ଯୁଧିଷ୍ଠିର ଓ ଅଶୋକଙ୍କ ହିଂସା

ସମ୍ରାଟ ଅଶୋକ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଖ୍ରୀଷ୍ଟପୂର୍ବ ୨୬୦ ପାଖାପାଖି ଅର୍ଥାତ୍‌ ୨୩୦୦ ବର୍ଷ ପୂର୍ବେ ଅଶୋକ ଶାସନ କରୁଥିଲେ। ବିଶେଷକରି ସେ ସ୍ତମ୍ଭ ଓ ଶିଳାଲେଖ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କ ଶାସନର ଭଲ ଦିଗକୁ ଦର୍ଶାଇବା ଲାଗି ଏହା ପ୍ରଚାର ସାମଗ୍ରୀ ଭାବେ ବ୍ୟବହାର ହେଉଥିବା କୁହାଯାଇପାରେ, କିନ୍ତୁ ଏହା ସ୍ପଷ୍ଟତଃ ଭାରତର ପ୍ରଥମ ରାଜକୀୟ ଏପିଗ୍ରାଫି ବା ଖୋଦିତ ଲିପି ହୋଇ ରହିଛି। ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି, କିନ୍ତୁ ଉଲ୍ଲେଖନୀୟ ଧର୍ମନିରପେକ୍ଷ ଚିନ୍ତାଧାରାକୁ ଆଧାର କରି ସେ ନିଜର ଏକ ସିଦ୍ଧାନ୍ତ ପ୍ରଚାର କରିଛନ୍ତି। ସେ ପଶୁ ହତ୍ୟାକୁ ବିରୋଧ କରିଛନ୍ତି, ଯଦିଓ ବଳାତ୍କାର, ହତ୍ୟା ଓ ଚୋରିକୁ ନିନ୍ଦା କରିନାହାନ୍ତି। ପରେ ବୌଦ୍ଧ କିମ୍ବଦନ୍ତୀ ୮୪,୦୦୦ ସ୍ତୂପ ନିର୍ମାଣ କରଥିବା ଅଶୋକଙ୍କୁ ବୌଦ୍ଧଧର୍ମର ପୃଷ୍ଠପୋଷକ ଭାବରେ ବର୍ଣ୍ଣନା କରିଛି।
ଅପରପକ୍ଷେ, ଯୁଧିଷ୍ଠିର ଜଣେ ପୌରାଣିକ ବ୍ୟକ୍ତିତ୍ୱ। ତାଙ୍କ କାହାଣୀ ମହାଭାରତରୁ ଆସିଛି। ଯେଉଁ ହିନ୍ଦୁମାନେ ନିଜକୁ ସନାତନ ବୋଲି ପରିଚୟ ଦିଅନ୍ତି, ସେମାନେ ଯୁଧିଷ୍ଠିରଙ୍କୁ ଜଣେ ଐତିହାସିକ ବ୍ୟକ୍ତିତ୍ୱ ଭାବେ ଦେଖନ୍ତି। ପାଖାପାଖି ଖ୍ରୀଷ୍ଟପୂର୍ବ ୩୦୦୦ରେ ଯୁଧିଷ୍ଠିର ଥିଲେ, କିନ୍ତୁ ଏହା ସପକ୍ଷରେ ପ୍ରତ୍ନତାତ୍ତ୍ୱିକ ପ୍ରମାଣର ଅଭାବ ରହିଛି। ଜଣେ ଐତିହାସିକ ଦାବି କରିଛନ୍ତି ଯେ, ମହାଭାରତରେ ଯୁଦ୍ଧ ହିଂସାକୁ ନେଇ ଅନୁତାପ ବା ଅନୁଶୋଚନାର ସଂଳାପଗୁଡ଼ିକ ହିଁ ଥିଲା ବ୍ରାହ୍ମଣୀୟ ପ୍ରତିକ୍ରିୟା, ଯାହା ଅଶୋକଙ୍କ ରାଜ ଆଦେଶକୁ ଲକ୍ଷ୍ୟକରି କରାଯାଇଥିଲା। ମହାଭାରତର ପୁରାତନ ପାଣ୍ଡୁଲିପିଗୁଡ଼ିକ ହେଉଛି ଅଶୋକଙ୍କ ଶାସନର ଏକ ଶତାବ୍ଦୀ ପରର। କିନ୍ତୁ କାହାଣୀ କଳିଯୁଗ ପୂର୍ବର ପ୍ରାରମ୍ଭିିକ ସମୟକୁ ଦର୍ଶାଏ। କଳିଯୁଗକୁ ସମୟର ଏକ ସାଙ୍କେତିକ ଶବ୍ଦ ଦେଖାଯାଏ। ଏହା ବଦ୍ଧଧର୍ମର ଉତ୍ଥାନ ଏବଂ ବ୍ରାହ୍ମଣୀୟ ପୃଷ୍ଠପୋଷକତାର ସମାପ୍ତିକୁ ସୂଚିତ କରେ, ଯାହା ପରେ ଯବନ, ସାକ ଏବଂ କୁଶାଣ ପରି ବିଦେଶୀ ରାଜାଙ୍କର ଆଗମନ ହୋଇଥିଲା। ହେଲେ କଳିଯୁଗ ୪୦୦ ଖ୍ରୀଷ୍ଟାବ୍ଦ ପରେ ଆସିଥିବା ଶିଳାଲିପିରେ ଦର୍ଶାଯାଇଛି।
କଳିଙ୍ଗ ଯୁଦ୍ଧରେ ହୋଇଥିବା ଗଣହତ୍ୟାକୁ ନେଇ ଜଣେ ରାଜାଙ୍କର ଅନୁଶୋଚନାକୁ ଏକ ବିରଳ ଉଦାହରଣ ଭାବେ ଅଶୋକଙ୍କ ରାଜାଜ୍ଞାଗୁଡ଼ିକରେ ଦର୍ଶାଯାଇଛି। ସମ୍ଭାବନାର ସବୁ ଦିଗରୁ ବିଚାର କଲେ, ଏହି ନିର୍ଦ୍ଦୟ ଆକ୍ରମଣ ଲୁହାଖଣି ଏବଂ ସମୁଦ୍ର ବନ୍ଦରରେ ପ୍ରବେଶ କରିବା ପାଇଁ ଉଦ୍ଦିଷ୍ଟ ଥିଲା।
ଅଶୋକଙ୍କ ପରବର୍ତ୍ତୀ ବୌଦ୍ଧ ପୁରାଣ ଅନୁଯାୟୀ, ଏହି ଯୁଦ୍ଧ ଅଶୋକଙ୍କୁ ବୌଦ୍ଧଧର୍ମ ଗ୍ରହଣ କରବାକୁ ପ୍ରେରିତ କରିଥିଲା। କିନ୍ତୁ ସେ ତାଙ୍କ ଭାଇ ତଥା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରିବା ଏବଂ ଭାରତର ସମସ୍ତ ବାଣିଜ୍ୟ ମାର୍ଗକୁ ନିୟନ୍ତ୍ରଣ କରିବା ସକାଶେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିବା ପରେ ଏଭଳି ଅନୁଶୋଚନା ଆସିଥିବା କୁହାଯାଏ। ଶିଳା ଉପରେ ଲିଖିତ ଏହିସବୁ ରାଜ ଆଦେଶ ବିଶେଷକରି ଖଣି, ବନ୍ଦର ଓ ବଜାର ନିକଟରେ ରଖାଯାଇଥିଲା ।
ଊନବିଂଶ ଶତାବ୍ଦୀରେ ବ୍ରିଟିଶ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅଶୋକଙ୍କ ରାଜଧାନୀ ଆବିଷ୍କାର କରିଥିଲେ। ସେ ପର୍ଯ୍ୟନ୍ତ ଭାରତରେ କେହି ଅଶୋକଙ୍କୁ ମନେ ପକାଇ ନ ଥିଲେ। ପ୍ରାଚ୍ୟ ବିଶେଷଜ୍ଞମାନେ ଯୁକ୍ତି କରନ୍ତି ଯେ, ବ୍ରାହ୍ମଣମାନେ ଜାଣିଶୁଣି ବୌଦ୍ଧ ରାଜାଙ୍କୁ ଭୁଲିଯିବାକୁ ଚାହିଁଛନ୍ତି। ଉଦାହରଣ ସ୍ବରୂପ ମହାଭାରତରେ ଅଶୋକଙ୍କ ବିଷୟରେ କୌଣସି ସୂଚନା ନାହିଁ । ଯେଉଁ ସନାତନମାନେ ଅଶୋକଙ୍କୁ ବୌଦ୍ଧ ଏବଂ ଧର୍ମନିରପେକ୍ଷ ପରିବର୍ତ୍ତେ ହିନ୍ଦୁ ବିରୋଧୀ ବୋଲି ଭାବନ୍ତି, ସେମାନଙ୍କୁ ଏହି ଯୁକ୍ତି ଉତ୍ତେଜିତ କରିବା ସ୍ବାଭାବିକ। ସେମାନେ ଯୁକ୍ତି କରନ୍ତି ଯେ, ହିନ୍ଦୁଧର୍ମର ଯୁଧିଷ୍ଠିରଙ୍କ ଅପେକ୍ଷା ଅଶୋକଙ୍କୁ ଜଣେ ଶ୍ରେଷ୍ଠ ରାଜା ଭାବରେ ଚିତ୍ରଣ କରିବା ପାଇଁ ଐତିହାସିକମାନେ ଜାଣିଶୁଣି ମନୋନୀତ ତଥ୍ୟ ଉପସ୍ଥାପନ କରନ୍ତି।
ମହାଭାରତ ଯୁଦ୍ଧ ପୂର୍ବରୁ ଏବଂ ପରେ, ଉଭୟରେ ଯୁଦ୍ଧ ବିରୋଧୀ ଭାବନା ଉପସ୍ଥାପନ କରାଯାଇଛି। ଯୁଦ୍ଧ ପୂର୍ବରୁ ଯୁଧିଷ୍ଠିରଙ୍କ ସାନଭାଇ ଅର୍ଜୁନ ଏବଂ ଯୁଦ୍ଧ ପରେ ନିଜେ ଯୁଧିଷ୍ଠିରଙ୍କଠାରେ ଏଭଳି ଭାବନା ପ୍ରକାଶ ପାଇଛି। ଉଭୟ ଘଟଣାରେ କୃଷ୍ଣ ଯୁଦ୍ଧକୁ ସେମାନଙ୍କର ଧର୍ମ ବୋଲି ବିଚାର କରିବା ପାଇଁ ଅନେକ ଯୁକ୍ତି ବାଢ଼ିିଥିଲେ। ଧର୍ମକୁ ଏଠାରେ ଜାତିର କର୍ତ୍ତବ୍ୟ ଭାବରେ ଦର୍ଶାଯାଇଛି। ଅର୍ଜୁନ ଏବଂ ଯୁଧିଷ୍ଠିର ଯୋଦ୍ଧା ଥିଲେ ଏବଂ ବିଶେଷ ଅଧିକାରର ଋଣ ପରିଶୋଧ ପାଇଁ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ। ଜାତିବାଦ ମାଧ୍ୟମରେ ହିଂସାକୁ ଯଥାର୍ଥ ବୋଲି ବିଚାର କରୁଥିବା ମାର୍କ୍ସବାଦୀମାନେ ଏହା ଉପସ୍ଥାପନ କରନ୍ତି।
ତେବେ ଯୁଧିଷ୍ଠିର ହିଂସା ବା ଯୁଦ୍ଧ ପାଇଁ ପ୍ରେରିତ ହେବା ବିଷୟ ଅଶୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯୁଧିଷ୍ଠିରଙ୍କ ଯୁଦ୍ଧ ହେଉଛି ପରିବାର ମଧ୍ୟରେ ସମ୍ପତ୍ତିଗତ ବିବାଦର ପରିଣାମ। ଅନ୍ୟପକ୍ଷରେ ଉଚ୍ଚାଭିଳାଷ ଏବଂ ଏକ ସ୍ବାଧୀନ ସୀମାନ୍ତ ରାଜ୍ୟରୁ ସମ୍ବଳ ଛଡ଼ାଇ ଆଣିବାର ଇଚ୍ଛା ଯୋଗୁ ଅଶୋକ ହିଂସା ଘଟାଇଛନ୍ତି। ଯୁଧିଷ୍ଠିରଙ୍କ ହିଂସା ମୂଳରେ ନ୍ୟାୟ ଏବଂ ଆତ୍ମରକ୍ଷା ଥିଲା, ରାଜ୍ୟ ବିସ୍ତାରର ଲୋଭ ନ ଥିଲା। ତେବେ ଅଶୋକ ହିଂସା ବିରୋଧରେ ଥିଲେ (ଯୁଦ୍ଧରେ ଜିତିବା ପରେ) ବୋଲି ଯୁକ୍ତି ବାଢ଼ିବା ଏବଂ ବ୍ରାହ୍ମଣୀୟ ପୁରାଣଗୁଡ଼ିକ ଜାତିଗତ କର୍ତ୍ତବ୍ୟକୁ ଯୁଦ୍ଧର କାରଣ ବୋଲି ବିବେଚନା କରିବା ବାସ୍ତବ ବଦଳରେ ଅଧିକ ଯୋଜନାବଦ୍ଧ ମନେହୁଏ।
ମହାଭାରତ କିମ୍ବା ଭଗବତ୍‌ ଗୀତା ହିଂସାର ସମର୍ଥକ ନୁହନ୍ତି ବୋଲି ଅନେକ ଆଧୁନିକ ଐତିହାସିକ ଯୁକ୍ତି କରନ୍ତି। ଏହି ଯୁକ୍ତି ପଛରେ ଅଛି ‘ମୁଁ ’ ଓ ‘ମୋର’ ଧାରଣା, ଯାହା ପରିବାର ଗଢ଼େ ଏବଂ ଭାଙ୍ଗେ। ଉଲ୍ଲେଖନୀୟ ଯେ, ମହାକାବ୍ୟରେ ପୋଷ୍ୟସନ୍ତାନ ଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ, ଯାହା ରାମାୟଣରେ ମିଳେନାହିଁ। ପାଣ୍ଡବ ପ୍ରଶ୍ନ (ପରିବାର ସହ ଲଢ଼ିିବା ଧର୍ମ କି?) କୌରବ ଯୁକ୍ତି (ଶତ୍ରୁଙ୍କ ସହ ଲଢ଼ିବା ହେଉଛି ଧର୍ମ) ସହିତ ସମାନ ନୁହେଁ।
ଜଣେ ରାଜାଙ୍କର କ୍ଷମତା ବିସ୍ତାର କରିବା ଏବଂ ଅନ୍ୟକୁ ତଡ଼ି ରାଜ୍ୟ ପ୍ରତିଷ୍ଠା କରିବାର ଇଚ୍ଛା ସହିତ ଏଗୁଡ଼ିକର କୌଣସି ସମ୍ପର୍କ ନାହିଁ। ପାପରୁ ମୁକ୍ତି ପାଇବାକୁ ଚାହୁଁଥିବା ଏକ ମହତ୍ତ୍ୱାକାଂକ୍ଷୀ ଐତିହାସିକ ଚରିତ୍ର ଏବଂ ଏକ ପରିବାର ସମ୍ବନ୍ଧୀୟ ନୈତିକ ବିପର୍ଯ୍ୟର ସମ୍ମୁଖୀନ ହେଉଥିବା ଜଣେ ପୌରାଣିକ ଚରିତ୍ର ମଧ୍ୟରେ କାଳ୍ପନିକ ପ୍ରତିଯୋଗିତା ସୃଷ୍ଟି କରିବା ପାଇଁ ପୌରାଣିକ ଲେଖକଙ୍କର ଅଧିକ ଆଗ୍ରହ ରହିଛି, ଯାହାକୁ ଏବେ ଐତିହାସିକମାନେ ଗ୍ରହଣ ବା ପସନ୍ଦ କରୁଛନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri