ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର ରହସ୍ୟ ଉନ୍ମୋଚିତ ହୋଇଛି। ଦଲାଲମାନେ ଜଣେ ବିଧବା ମହିଳାଙ୍କୁ ସଧବା ସଜାଇ ପ୍ରକୃତ ଜମି ମାଲିକ ଭାବେ କୌଶଳକ୍ରମେ ଅଧିକାରୀଙ୍କ ନିକଟରେ ଉପସ୍ଥିତ କରାଇଥିଲେ। ଜାଲ୍‌ ଦସ୍ତଖତ, ଦସ୍ତାବିଜ୍‌ ଦେଇ ୩ ଜଣଙ୍କୁ ୬୫ ଲକ୍ଷ ଟଙ୍କାରେ ଅଢ଼େଇ ଗୁଣ୍ଠ ଜମି ବିକ୍ରି କରିଥିଲା। ଏହି ଘଟଣାରେ ୭ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ଖୋଳତାଡ଼ କରି ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ କାନପୁର ଥାନା ଅଞ୍ଚଳର ଗୋଲାପ ନାୟକ, ଢେଙ୍କାନାଳ ସହର ବନମାଳୀପ୍ରସାଦ ଅଞ୍ଚଳର ଆସଫର ଖଁା ଓରଫ ଆଫା, ଲକ୍ଷ୍ମୀବଜାର ଅଞ୍ଚଳର ଦିବ୍ୟଲୋଚନ ବେହେରା ଓରଫ୍‌ ଦେବେନ, ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳର ରମେଶ ମଲ୍ଲିକ ଏବଂ ସିମିଳିଆ ଅଞ୍ଚଳର ତ୍ରିଲୋଚନ ନାଥ। ଅନ୍ୟତମ ଅଭିଯୁକ୍ତ କାନପୁର ଥାନା ଏକଡାଳ ଗ୍ରାମର ପ୍ରତାପ ମହାନ୍ତି ଓରଫ ମାଗିରାମ ଦଳେଇ ଏବଂ ବିକ୍ରମ ସାହୁ ଫେରାର ଅଛନ୍ତି। ଅଭିଯୁକ୍ତମାନେ ନିଜ ନିଜ ଭିତରେ ଟଙ୍କା ବାଣ୍ଟି ନେଇଥିବାବେଳେ ୨ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଗଦାଶିଳା ଗ୍ରାମର ଅବସରପ୍ରାପ୍ତ ପୋଲିସ ଏସ୍‌ଆଇ ସୁରେଶ ମହାନ୍ତିଙ୍କ ସ୍ତ୍ରୀ ଉର୍ବଶୀ ମହାନ୍ତିଙ୍କ ନାମରେ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଅଢ଼େଇ ଗୁଣ୍ଠ ଜମି ଥିଲା। ନକଲି କାଗଜପତ୍ର ପ୍ରସ୍ତୁତ କରି ଗତ ଜାନୁୟାରୀ ୧୨ରେ ଅଭିଯୁକ୍ତମାନେ ଏହାକୁ କୌଶଳକ୍ରମେ ବିକ୍ରି କରିଦେଇଥିଲେ। ଏଥିଲାଗି ସେମାନେ ବିଧବା ଗୋଲାପଙ୍କୁ ବ୍ୟବହାର କରିଥିଲେ। ଗୋଲାପଙ୍କୁ ସିନ୍ଦୂର, ଚୁଡ଼ି ପିନ୍ଧାଇ ଉର୍ବଶୀ ମହାନ୍ତି ଭାବେ ଅଧିକାରୀଙ୍କ ଆଗରେ ଛିଡ଼ା କରାଇଥିଲେ। ଜାଲ୍‌ ଆଧାରକାର୍ଡ ଓ ପାନକାର୍ଡ ମାଧ୍ୟମରେ ଉକ୍ତ ଜମିକୁ ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୈଥିଲି ମହାପାତ୍ର, ତାଙ୍କ ଭଉଣୀ ପୂର୍ଣ୍ଣବାସୀ ମହାପାତ୍ର ଏବଂ ଅନ୍ୟ ଜଣେ ମହିଳା ସୁପ୍ରଭା ଜେନାଙ୍କୁ ବିକ୍ରି କରିଥିଲେ। ମୈଥିଲି ଓ ପୂର୍ଣ୍ଣବାସୀଙ୍କୁ ୩୨ଲକ୍ଷ ୫୦ ହଜାର ଟଙ୍କାରେ ଅଧା ଜାଗା ଏବଂ ଅବଶିଷ୍ଟ ଜମି ସୁପ୍ରଭାଙ୍କୁ ୩୨ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ଢେଙ୍କାନାଳ ସବ୍‌ରେଜିଷ୍ଟ୍ରି ଅଫିସରେ ବିଧିବଦ୍ଧ ଭାବେ ଏହାର ରେଜିଷ୍ଟ୍ରେଶନ୍‌ କରିବାରେ ମଧ୍ୟ ସେମାନେ ସଫଳ ହୋଇଥିଲେ। ଏତେ ସବୁ ଘଟଣା ଘଟିଯାଇଥିଲେ ମଧ୍ୟ ଜମିର ପ୍ରକୃତ ମାଲିକ ଉର୍ବଶୀ ଏହାର କୌଣସି ଟେର୍‌ ପାଇପାରି ନ ଥିଲେ। ଜାଗା କିଣିଥିବା ୩ ମହିଳା ପାଚେରି ପକାଉଥିବାବେଳେ କୌଣସି ସୂତ୍ରରୁ ସୂଚନା ପାଇ ଉର୍ବଶୀ ପହଞ୍ଚତ୍ ଏହାର ପ୍ରତିବାଦ କରିଥିଲେ। ଗତ ମେ’ ୩ରେ ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିବା ପରେ ନଂ. ୨୬୪/୨୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଓ ୩୪ରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ସବ୍‌ ରେଜିଷ୍ଟ୍ରାର ଅଫିସରୁ ଦଲିଲର ଟ୍ରୁ କପି ଜବତ କରି ଖୋଳତାଡ଼ ଜାରି ରଖିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ବିଭିନ୍ନ ଜାଗାରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଥିଲେ। ଏହି କାମ ପାଇଁ ଅଭିଯୁକ୍ତମାନେ ଗୋଲାପଙ୍କୁ ୪୦ ହଜାର ଟଙ୍କା ଏବଂ ଏକ ମୋବାଇଲ ଦେଇଥିବା ଜଣାପଡ଼ିଛି। ଗୋଲାପଙ୍କ ପାସବୁକ୍‌ ଏବଂ ଆଧାର କାର୍ଡ ଜବତ କରାଯିବା ସହ ଜମି କଣିଥିବା ମହିଳାଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି।
ଏ ସଂକ୍ରାନ୍ତରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. କୁହନ୍ତି, ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ତାଙ୍କୁ ପଚରାଉଚରା କରାଯିବ ଏବଂ ତଦନ୍ତ ଆଗକୁ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?