କାନ୍ଥ ଫାଟିଲାଣି, ଅସରାଏ ବର୍ଷା ହେଲେ ଗଳୁଛି ପାଣି

ନନ୍ଦପୁର,୧ା୪(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ବ୍ଲକ ଅଞ୍ଚଳର ପଞ୍ଚାୟତବାସୀଙ୍କୁ ରାଜସ୍ବ ସେବା ଯୋଗାଇବାକୁ ନିର୍ମିତ ପାଡୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣରେ ସୁନାବେଡା ଆରଡି ବିଭାଗ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ବ୍ୟୟ ଅଟକଳ ଓ ମାନରେ ବ୍ୟତିକ୍ରମ କରି ନିର୍ମାଣ କାର୍ଯ୍ୟ କରିଥିବାରୁ ଉକ୍ତ କାର୍ଯ୍ୟାଳୟ ବର୍ତ୍ତମାନ ବାସୋପଯୋଗୀ ନ ହୋଇ କେତେକଙ୍କ ଆଡ୍ଡାସ୍ଥଳି ପାଲଟିଥିବା ନନ୍ଦପୁର ତହସିଲଦାର ଅନାଦି ଚରଣ ସାହୁ କହିଛନ୍ତି। ଅସରାଏ ବର୍ଷା ହେବା ମାତ୍ରେ ଉକ୍ତ ଗୃହ ଛାତରୁ ପାଣି ଗଳୁଛି। ଓଦା କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟର ଖସୁଛି। କବାଟ ଝରକାର ସ୍ଥିତି ଦୁର୍ବଳ ରହିଛି। ନିର୍ମାଣ ଅଟକଳରେ ଥିବା ସୁରକ୍ଷା ପାଚେରି ଓ ଫାଟକ ନିର୍ମାଣ, ପାଣି ବ୍ୟବସ୍ଥା, ବିଦ୍ୟୁତ୍‌ ସଂଯୋଗ ନ କରି ୨୦୧୮/୧୯ର କାର୍ଯ୍ୟକୁ ୨୦୨୩ରେ ତରବରିଆ ଭାବେ ସାରି ଗୃହ ହସ୍ତାନ୍ତର କରାଯାଇଛି। ୫୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା କୁହାଯାଉଥିବା ବେଳେ ଏହା ଏବେ ସୁଦ୍ଧା ବ୍ୟବହାର ଉପଯୋଗୀ ହୋଇପାରିନାହିଁ। ଏବେ ରାଜସ୍ବ ଆଦାୟ ସମୟ ଚାଲିଥିଲେ ମଧ୍ୟ ସେଠାରେ କର୍ମଚାରୀ ରହିପାରୁ ନ ଥିବାରୁ ଅସୁବିଧା ସୃଷ୍ଟି ହେଉଛି। ଅନ୍ଧାର ଓ ନିରୋଳା ସ୍ଥାନ ଦେଖି ସନ୍ଧ୍ୟା ହେଲେ ସେଠାରେ ଅସାମାଜିକ ତତ୍ତ୍ୱଙ୍କ ଭିଡ ଜମୁଛି। ଏ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥା ସୁନାବେଡା ଆରଡି ବିଭାଗକୁ ତହସିଲଦାର ସାହୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗୃହର ଏଭଳି ଦୁରବସ୍ଥା ଯୋଗୁ ରାଜସ୍ବ ଲୋକଙ୍କୁ ଠିକ୍‌ ସମୟରେ ବିଭାଗୀୟ ସେବା ପ୍ରଦାନରେ ବାଧକ ହେଉଛି ବୋଲି ନିରୀକ୍ଷକ କୈଳାସ ମାଝି କହିଛନ୍ତି। ଏଥିଯୋଗୁ ଆର୍ଥିକ ବର୍ଷର ଶେଷ ସମୟରେ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ହେଉ ନ ଥିବା ସେ କହିଛନ୍ତି। ଅଭିଯୋଗ ସମ୍ପର୍କରେ ସୁନାବେଡା ଆରଡି ସହକାରୀ ଯନ୍ତ୍ରୀ ସୁଜାତା ଦିସାରିଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ପ୍ରକଳ୍ପ ନିର୍ମାଣ ଓ ହସ୍ତାନ୍ତର ତାଙ୍କ ସମୟରେ ହୋଇନି। ତେବେ ସେ ଉକ୍ତ କାର୍ଯ୍ୟର ଫାଇଲ ଦେଖି ସବିଶେଷ ଯାଞ୍ଚ କରିବେ। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କ ସହ ଆଲୋଚନା କରି ଦୁରବସ୍ଥା ଦୂର କରିବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?