ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ ଅଙ୍ଗ। ଖାଦ୍ୟ ଓ କୃଷିସଂସ୍ଥାର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବାର୍ଷିକ ୪୫୦ ମିଲିୟନ ଟନ୍‌ର ଫସଲ ଅବଶେଷ ପୋଡ଼ାଯାଉଛି, ଯାହାର ୪୦-୫୦ ପ୍ରତିଶତ କେବଳ ଧାନ ଫସଲ; ଯାହାକି ୧.୨ ମିଲିୟନ ଟନ ମିଥେନ ଗ୍ୟାସ ନିର୍ଗତକରି ବାୟୁମଣ୍ଡଳରେ ମିଶାଉଛି।
ସବୁଜ ବିପ୍ଲବର ପରେ ପରେ ଯେବେ ଯନ୍ତ୍ର ସଭ୍ୟତା ଆମ ଅର୍ଥନୀତିରେ ମୁଣ୍ଡଟେକିଲା ସେବେ ଖାଦ୍ୟ ଖାଇବାର ଆବଶ୍ୟକତା ସେତିକି ବଢ଼ିଚାଲିଲା। ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୯ ବିଲିୟନ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପାଖପାଖି ୭୦ ପ୍ରତିଶତରୁ ଅଧିକ ଉପତ୍ାଦନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ଧାନଚାଷ ମୋଟ ଖରିଫ କ୍ଷେତ୍ରର ପ୍ରାୟ ୬୦ ପ୍ରତିଶତ । ୨୦୧୯ -୨୦ ରେ ଧାନର ମୋଟ କ୍ଷେତ୍ର ୩୯.୪ ଲକ୍ଷ ହେକ୍ଟର ଥିବାବେଳେ ୨୦୨୩-୨୪ରେ ଏହା ୪୦.୯ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି। ଆମ ରାଜ୍ୟର ପ୍ରମୁଖ ଫସଲ ଭାବରେ ଧାନ ଯେତିକି ଆଦୃତ ହୋଇଛି , ଧାନ ଅମଳ ପରେ ନଡ଼ା ସେତିକି ପରିମାଣରେ ଆଦୃତି ଲାଭ କରିପାରୁନାହିଁ। ଭାରତରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଓଡ଼ିଶା ତଥା ପୂର୍ବଭାରତର ଅନେକ ରାଜ୍ୟରେ ଏମିତି ନଡ଼ାପୋଡ଼ି ଅଧିକ ଦେଖାଯାଏ। ବର୍ତ୍ତମାନ ସମୟରେ ଚାଷକରିବା ଯେତିକି କଷ୍ଟ ଚାଷ ପରେ ବିକିଲାବେଳକୁ ଦି ଗୁଣା କଷ୍ଟ। ବୋଝ ଉପରେ ନଳିତାବିଡ଼ା। ଚାଷ ବେଳେ ସାର, କୀଟନାଶକ ଆଉ ଫସଲ ଅମଳ ପରେ ଅଧିକ ମଜୁରି, ପରବର୍ତ୍ତୀ ଫସଲ ପାଇଁ ସମୟ କମ୍‌ ତଥା ସଚେତନତା ଅଭାବରୁ ଚାଷୀମାନେ ବିକଳ୍ପ ସ୍ବରୂପ ନଡ଼ାପୋଡ଼ିକୁ ଗ୍ରହଣ କରିଥାନ୍ତି । କିନ୍ତୁ ଏହା ପ୍ରଭାବରେ ଭାରତର ବାର୍ଷିକ ବାୟୁ ପ୍ରଦୂଷଣର ମାତ୍ରା ୧୫-୨୦ ପ୍ରତିଶତ ବଢ଼ିଥାଏ। ମାଟିର ଉପରଭାଗରେ ଉପକାରୀ ଅଣୁଜୀବମାନେ ରହି ମାଟିକୁ ହାଲୁକା କରନ୍ତି , ମାନ ବଢ଼ାନ୍ତି । କିନ୍ତୁ ନଡ଼ାପୋଡ଼ି ପ୍ରଭାବରେ ଯେଉଁ ଉତ୍ତପ୍ତ ତାପମାତ୍ରା ସୃଷ୍ଟିହୁଏ, ତାହା ଏହି ଅଣୁଜୀବଙ୍କ ବିନାଶର କାରଣ ସାଜେ। ଏହାର ପ୍ରଭାବରେ ଅଙ୍ଗାରକାମ୍ଳ ,ମିଥେନ୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ପ୍ରଭୃତି ଗ୍ୟାସ ନିର୍ଗତହୁଏ ଯାହାକି ସବୁଜଗୃହ ଗ୍ୟାସ ଭାବେ ପରିଚିତ। ଏହା ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧିକରେ। ଏବେ ଋତୁଚକ୍ରରେ ଜଳବାୟୁ ପରିବର୍ତ୍ତନର ସଙ୍କଟ ଅନୁଭବ କରୁଛେ। ଜୈବ ବିବିଧତା ଆଜି ବିପର୍ଯ୍ୟସ୍ତ। ଏହି ନଡ଼ାପୋଡ଼ି ମାଟିର ପୋଷକତତ୍ତ୍ୱ ସନ୍ତୁଳନକୁ ବିଗାଡ଼ିଦିଏ। ଫଳସ୍ବରୂପ ନାଇଟ୍ରୋଜେନ୍‌ ୮୦-୮୫ ପ୍ରତିଶତ ,ଫସ୍‌ଫରସ୍‌ ୨୫-୩୦ ପ୍ରତିଶତ, ପୋଟାସିୟମ ୨୦-୨୫ ପ୍ରତିଶତ ତଥା ସଲ୍‌ଫର ୫୦ ପ୍ରତିଶତ ପାଖାପାଖି ନଷ୍ଟହୁଏ। ମାଟିର ଜୈବିକ ଅଙ୍ଗାରକର ମାତ୍ରା ମଧ୍ୟ ହ୍ରାସହୁଏ। ଏହା ପ୍ରଭାବରେ ନିର୍ଗତ ହେଉଥିବା ମିଥେନ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ ଅଙ୍ଗାରକାମ୍ଳଠାରୁ ୨୫-୨୫୦ ଗୁଣ ଅଧିକ କ୍ଷତିକାରକ । ଜୈବିକଚାଷ ଓ ଜୈବିକ ପ୍ରମାଣନ ଦିଗରେ ଏ ନଡ଼ା ପୋଡ଼ିକୁ କୌଣସି ପ୍ରକାରରେ ଅନୁମତି ଦିଆଯାଏ ନାହିଁ।
ମାଟିର ସ୍ବାସ୍ଥ୍ୟର ଅବନତିଠାରୁ ଆରମ୍ଭକରି ମଣିଷର ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିଥାଏ। ସମ୍ପ୍ରତି ଆପଣମାନେ ଦେଖୁଥିବେ ଗଣମାଧ୍ୟମରେ ପ୍ରତିଦିନ ବାୟୁ ଗୁଣବତ୍ତାର ମାତ୍ରା ଉପରେ ଅନେକ ଖବର ପରିବେଷଣ ହେଉଛି। କେବଳ ଦିଲ୍ଲୀ ନୁହେଁ, ଆମ ରାଜ୍ୟର ଭୁବନେଶ୍ୱର, ତାଳଚେର,ଅନୁଗୋଳ ପରି ଅଞ୍ଚଳରେ ମଧ୍ୟ ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଲାଣି। ଏହି ପ୍ରଦୂଷଣର ପ୍ରଭାବରେ ସହରାଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହେଉଛି ଯାହା ମଧ୍ୟରେ କ୍ଷତିକାରକ ଗ୍ୟାସ୍‌ ମଧ୍ୟ ରହିଥାଏ। ଯେହେତୁ ଅଧିକ ମାତ୍ରାରେ ନଡ଼ାପୋଡ଼ି ହେଉଛି , ମାଟିର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଛି , ମାଟି ଅଧିକ ଖାଦ୍ୟ ଆବଶ୍ୟକ କରୁଛି। ଏଥିପାଇଁ ଫସଲ ଉପତ୍ାଦନ ସମୟରେ ଅଧିକ ସାରର ପ୍ରୟୋଗ ହେଉଛି। ଚାଷୀମାନେ ଏବେ ଧାନକଟା ମେଶିନ ପାଇଁ ଘଣ୍ଟାକୁ ୨୫୦୦ ରୁ ୨୬୦୦ ଟଙ୍କା ଦେଉଛନ୍ତି। ମେଶିନରେ ଧାନ କଟା କମ୍‌ ସମୟ ଲାଗୁଛି , କିନ୍ତୁ ନଡ଼ା ଅଧିକ ରହୁଛି। ସମୟ କମ୍‌ ଲାଗିବା ପାଇଁ ଏହାକୁ ଅନେକ ଚାଷୀ ଆପଣାଉଛନ୍ତି । ଫଳସ୍ବରୂପ ନଡ଼ା ଅବ୍ୟବହୃତ ହୋଇ ପଡ଼ିରହୁଛି। ଆଉ ଏହି ମେଶିନ ପ୍ରଭାବରେ ସେହି ନଡ଼ାଗୁଡ଼ିକରୁ ଆସୁଥିବା ଡିଜେଲ ବାସ୍ନା ପାଇଁ ଗୋରୁ ମଧ୍ୟ ଖାଇବାକୁ ପସନ୍ଦ କରୁନାହାନ୍ତି ।
ଏହାର ବିକଳ୍ପ ସ୍ବରୂପ ପ୍ରଥମରେ ଚାଷୀମାନେ ଏ ଦିଗରେ ସଚେତନ ହେବା ଆବଶ୍ୟକ। ଜମିରେ ରହୁଥିବା ନଡ଼ାକୁ ଆଚ୍ଛାଦନ ଭାବରେ ବ୍ୟବହାର କରିବା ଓ ରୋଟାଭୋଟର ମାଧ୍ୟମରେ ତାହାକୁ ମାଟିରେ ମିଶାଇ ଦେଇପାରିବେ। ଯାହା ମାଟିର ଜଳୀୟ ଅଂଶ ବଢ଼ାଇବା ସହ ଜୈବିକ ଅଙ୍ଗାରକ ନିୟନ୍ତ୍ରଣରେ ସାହାଯ୍ୟ କରିବ। ଦ୍ୱିତୀୟରେ ହାପିସିଡର ବ୍ୟବହାର ଦିଗରେ ଯନତ୍ବାନ୍‌ ହେବା ସହ ଶୂନ୍ୟକର୍ଷଣ ବା ଜିରୋଟିଲେଜ ଉପରେ ଚାଷୀମାନେ ଗୁରୁତ୍ୱ ଦେଇପାରିବେ। ଏକକ ଫସଲ ଉପରେ ଗୁରୁତ୍ୱ ନ ଦେଇ ଆମେ ଫସଲ ବିବିଧିକରଣକୁ ପ୍ରାଧାନ୍ୟ ଦେବା। ଅତ୍ୟଧିକ ଧାନ ପଛରେ ପାଗଳ ନ ହେଇ ଅନ୍ୟ ତୈଳବୀଜ ଓ ଡାଲିଜାତୀୟ ଫସଲ ଉପରେ ମଧ୍ୟ ଧ୍ୟାନ ଦେଇପାରିବା। ତୃତୀୟରେ ନଡ଼ାକୁ ଛତୁଭିତ୍ତିକ ଉଦ୍ୟୋଗରେ ବ୍ୟବହାର କରିପାରିବେ। ଚତୁର୍ଥରେ ଏ ନଡ଼ାଗୁଡ଼ିକୁ କମ୍ପୋଷ୍ଟ ତଥା ଅନ୍ୟ ଜୈବିକ ଖତ ତିଆରିରେ ବ୍ୟବହାର କରାଯାଇପାରିବ। ଚାଷୀମାନେ ନିଜେ ପ୍ୟାକେଜିଂକରି ଏହାକୁ ବିପଣନ କରିପାରିବେ। ପଞ୍ଚମରେ ଗୋରୁଙ୍କ ଖାଦ୍ୟ ଭାବରେ ଏହାକୁ ଆମେ ବ୍ୟବହାର କରିପାରିବା ସହ ବାୟୋଗ୍ୟାସ୍‌ରେ ମଧ୍ୟ ଏହାକୁ ଭାଗୀଦାରି କରିପାରିବା। ଷଷ୍ଠରେ କୃଷକ ଉପତ୍ାଦକ ସଂଗଠନଗୁଡ଼ିକ ଏ ଦିଗରେ କର୍ମଶାଳା ଆୟୋଜନକରି ନଡ଼ାପୋଡ଼ିର କୁପ୍ରଭାବ ଉପରେ ଚାଷୀମାନଙ୍କୁ ଭିଡିଓଭିତ୍ତିକ ତଥ୍ୟ ଉପସ୍ଥାପନ କରିପାରିବେ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ: ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?