୬୨ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ) : ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନି। ସେମାନେ ଫୋନ୍‌ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି। ଏନେଇ ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏହି ୨୨ ଦିନରେ ୧୮୧ଜଣ ବ୍ରଟେନ୍‌ରୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣଙ୍କୁ ଚିହ୍ନଟ କରାଯିବା ସହ ଟେଷ୍ଟ ମଧ୍ୟ ସରିଛି। ୬ ଜଣଙ୍କର କରୋନା ପଜିଟିଭ ଆସିଛି। ଭୁବନେଶ୍ୱର ଓ ଜଗତ୍‌ସିଂହପୁରରୁ ୩ଜଣ ଲେଖାଏ ରହିଛନ୍ତି। ତେବେ ବାକି ୬୨ ଜଣଙ୍କ ସମ୍ପର୍କରେ କିଛି ସୂଚନା ମିଳୁନି। ଭୁଲ୍‌ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ଏବେ ସେମାନଙ୍କୁ ଖୋଜିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଏହି ସୂଚନା ପରେ ବ୍ରିଟେନରେ ଭୟଙ୍କର ରୂପ ନେଉଥିବା କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି। ବ୍ରିଟେନ୍‌ରୁ ଫେରିଥିବା ୬୨ଜଣ କୁଆଡେ ଗଲେ? ସେମାନଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ପୁଣି ବଢ଼ିଯିବନି ତ? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ସରକାର ମଧ୍ୟ ଆଶଙ୍କାରେ ରହିଛନ୍ତି। ସେପଟେ ବ୍ରିଟେନ୍‌ରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ ହେଲେ ମଧ୍ୟ ଏହାର ଲକ୍ଷଣ

କୋଭିଡ୍‌-୧୯ ପରି ରହିଛି ବୋଲି ଡିଏମ୍‌ଇଟି ଡା. ସିବିକେ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତ ହ୍ରାସ ପାଉଥିବାବେଳେ ହଠାତ୍‌ ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଥିଲା। ଯାହାକି ପୂର୍ବରୁ ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁଠାରୁ ଢେର୍‌ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିବା ପରେ ବ୍ରଟେନ୍‌ରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଗତ ୧୪ଦିନ ଭିତରେ ବ୍ରିଟେନ୍‌ରୁ ଅନେକ ବ୍ୟକ୍ତି ଭାରତ ଓ ଓଡ଼ିଶାକୁ ଆସିଛନ୍ତି। ଏମାନଙ୍କୁ ଚିହ୍ନଟ କରିବା ସହିତ କରୋନା ପରୀକ୍ଷା କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
୪ ରାଜ୍ୟରେ କୋଭିଡ୍‌ ଟିକା ଡ୍ରାଏ ରନ୍‌ ଆରମ୍ଭ
ନୂଆଦିଲ୍ଲୀ, ୨୯।୧୨
କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ଦୁଇଦିନିଆ ଡ୍ରାଏ ରନ୍‌ ସୋମବାର ସକାଳେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମରେ ଆରମ୍ଭ ହୋଇଛି। ଟିକାକରଣ ବେଳେ ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ପରିଚାଳନା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଉପରୋକ୍ତ ରାଜ୍ୟରୁ ଚିହ୍ନଟ ହୋଇଥିବା ଜିଲାଗୁଡ଼ିକରେ ଟିକାକରଣ ପାଇଁ ହୋଇଥିବା କୋଲ୍ଡ ଷ୍ଟୋରେଜ୍‌ ଓ ପରିବହନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଡ୍ରାଏ ରନ୍‌ ବେଳେ ରେକର୍ଡ ହୋଇଥିବା ଅନୁଭୂତିକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରକୁ ଜଣାଇବେ। ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଜନସାଧାରଣଙ୍କୁ କୋଭିଡ୍‌ ଟିକା ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।
ଟିକାକରଣ ଲାଗି ବର୍ତ୍ତମାନ ସୁଦ୍ଧା ୨,୩୦୦ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲାଣି। ଏଥିରେ ସ୍ବାସ୍ଥ୍ୟ କର୍ମୀ, ଟିକା ପ୍ରଦାନକାରୀଙ୍କ ସମେତ ୭,୦୦୦ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲାରେ ହେଉଥିବା ଡ୍ରାଏ ରନ୍‌ରେ ଟିକା ଅଭିଯାନ ଯୋଜନା ଓ ରାଜ୍ୟ ପ୍ରସ୍ତୁତ କରିଥିବା ବ୍ୟବସ୍ଥାର ଯାଞ୍ଚ କରାଯିବ। ସେଠାରୁ ଯେଉଁ ଅଭିଜ୍ଞତା ମିଳିବ ତାହା ଅନ୍ୟ ଅଞ୍ଚଳରେ ତ୍ରୁଟି ସୁଧାରିବାରେ ସହାୟକ ହୋଇପାରିବ। ୪ ରାଜ୍ୟରେ ୫ଟି ସେସନ ଅନୁଷ୍ଠିତ ହେବ। ଟିକାକରଣ ପାଇଁ ହିତାଧିକାରୀ ଚିହ୍ନଟ ଲାଗି ଥିବା ଇଲେକ୍ଟ୍ରୋନିକ୍‌ ଆପ୍ଲିକେଶନ କୋ-ଓ୍ବିନ୍‌ର ସଫଳତାକୁ ଯାଞ୍ଚ କରାଯିବ।

ଓଡ଼ିଶାରେ ଖୁବ୍‌ଶୀଘ୍ର ଡ୍ରାଏ ରନ୍‌

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ)
ରାଜ୍ୟରେ ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ସବୁ ପ୍ରକାର ବ୍ୟବସ୍ଥା ହୋଇସାରିଛି। ଟିକାକରଣ ଲାଗି ଓଡ଼ିଶାରେ ଯଥେଷ୍ଟ ଲୋକ ପ୍ରସ୍ତୁତ ଅଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ସମ୍ପ୍ରସାରଣ କରାଯିବ। ତେବେ ଏହାକୁ ସଫଳ କରିବା ପାଇଁ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମ ପରି ଓଡ଼ିଶାରେ ମଧ୍ୟ ଡ୍ରାଏ ରନ୍‌ ବା ଟିକାକରଣ ପୂର୍ବରୁ ପୂର୍ଣ୍ଣାଙ୍ଗ ଅଭ୍ୟାସ ହେବ ବୋଲି ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

 

ଡ୍ରାଏ ରନ୍‌ କ’ଣ
ଡ୍ରାଏ ରନ୍‌ ହେଉଛି ଏକ ପରୀକ୍ଷଣ ପ୍ରକ୍ରିୟା, ଯେଉଁଥିରେ ସମ୍ଭାବ୍ୟ ବିଫଳତାର ପ୍ରଭାବକୁ ହ୍ରାସ କରାଯାଇଥାଏ। କୌଣସି ସାମଗ୍ରୀ ବା ବସ୍ତୁର ବ୍ୟବହାର ପୂର୍ବରୁ କରାଯାଉଥିବା ପରୀକ୍ଷଣକୁ ଡ୍ରାଏ ରନ୍‌ କୁହାଯାଇଥାଏ। ଏବେ କରୋନା ଟିକାକରଣ ପୂର୍ବରୁ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରୀକ୍ଷା ଲାଗି ଡ୍ରାଏ ରନ୍‌ କରାଯାଉଛି, ଯେଉଁଥିରେ କୋଲ୍ଡ ଷ୍ଟୋରେଜ୍‌ ଓ ପରିବହନ ଆଦି ବ୍ୟବସ୍ଥାର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri