ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର ରହସ୍ୟ ଉନ୍ମୋଚିତ ହୋଇଛି। ଦଲାଲମାନେ ଜଣେ ବିଧବା ମହିଳାଙ୍କୁ ସଧବା ସଜାଇ ପ୍ରକୃତ ଜମି ମାଲିକ ଭାବେ କୌଶଳକ୍ରମେ ଅଧିକାରୀଙ୍କ ନିକଟରେ ଉପସ୍ଥିତ କରାଇଥିଲେ। ଜାଲ୍‌ ଦସ୍ତଖତ, ଦସ୍ତାବିଜ୍‌ ଦେଇ ୩ ଜଣଙ୍କୁ ୬୫ ଲକ୍ଷ ଟଙ୍କାରେ ଅଢ଼େଇ ଗୁଣ୍ଠ ଜମି ବିକ୍ରି କରିଥିଲା। ଏହି ଘଟଣାରେ ୭ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ଖୋଳତାଡ଼ କରି ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ କାନପୁର ଥାନା ଅଞ୍ଚଳର ଗୋଲାପ ନାୟକ, ଢେଙ୍କାନାଳ ସହର ବନମାଳୀପ୍ରସାଦ ଅଞ୍ଚଳର ଆସଫର ଖଁା ଓରଫ ଆଫା, ଲକ୍ଷ୍ମୀବଜାର ଅଞ୍ଚଳର ଦିବ୍ୟଲୋଚନ ବେହେରା ଓରଫ୍‌ ଦେବେନ, ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳର ରମେଶ ମଲ୍ଲିକ ଏବଂ ସିମିଳିଆ ଅଞ୍ଚଳର ତ୍ରିଲୋଚନ ନାଥ। ଅନ୍ୟତମ ଅଭିଯୁକ୍ତ କାନପୁର ଥାନା ଏକଡାଳ ଗ୍ରାମର ପ୍ରତାପ ମହାନ୍ତି ଓରଫ ମାଗିରାମ ଦଳେଇ ଏବଂ ବିକ୍ରମ ସାହୁ ଫେରାର ଅଛନ୍ତି। ଅଭିଯୁକ୍ତମାନେ ନିଜ ନିଜ ଭିତରେ ଟଙ୍କା ବାଣ୍ଟି ନେଇଥିବାବେଳେ ୨ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଗଦାଶିଳା ଗ୍ରାମର ଅବସରପ୍ରାପ୍ତ ପୋଲିସ ଏସ୍‌ଆଇ ସୁରେଶ ମହାନ୍ତିଙ୍କ ସ୍ତ୍ରୀ ଉର୍ବଶୀ ମହାନ୍ତିଙ୍କ ନାମରେ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଅଢ଼େଇ ଗୁଣ୍ଠ ଜମି ଥିଲା। ନକଲି କାଗଜପତ୍ର ପ୍ରସ୍ତୁତ କରି ଗତ ଜାନୁୟାରୀ ୧୨ରେ ଅଭିଯୁକ୍ତମାନେ ଏହାକୁ କୌଶଳକ୍ରମେ ବିକ୍ରି କରିଦେଇଥିଲେ। ଏଥିଲାଗି ସେମାନେ ବିଧବା ଗୋଲାପଙ୍କୁ ବ୍ୟବହାର କରିଥିଲେ। ଗୋଲାପଙ୍କୁ ସିନ୍ଦୂର, ଚୁଡ଼ି ପିନ୍ଧାଇ ଉର୍ବଶୀ ମହାନ୍ତି ଭାବେ ଅଧିକାରୀଙ୍କ ଆଗରେ ଛିଡ଼ା କରାଇଥିଲେ। ଜାଲ୍‌ ଆଧାରକାର୍ଡ ଓ ପାନକାର୍ଡ ମାଧ୍ୟମରେ ଉକ୍ତ ଜମିକୁ ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୈଥିଲି ମହାପାତ୍ର, ତାଙ୍କ ଭଉଣୀ ପୂର୍ଣ୍ଣବାସୀ ମହାପାତ୍ର ଏବଂ ଅନ୍ୟ ଜଣେ ମହିଳା ସୁପ୍ରଭା ଜେନାଙ୍କୁ ବିକ୍ରି କରିଥିଲେ। ମୈଥିଲି ଓ ପୂର୍ଣ୍ଣବାସୀଙ୍କୁ ୩୨ଲକ୍ଷ ୫୦ ହଜାର ଟଙ୍କାରେ ଅଧା ଜାଗା ଏବଂ ଅବଶିଷ୍ଟ ଜମି ସୁପ୍ରଭାଙ୍କୁ ୩୨ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ଢେଙ୍କାନାଳ ସବ୍‌ରେଜିଷ୍ଟ୍ରି ଅଫିସରେ ବିଧିବଦ୍ଧ ଭାବେ ଏହାର ରେଜିଷ୍ଟ୍ରେଶନ୍‌ କରିବାରେ ମଧ୍ୟ ସେମାନେ ସଫଳ ହୋଇଥିଲେ। ଏତେ ସବୁ ଘଟଣା ଘଟିଯାଇଥିଲେ ମଧ୍ୟ ଜମିର ପ୍ରକୃତ ମାଲିକ ଉର୍ବଶୀ ଏହାର କୌଣସି ଟେର୍‌ ପାଇପାରି ନ ଥିଲେ। ଜାଗା କିଣିଥିବା ୩ ମହିଳା ପାଚେରି ପକାଉଥିବାବେଳେ କୌଣସି ସୂତ୍ରରୁ ସୂଚନା ପାଇ ଉର୍ବଶୀ ପହଞ୍ଚତ୍ ଏହାର ପ୍ରତିବାଦ କରିଥିଲେ। ଗତ ମେ’ ୩ରେ ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ନଂ. ୨୬୪/୨୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଓ ୩୪ରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ସବ୍‌ ରେଜିଷ୍ଟ୍ରାର ଅଫିସରୁ ଦଲିଲର ଟ୍ରୁ କପି ଜବତ କରି ଖୋଳତାଡ଼ ଜାରି ରଖିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ବିଭିନ୍ନ ଜାଗାରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଥିଲେ। ଏହି କାମ ପାଇଁ ଅଭିଯୁକ୍ତମାନେ ଗୋଲାପଙ୍କୁ ୪୦ ହଜାର ଟଙ୍କା ଏବଂ ଏକ ମୋବାଇଲ ଦେଇଥିବା ଜଣାପଡ଼ିଛି। ଗୋଲାପଙ୍କ ପାସବୁକ୍‌ ଏବଂ ଆଧାର କାର୍ଡ ଜବତ କରାଯିବା ସହ ଜମି କଣିଥିବା ମହିଳାଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି।
ଏ ସଂକ୍ରାନ୍ତରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. କୁହନ୍ତି, ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ତାଙ୍କୁ ପଚରାଉଚରା କରାଯିବ ଏବଂ ତଦନ୍ତ ଆଗକୁ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri