୬୨ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ) : ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ୬୨ ଜଣଙ୍କ କୌଣସି ପତ୍ତା ମିଳୁନି। ସେମାନେ ଫୋନ୍‌ ଉଠାଉ ନାହାନ୍ତି କି ନିର୍ଦ୍ଦିଷ୍ଟ ଠିକଣାରେ ମିଳୁନାହାନ୍ତି। ଏନେଇ ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏହି ୨୨ ଦିନରେ ୧୮୧ଜଣ ବ୍ରଟେନ୍‌ରୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣଙ୍କୁ ଚିହ୍ନଟ କରାଯିବା ସହ ଟେଷ୍ଟ ମଧ୍ୟ ସରିଛି। ୬ ଜଣଙ୍କର କରୋନା ପଜିଟିଭ ଆସିଛି। ଭୁବନେଶ୍ୱର ଓ ଜଗତ୍‌ସିଂହପୁରରୁ ୩ଜଣ ଲେଖାଏ ରହିଛନ୍ତି। ତେବେ ବାକି ୬୨ ଜଣଙ୍କ ସମ୍ପର୍କରେ କିଛି ସୂଚନା ମିଳୁନି। ଭୁଲ୍‌ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ଏବେ ସେମାନଙ୍କୁ ଖୋଜିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଏହି ସୂଚନା ପରେ ବ୍ରିଟେନରେ ଭୟଙ୍କର ରୂପ ନେଉଥିବା କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି। ବ୍ରିଟେନ୍‌ରୁ ଫେରିଥିବା ୬୨ଜଣ କୁଆଡେ ଗଲେ? ସେମାନଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ପୁଣି ବଢ଼ିଯିବନି ତ? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜ୍ୟ ସରକାର ମଧ୍ୟ ଆଶଙ୍କାରେ ରହିଛନ୍ତି। ସେପଟେ ବ୍ରିଟେନ୍‌ରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ ହେଲେ ମଧ୍ୟ ଏହାର ଲକ୍ଷଣ

କୋଭିଡ୍‌-୧୯ ପରି ରହିଛି ବୋଲି ଡିଏମ୍‌ଇଟି ଡା. ସିବିକେ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ସାରା ବିଶ୍ୱରେ କରୋନା ଆକ୍ରାନ୍ତ ହ୍ରାସ ପାଉଥିବାବେଳେ ହଠାତ୍‌ ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଥିଲା। ଯାହାକି ପୂର୍ବରୁ ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁଠାରୁ ଢେର୍‌ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିବା ପରେ ବ୍ରଟେନ୍‌ରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଗତ ୧୪ଦିନ ଭିତରେ ବ୍ରିଟେନ୍‌ରୁ ଅନେକ ବ୍ୟକ୍ତି ଭାରତ ଓ ଓଡ଼ିଶାକୁ ଆସିଛନ୍ତି। ଏମାନଙ୍କୁ ଚିହ୍ନଟ କରିବା ସହିତ କରୋନା ପରୀକ୍ଷା କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
୪ ରାଜ୍ୟରେ କୋଭିଡ୍‌ ଟିକା ଡ୍ରାଏ ରନ୍‌ ଆରମ୍ଭ
ନୂଆଦିଲ୍ଲୀ, ୨୯।୧୨
କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ଦୁଇଦିନିଆ ଡ୍ରାଏ ରନ୍‌ ସୋମବାର ସକାଳେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମରେ ଆରମ୍ଭ ହୋଇଛି। ଟିକାକରଣ ବେଳେ ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ପରିଚାଳନା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଉପରୋକ୍ତ ରାଜ୍ୟରୁ ଚିହ୍ନଟ ହୋଇଥିବା ଜିଲାଗୁଡ଼ିକରେ ଟିକାକରଣ ପାଇଁ ହୋଇଥିବା କୋଲ୍ଡ ଷ୍ଟୋରେଜ୍‌ ଓ ପରିବହନ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଡ୍ରାଏ ରନ୍‌ ବେଳେ ରେକର୍ଡ ହୋଇଥିବା ଅନୁଭୂତିକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରକୁ ଜଣାଇବେ। ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଜନସାଧାରଣଙ୍କୁ କୋଭିଡ୍‌ ଟିକା ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।
ଟିକାକରଣ ଲାଗି ବର୍ତ୍ତମାନ ସୁଦ୍ଧା ୨,୩୦୦ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଲାଣି। ଏଥିରେ ସ୍ବାସ୍ଥ୍ୟ କର୍ମୀ, ଟିକା ପ୍ରଦାନକାରୀଙ୍କ ସମେତ ୭,୦୦୦ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲାରେ ହେଉଥିବା ଡ୍ରାଏ ରନ୍‌ରେ ଟିକା ଅଭିଯାନ ଯୋଜନା ଓ ରାଜ୍ୟ ପ୍ରସ୍ତୁତ କରିଥିବା ବ୍ୟବସ୍ଥାର ଯାଞ୍ଚ କରାଯିବ। ସେଠାରୁ ଯେଉଁ ଅଭିଜ୍ଞତା ମିଳିବ ତାହା ଅନ୍ୟ ଅଞ୍ଚଳରେ ତ୍ରୁଟି ସୁଧାରିବାରେ ସହାୟକ ହୋଇପାରିବ। ୪ ରାଜ୍ୟରେ ୫ଟି ସେସନ ଅନୁଷ୍ଠିତ ହେବ। ଟିକାକରଣ ପାଇଁ ହିତାଧିକାରୀ ଚିହ୍ନଟ ଲାଗି ଥିବା ଇଲେକ୍ଟ୍ରୋନିକ୍‌ ଆପ୍ଲିକେଶନ କୋ-ଓ୍ବିନ୍‌ର ସଫଳତାକୁ ଯାଞ୍ଚ କରାଯିବ।

ଓଡ଼ିଶାରେ ଖୁବ୍‌ଶୀଘ୍ର ଡ୍ରାଏ ରନ୍‌

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ)
ରାଜ୍ୟରେ ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ସବୁ ପ୍ରକାର ବ୍ୟବସ୍ଥା ହୋଇସାରିଛି। ଟିକାକରଣ ଲାଗି ଓଡ଼ିଶାରେ ଯଥେଷ୍ଟ ଲୋକ ପ୍ରସ୍ତୁତ ଅଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ସମ୍ପ୍ରସାରଣ କରାଯିବ। ତେବେ ଏହାକୁ ସଫଳ କରିବା ପାଇଁ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମ ପରି ଓଡ଼ିଶାରେ ମଧ୍ୟ ଡ୍ରାଏ ରନ୍‌ ବା ଟିକାକରଣ ପୂର୍ବରୁ ପୂର୍ଣ୍ଣାଙ୍ଗ ଅଭ୍ୟାସ ହେବ ବୋଲି ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

 

ଡ୍ରାଏ ରନ୍‌ କ’ଣ
ଡ୍ରାଏ ରନ୍‌ ହେଉଛି ଏକ ପରୀକ୍ଷଣ ପ୍ରକ୍ରିୟା, ଯେଉଁଥିରେ ସମ୍ଭାବ୍ୟ ବିଫଳତାର ପ୍ରଭାବକୁ ହ୍ରାସ କରାଯାଇଥାଏ। କୌଣସି ସାମଗ୍ରୀ ବା ବସ୍ତୁର ବ୍ୟବହାର ପୂର୍ବରୁ କରାଯାଉଥିବା ପରୀକ୍ଷଣକୁ ଡ୍ରାଏ ରନ୍‌ କୁହାଯାଇଥାଏ। ଏବେ କରୋନା ଟିକାକରଣ ପୂର୍ବରୁ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରୀକ୍ଷା ଲାଗି ଡ୍ରାଏ ରନ୍‌ କରାଯାଉଛି, ଯେଉଁଥିରେ କୋଲ୍ଡ ଷ୍ଟୋରେଜ୍‌ ଓ ପରିବହନ ଆଦି ବ୍ୟବସ୍ଥାର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?