ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ ଶାଶୁଘରକୁ ବିଦା ହୋଇଛନ୍ତି। ହେଲିକପ୍ଟରରେ ଶାଶୁଘର ଯିବା କନ୍ୟାଙ୍କ ଇଚ୍ଛା ଥିଲା। ପରେ ଶ୍ୱଶୁର ୫ ଲକ୍ଷ ଟଙ୍କା ଖର୍ଚ୍ଚକରି ବୋହୂଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି। ଭରତପୁର କରୋଲି ଗାଁର ବିଡ୍‌ଗାମାରେ ରହୁଥିବା ପିଡବ୍ଲ୍ୟୁଡି କଣ୍ଟ୍ରାକ୍ଟରଙ୍କ ପୁଅ ନରେନ୍ଦ୍ର ସିଂ ଛତ୍ରପୁରର ଜଣେ ଝିଅକୁ ବିବାହ କରିଥିଲେ। ନରେନ୍ଦ୍ର ସିଂ ବରଯାତ୍ରୀ ନେଇ ଛତ୍ରପୁରରେ ପହଞ୍ଚିଥିଲେ। ହେଲିକପ୍ଟରରେ ବିଦାୟ ପାଇଁ କନ୍ୟାଙ୍କ ଇଚ୍ଛା ଥିଲା। ଯେତେବେଳେ ଶ୍ୱଶୁର ଏହି ଇଚ୍ଛା ବିଷୟରେ ଜାଣିଲେ, ସେ ବୋହୂଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ବିବାହ ରୀତିନୀତି ସମାପ୍ତ ପରେ ବର କନ୍ୟାଙ୍କୁ ହେଲିକପ୍ଟରରେ ନେଇ ତାଙ୍କ ଗାଁକୁ ଗଲେ। ଏଥିସହିତ ବରର ଗାଁରେ ହେଲିକପ୍ଟରରେ କ୍ୟନ୍ୟା ଆସୁଥିବା ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଏକ ହେଲିକପ୍ଟର ଛତ୍ରପୁରର ଆକାଶ ଉପରେ ଉଡିଥିବାର ଦେଖାଗଲା। ଶ୍ୱଶୁରଙ୍କଠାରୁ ଏହି କଥା ଜାଣି ବୋହୂଙ୍କ ଖୁସି କହିଲେ ନ ସରେ। ପରିବାର ସଦସ୍ୟ କହିଛନ୍ତି, ହେଲିକପ୍ଟର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ...

ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ...

୧୨୫ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ ଦାଖଲ ଆରମ୍ଭ

ପାଟନା,୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ ।...

ସକାଳୁ ମମତାଙ୍କ ଫଟୋ ଦେଖିଲେ ଆଗକୁ ବଢିବାକୁ ପ୍ରେରଣା ମିଳେ!

କୋଲକାତା,୨।୧୨: ପାଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ହସନାବାଦରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାକାର ବ୍ଲକ୍‌ ଡେଭଲପମେଣ୍ଟ ଅଫିସର(ବିଡିଓ) କହିଛନ୍ତି...

ଯୋଗୀ ସରକାରଙ୍କ ଶାସନରେ ପୋଲିସ ହୋଇଉଠିଛି ପ୍ରତିଶୋଧ ପରାୟଣ: ପ୍ରିୟଙ୍କା

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ...

ଡାକ୍ତର, ନର୍ସଙ୍କ ପାଇଁ ଭାବପ୍ରବଣ ହେଲେ ମୋଦି

ନୂଆଦିଲ୍ଲୀ,୨୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ...

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି...

Advertisement


Archives

Model This Week