ମାଡ଼ି ଆସୁଛି ବାତ୍ୟା ‘ୟାସ’: ୪ମିଟର ଉଠିବ ସାମୁଦ୍ରିକ ଜୁଆର

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେଶନ) ସୋମବାର ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ପୂର୍ବ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୨୦ କିଲୋମିଟର ଏବଂ ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୬୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏଥିସହିତ ବାତ୍ୟା ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗର ୫୯୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେବ। ୨୬ ତାରିଖ ସକାଳେ ଏହା ବାଲେଶ୍ୱର ଚାନ୍ଦିପୁର ନିକଟରେ ମାଡ଼ ହେବା ନେଇ ପୂର୍ବାନୁମାନ କରାଯାଉଛି।

ବାତ୍ୟା ‘ୟାସ’ର ଅପଡେଟ୍‌

– ମେ’ ୨୬ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ’

– ବାଲେଶ୍ୱର ଚାନ୍ଦିପୁର ନିକଟରେ ମାଡ଼ ହେବା ନେଇ ପୂର୍ବାନୁମାନ

– ପାରାଦୀପଠାରୁ ୪୯୦କି.ମି.ଦୂରରେ ରହିଛି ବାତ୍ୟା ୟାସ

– ବାଲେଶ୍ୱରଠାରୁ ୫୯୦କିମି ଦୂରରେ ରହିଛି

– ସମୁଦ୍ରରେ ପବନର ବେଗ ୬୫ରୁ ୮୫କି.ମି. ରହିଛି

– ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୫୫ରୁ ୧୮୫କିମି ରହିବ

– ଉପକୂଳ ଅଞ୍ଚଳରେ ୪୦ରୁ ୫୦କି.ମି. ଭିତରେ ପବନ ହେଉଛି

– ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ବାତ୍ୟାର ପ୍ରଭାବ ବେଶି ରହିବ
ଏହି ଜିଲାଗୁଡିକରେ ୧୨୦ରୁ ୧୬୦କି.ମି. ବେଗରେ ପବନ ବହିପାରେ

-ଖୋର୍ଦ୍ଧା ଓ ପୁରୀ ଜିଲାରେ ୯୦ରୁ ୧୨୦କି.ମି. ବେଗରେ ପବନ ହୋଇପାରେ

– ମଙ୍ଗଳବାର ଭୀଷଣ ବାତ୍ୟାର ରୂପ ନେବ ୟାସ

– ୨ରୁ ୪ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା

– ପାରାଦୀପ ଓ ଧାମରା ପାଇଁ ବିପଦ ସଙ୍କେତ ୪ ଜାରି

– ପୁରୀ ଓ ଗୋପାଳପୁର ପାଇଁ ବିପଦ ସଙ୍କେତ ୩

ସୋମବାରଠାରୁ କେନ୍ଦ୍ରାପଡ଼ା, କୋଣାର୍କ, ଚନ୍ଦ୍ରଭାଗା, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରେ ବର୍ଷା ଆରମ୍ଭ

– ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀ ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରୁ ପଲିଟିକାଲ ଓ୍ବାର, ଅନୁଭବ-ବର୍ଷା ହେବେ ମୁହାଁମୁହିଁ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। କାରଣ ଚଳିତ ନିର୍ବାଚନରେ ଆମ୍ନାସାମ୍ନି ହେବେ ଏହି ଦୁଇ ଷ୍ଟାର। ନିର୍ବାଚନରେ ମୁହାଁମୁହିଁ ହୋଇପାରନ୍ତି ସ୍ବାମୀ-ସ୍ତ୍ରୀ । ଏହି ଦୁଇ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୩ ମନ୍ତ୍ରୀଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରିଛନ୍ତି। ତାଲିକାରେ ୪ ନୂଆ ମୁହଁ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ…

ଭୁବନେଶ୍ୱର,୨୦।୪: ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri