ବିଧବା ମହିଳାଙ୍କୁ ଗାଁରୁ ତଡିଦେଲେ

ଜୁନାଗଡ଼,୪।୩: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ତାଳପଦର ଗାଁରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜାତିର ଜଣେ ଯୁବକ ବିଧବା ମହିଳାଙ୍କୁ ଚାପୁଡ଼ା ମାରିବା ନେଇ ପଡାରେ ପ୍ରଜାକୋର୍ଟ କରି ମହିଳାଙ୍କୁ ରାତିରେ ଗାଁରୁ ତଡିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଯୋଗ୍ୟ, ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ପଞ୍ଚାୟତ ଅଧୀନ ଆଟିଗାଁ ଗ୍ରାମର ଜଣେ ମହିଳା ୧୫ ବର୍ଷ ତଳେ ଜୁନାଗଡ଼ ବ୍ଲକ ଦାସୀଗାଁ ପଞ୍ଚାୟତର ତାଲପଦର ଗ୍ରାମରେ ବିବାହ କରିଥିଲେ। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଜନ୍ମ ହେବା ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ବୁଧବାର ମଧ୍ୟାହ୍ନରେ ଜଣେ ଯୁବକ ମହିଳାଙ୍କୁ କୌଣସି କାରଣରୁ ଚାପୁଡ଼ା ମାରିଥିଲେ। ଅନ୍ୟ ଜାତିର ଯୁବକ ମହିଳାଙ୍କୁ ଚାପୁଡ଼ା ମାରିବା ନେଇ ପଡ଼ାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବୁଧବାର ରାତିରେ ପଡାରେ ଏନେଇ ପ୍ରଜାକୋର୍ଟ ବସିଥିଲା । ପ୍ରଜାକୋର୍ଟରେ ଗାଁରୁ ମହିଳାଙ୍କୁ ତଡ଼ି ଦେବାକୁ ନିଷ୍ପତ୍ତି ହୋଇଥିଲା। ପରେ ମହିଳାଙ୍କ ବାପା ଓ ମା’ଙ୍କୁ ଡାକି ମହିଳାଙ୍କୁ ନେଇଯିବାକୁ ପଡ଼ାବାସୀ ନିର୍ଦ୍ଦେଶ ଦେଇଥିଲେ। ନିରୁପାୟ ହୋଇ ମା’ ବାପା ଝିଅ ଓ ୩ ଛୁଆଙ୍କୁ ଧରି ଆଟିଗାଁ ଆଣିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ) ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri