥିତ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଜିଲାପାଳଠାରୁ ଆରମ୍ଭକରି ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ଉପସ୍ଥିତ ସଭାର ଆକର୍ଷଣ ବିନ୍ଦୁ। ବ୍ୟସ୍ତତା ସକାଶେ ଜିଲାପାଳ ସ୍ବଳ୍ପ ସମୟ ମଧ୍ୟରେ ପୁସ୍ତକର ଲୋକାର୍ପଣ ପରେ ପରେ ଅଳ୍ପ କେଇଧାଡ଼ିରେ ସଭାଟିକୁ ସମ୍ବୋଧନକରି ବାହାରିଗଲେ। ପ୍ରତ୍ୟେକ ସାହିତ୍ୟ ଓ ପୁସ୍ତକ ଲୋକାର୍ପଣ ସଭା ପ୍ରକୃତରେ ସମୟ ସାପେକ୍ଷ। କାରଣ କୌଣସି ବିଜ୍ଞ ବ୍ୟକ୍ତିମାନଙ୍କର ଯେତେବେଳେ ମେଳି ହୁଏ ଏବଂ କୌଣସି ନିର୍ଦ୍ଦିିଷ୍ଟ ବିଷୟରେ ଚର୍ଚ୍ଚା ଆରମ୍ଭ ହୁଏ ତାକୁ ସମୟରେ ବାନ୍ଧିରଖିହୁଏନା। କଥାରେ ଅଛି ଭାଷା ସାହିତ୍ୟର କୌଣସି ପରିସୀମା ନାହିଁ।
ପ୍ରତ୍ୟେକ ସଭାରେ ଚା’ ଜଳଖିଆ ଏକ ସାଧାରଣ ପରମ୍ପରା। ସଭା ଭବ୍ୟ ହେଉକି ସାଧାରଣ କିନ୍ତୁ ସେଠାରେ ସାଧାରଣ ଜନତାଙ୍କୁ ବାନ୍ଧିରଖିବା ପାଇଁ ଶବ୍ଦ ଯେତିକି ଜରୁରୀ ତା’ସହ ଚା’ ଜଳଖିଆର ବ୍ୟବସ୍ଥା ସେତିକି ସୁଖଦପୂର୍ଣ୍ଣ। ସାଧାରଣ ସଭାରେ ଜଳଖିଆ ନ ହେଲେବି କପେ ଚା’ ଓ ଦିଖଣ୍ଡ ବିସ୍କୁଟ ହେଲେ ତାହା ମଧ୍ୟ ଗ୍ରହଣୀୟ। ସଭା ଆରମ୍ଭର କିଛି ସମୟ ବ୍ୟବଧାନରେ ମଞ୍ଚାସୀନ ଅତିଥିମାନଙ୍କୁ ଚା’ ପରଷାଗଲା। ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ମଧ୍ୟ। ମଞ୍ଚାସୀନ ଅତିଥିଙ୍କୁ ଶଙ୍ଖ ମଲମଲ ଝଟକୁଥିବା କପ୍‌ପ୍ଲେଟ୍‌ରେ ଚା’ ପରିଷିବା ଏକ ସ୍ବଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା। ଅର୍ଥାତ୍‌ ଚା’ ପିଇସାରିବା ପରେ ତାକୁ ନେଇ ଧୋଇପୋଛି ପୁଣି ସୁରକ୍ଷିତ ସ୍ଥାନରେ ରଖିହେବ। କିନ୍ତୁ ମଞ୍ଚ ତଳେ ବା ସମ୍ମୁଖରେ ବସିଥିବା ଶ୍ରୋତାଙ୍କ ପାଇଁ କାଗଜ କପ ଦ୍ୱାରା ଚା’ ପରଷିବା ନିଶ୍ଚିତଭାବେ ଏକ ଦୂଷିତ ପରିବେଶର ନିଦର୍ଶନ। ଚା’ ପିଇବା ପରେ ବସିଥିବା ଶ୍ରୋତାଙ୍କ ଆଚରଣବିଧି ଠିକ୍‌ଠାକ୍‌ ଲାଗୁ ନ ଥିଲା। କେହି ଚା’ ପିଇସାରି କପଟିକୁ ମୋଡ଼ିମାଡ଼ି କୋଣକୁ ଫିଙ୍ଗୁ ଦେଉଥାନ୍ତି ତ ଆଉ କେହି ତାକୁ ବସିଥିବା ଚେୟାର ତଳକୁ ଫୋପାଡ଼ି ଦେଉଥାଆନ୍ତି। କେହି ଜଣେ ଉଠିପଡ଼ି ବାହାର ଡଷ୍ଟବିନ୍‌ରେ ସୁରକ୍ଷିତ ଢଙ୍ଗରେ ପକାଇବା ପାଇଁ ଇଚ୍ଛା ପ୍ରକାଶ ନଜର ଆସୁ ନ ଥାଏ। ମୋର ଚା’ ପିଇବା ଅଭ୍ୟାସର ଦୀର୍ଘଦିନ ହେବ ଅନ୍ତ ହୋଇସାରିଛି। ଅନ୍ତତଃ ସେ ସମୟରେ ମୁଁ ଏଭଳି କାର୍ଯ୍ୟର ସମାଲୋଚନାରୁ ଦୂରରେ। ସଭାରେ ସଭାପତିଙ୍କ ଆହ୍ବାନକ୍ରମେ ମଞ୍ଚାସୀନ ଅତିଥିଗଣ ଜଣଙ୍କ ପରେ ଜଣେ ଆସି ସେମାନଙ୍କ ଅଭିଭାଷଣ ପ୍ରଦାନ କରୁଥାନ୍ତି। ମଞ୍ଚାସୀନ ଅତିଥିମାନଙ୍କ ଆଚରଣକୁ ମୁଁ ଯତ୍ନ ସହକାରେ ନିରୀକ୍ଷଣ କରୁଥାଏ ଅତି ଶୃଙ୍ଖଳିତ ଭାବରେ।
ଚା’ ଯୋଗାଣରେ ଥିବା ଲୋକଟି ଦ୍ୱିତୀୟ ପର୍ଯ୍ୟାୟର ଚା’ ଆଣି ମଞ୍ଚାସୀନ ଅତିଥିମାନଙ୍କୁ ଆପ୍ୟାୟିତ କରୁଥିବା ସମୟରେ କେତେଜଣ ଅତିଥିଙ୍କର ଚା’ପ୍ରତି ଅନାଗ୍ରହତା ସହ ଆଉ କେତେକଙ୍କର ଆନ୍ତରିକତା ଦେଖିବାକୁ ମିଳେ। ଚା’ ଆମ ସମସ୍ତଙ୍କର ଦୈନିକ ଅଭ୍ୟାସ। ସକାଳ ଓ ସଞ୍ଜବେଳେ ପୁଣି କେତେଜଣ ଲୋକଙ୍କର ମଧ୍ୟାହ୍ନରେ ଚା’ ପିଇବା ଏକ ଦୁର୍ବଳ ଅଭ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଅତିଥିମାନଙ୍କୁ ଚା’ ଯାଚିବା ଏକ ଆଥିତେୟତା ତଥା ଭାରତୀୟ ପରମ୍ପରା। ସେ ଖରାବେଳ ହେଉକି ଶୋଇବାବେଳ। ଚା’ପ୍ରତି ଆଗ୍ରହ ଦେଖାଉଥିବା ମଞ୍ଚାସୀନ ଅତିଥି ଜଣକ ପୋଖତ ପାନୁଆ। ପ୍ରବଳ ଚୋବାନ୍ତି ତାହା ସଭା ଆରମ୍ଭରୁ ଜଣାପଡୁଥିଲା। ସେ ଜଣେ ସୁସାହିତି୍ୟକ,ଲେଖକ ଏବଂ ସୁବକ୍ତା। ଅନେକ ସାହିତ୍ୟ ସଭା ତଥା ଅନ୍ୟାନ୍ୟ ମଞ୍ଚରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଭାଷା ଓ ସାହିତ୍ୟକୁ ଉପସ୍ଥାପନକରି ଅନ୍ୟକୁ ଆକର୍ଷଣ କରିବାରେ ସେ ଆଗଧାଡ଼ିରେ। ଭାଷଣ ସମୟରେ ନିଜର ଆତ୍ମଗରିମା ଓ ଜୟଗାନକୁ ଅତି ସୁନ୍ଦରଭାବେ ନିଜେ ଉପସ୍ଥାପନ କରିବାରେ କୌଣସି ଅସୁବିଧା ସୃଷ୍ଟିହୁଏନାହିଁ। ଜାତଦେଖା ପୁଣି କଦଳୀବିକା ଏହା ଆମ ସ୍ବଭାବ। ବେଳେବେଳେ ନିଜ ଢୋଲ ନିଜେ ପିଟିବା ବୁଦ୍ଧିମାନର ପରିଚୟ। ବୁଦ୍ଧିମାନ ଲୋକ ହିଁ ନିଜ ଦ୍ୱାରା ପ୍ରଚାରିତ ହେବାକୁ ଭଲପାଏ। ପ୍ରଚାରପ୍ରସାର ଦ୍ୱାରା ମଣିଷର ଏକରକମ ପରିଚୟ ସୃଷ୍ଟିହୁଏ। ପାନ ଚୋବାଉଥିବା ଅତିଥିଙ୍କୁ ସମ୍ମାନପୂର୍ବକ ଚା’ ଯାଚିବା ଏବଂ କାଳବିଳମ୍ବ ନ କରି ଅତିଥି ବକ୍ତା ଚା’ ଗ୍ରହଣକଲେ। ହେଲେ ପାନଚୋବା ସରିନି ତା’ସହ ଚା’ ନିଶା। ମଞ୍ଚାସୀନ ଅତିଥି ଚୋବାଉଥିବା ପାନଛେପକୁ ଢୋକିଦେଲେ, କିନ୍ତୁ ପାନର ଛେଦରାକୁ କାଢ଼ି ନିଜେ ବସିଥିବା ଟେବୁଲ ତଳକୁ ନିର୍ଭୟରେ ଫିଙ୍ଗିଦେଲେ। ଆଶ୍ଚର୍ଯ୍ୟ ଲାଗିଲା ଗୁଣୀଜ୍ଞାନୀ ବୟସ୍କଙ୍କ ନିକଟରେ ଏସବୁ ମଧ୍ୟ ପ୍ରତିଫଳିତ ହୋଇଥାଏ କି ? ସେ ସମ୍ପୂର୍ଣ୍ଣ ଶାରୀରିକ ସୁସ୍ଥ ମଣିଷ। ଅଳ୍ପଦିନ ହେବ ଚାକିରିରୁ ଅବସର ଗ୍ରହଣ କରିଛନ୍ତି, କିନ୍ତୁ ବାର୍ଦ୍ଧକ୍ୟତାର କୌଣସି ଅକ୍ଷମତାର ଗନ୍ଧବାସ୍ନା ନାହିଁ। ସେ ଚାହିଁଥିଲେ ବେସିନ କିମ୍ବା ଡଷ୍ଟବିନ୍‌ ବ୍ୟବହାର କରିପାରିଥାନ୍ତେ। ଚା’ ପିଇସାରି ନିଜ ପାଳିର ବକ୍ତବ୍ୟ ରଖିଲେ। ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ଙ୍କ ନୈତିକ ଜୀବନ ଉପରେ ସେ ଆଲୋକପାତ କଲେ। ସକ୍ରେଟିସ୍‌ ଜଣେ ଗପୁଡ଼ା ପ୍ରକୃତିର ବ୍ୟକ୍ତି ଥିଲେ। ବାଟେଘାଟେ, ହାଟବଜାରେ ଯିଏ ମିଳିଲା ତା’ସହ ଜ୍ଞାନଚର୍ଚ୍ଚା ଆରମ୍ଭ କରନ୍ତି ସତ, କିନ୍ତୁ ଜ୍ଞାନ ଚର୍ଚ୍ଚାର ଶେଷହେବାର କୌଣସି ନିର୍ଘଣ୍ଟ ନ ଥାଏ। ଭିନ୍ନଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଥିଲେ କାରଣ ସେ ବାସ୍ତବ ଜ୍ଞାନ ବିଷୟରେ ଆଲୋଚନା ପାଇଁ ଅଧିକ ଲୋକଙ୍କ ଉପସ୍ଥିତି ଲୋଡୁଥିଲେ। ଅର୍ଥାତ୍‌ ସାଧାରଣ ଜନତାରୁ ଉଚ୍ଚବର୍ଗ ତଥା ଯୁବଗୋଷ୍ଠୀଙ୍କୁ ବହୁମାତ୍ରାରେ ସଚେତନ କରାଇବା ଲକ୍ଷ୍ୟରେ ସେ ସମସ୍ତ ଆଲୋଚନା କରୁଥିଲେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁ ନ ଥିଲେ। ସଦା ଭଦ୍ର ତଥା ଶାନ୍ତସରଳ ସ୍ବଭାବ ଆଚରଣ ପ୍ରଦର୍ଶନ କରୁଥିଲେ। ସକ୍ରେଟିସ୍‌ ଏକ ନିର୍ଦ୍ଦିଷ୍ଟ ପୋଷାକକୁ ବହୁଦିନଧରି ପରିଧାନ ସହ ନିଜ ଶାରୀରିକ ସ୍ବଚ୍ଛତାକୁ ଏତେଟା ଗୁରୁତ୍ୱ ଦେଉ ନ ଥିଲେ, କିନ୍ତୁ ସର୍ବସାଧରଣ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ପ୍ରତି ସେ ବହୁ ସଚେତନ ଥିଲେ। କିନ୍ତୁ ଆମମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ। ଆମେ ନିଜକୁ ଅଧିକ ସ୍ବଚ୍ଛ ଓ ପରିଷ୍କାର ପାଇଁ ସଦାସର୍ବଦା ଯତ୍ନଶୀଳ, କିନ୍ତୁ ସର୍ବସାଧାରଣ ଜାଗାକୁ ଅପରିଷ୍କାର ନଷ୍ଟଭ୍ରଷ୍ଟ କରି କଦାକାର ବୀଭତ୍ସ କରିବାରେ ବ୍ୟସ୍ତ। ଆମେ ଯେତେ ଶିକ୍ଷିତ ସଭ୍ୟ ବୋଲି ନିଜକୁ ପରିଚୟ ଦିଅନ୍ତି, କିନ୍ତୁ ଆମ ଆଚରଣରେ ସେତିକି ଅଜ୍ଞାନତା ତଥା ଅସଭ୍ୟତା ପ୍ରଦର୍ଶିତ ହେଉଛି। ନୈତିକ ତଥା ଆଦର୍ଶଗତ ଉପଦେଶ, ଅଭିଭାଷଣ ଦେବାରେ ଆମେ ଯେତିକି ଆନନ୍ଦ ଅନୁଭବ କରନ୍ତି ସେତେଟା କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ଏହା ସ୍ପଷ୍ଟ ଯେ ଯିଏ ଯେତେ ବିଜ୍ଞ ସିଏ ସେତେ ଅଜ୍ଞ।

ଡ. ମନୋଜ କୁମାର ମହାନ୍ତି

ଦର୍ଶନ ବିଭାଗୀୟ ମୁଖ୍ୟ,
ବିଏନ୍‌ଏମ୍‌ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?