କମୁଛି ପାଣି, ଟଳିନି ବିପଦ

ବାରିପଦା ଅଫିସ,୨୮ା୮- ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ, ଜମ୍ଭୀରା ଓ ଗଙ୍ଗାହାର ନଦୀରେ ବୃଦ୍ଧି ପାଇଥିବା ବନ୍ୟାଜଳ ଗୁରୁବାର ଅପରାହ୍ନ ସୁଦ୍ଧା କମିବାରେ ଲାଗିଛି ା ଜିଲାର ବଡ଼ସାହି, ଗୋପବନ୍ଧୁନଗର, ରାସଗୋବିନ୍ଦପୁର ଆଦି ବ୍ଲକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସ୍ଥାନଗୁଡ଼ିକ ସ୍ବାଭାବିକ ପରିସ୍ଥିତିକୁ ଆସିଛି ା ବାରିପଦା ସହର ମଧ୍ୟ ଦେଇ ପ୍ରବାହିତ ଜରାଳୀ ଓ ସରାଳୀ ନଦୀର ଜଳପତ୍ତନ ହ୍ରାସ ପାଇଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ବିପନ୍ନ ପରିବାରକୁ ଦଳ ପକ୍ଷରୁ ଶୁଖିଲା ଖାଦ୍ୟ, ରୋଷେଇ ସାମଗ୍ରୀ ଆଦି ପ୍ରଦାନ କରାଯାଇଛି। ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଦେବାଶିଷ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ସରୋଜ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ତାଙ୍କ ସହ ଉପସ୍ଥିତ ଥିଲେ।
ସେହିପରି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଳବନ୍ଦୀରେ ରହୁଥିବା ପିଙ୍ଗୁଳି, ପଦ୍ମତଳିଆ, ଦୁଲିପୁରା ଆଦି ସ୍ଥାନକୁ ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ବିଡିଓ, ରାଜସ୍ବ ନିରୀକ୍ଷକ, ସିଡିପିଓ ପ୍ରମୁଖ ବୋଟ ଯୋଗେ ଯାଇ ସେଠାରେ ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି ା ବଡସାହି ବ୍ଲକ ଅଞ୍ଚଳରେ ପାଣି କମୁଥିବା ବେଳେ ଲୋକମାନଙ୍କ ଦୁର୍ଦ୍ଦଶା ବଢିଛି ା ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ ଧାନ ଓ ପରିବା ଚାଷ ନଷ୍ଟ ହୋଇଛି ା ପାଣିଘେରରେ ଥିବା କଚ୍ଚା ଘରଗୁଡ଼ିକ ଭାଙ୍ଗିଥିବା ବେଳେ ବହୁ ରାସ୍ତା ଧୋଇ ହୋଇଯାଇଛି ା ବିଶେଷ ଭାବେ ଗୃହପାଳିତ ପଶୁଗଡ଼ିକ ବେଶ ପ୍ରଭାବିତ ହୋଇଥିବା ବେଳେ ପ୍ରାଶସନିକ ଅଧିକାରୀମାନେ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରୟାସ ଚଳାଇଛନ୍ତି।
ଦୁଇ ନଦୀର ଉଭୟ ପାର୍ଶ୍ୱର ତଳିଆ ଅଞ୍ଚଳରେ ଥିବା ୪୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବୁଧବାର ବନ୍ୟାଜଳ ପ୍ରବେଶ କରିଥିଲା ା ରାତି ତମାମ ପାଣି ବଢୁଥିବା ବେଳେ ଗୁରୁବାର ବଡ଼ିଭୋରରୁ କମିବା ଆରମ୍ଭ ହୋଇଥିଲା ା ଫଳରେ ଅଧିକାଂଶ ଗ୍ରାମରେ ଚଳପ୍ରଚଳ ସ୍ବାଭାବିକ ହେଉଥିବା ବେଳେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ା ବଡ଼ସାହି ବିଧାୟକ ସନାତନ ବିଜୁଳୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା ବୋଟ୍‌ ଯୋଗେ ଶାଳଗାଁ, ସୋରିଷକୋଠା, ପାଳପାଟଣା, ଗମ୍ଭାରିଆ, ଡୁମୁରିଆ, ଆଗ୍ରିଆ ଓ ନରଣଗାଁରେ ଜଳବନ୍ଦୀରେ ଥିବା ଲୋକମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ସାହୁ, ରାଜକିଶୋର ଶାହା, ଶଶି ଶେଖର ପଣ୍ଡା, ଦୀପକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri