ଅଭିଯୋଗ ପରେ ପ୍ରଶାସନ ତତ୍ପର: ମନଇଚ୍ଛା ଚାଲିବନି ଟିକେଟ୍‌ ଅସୁଲ

ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ):ବରଗଡରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଲାଗିଛି। ପଡ଼ିଆର ନିର୍ଦ୍ଧାରିତ ଅଂଶକୁ ଟେଣ୍ଡରରେ ମୀନାବଜାର, ଝୁଲା, ଟ୍ରେଡ୍‌ ଫେୟାର, ଫୁଡ୍‌ ଫେଷ୍ଟ୍‌ ସମେତ ବିଭିନ୍ନ ଛୋଟ ଦୋକାନ ପାଇଁ ଆବଣ୍ଟନ କରାଯାଇଛି। କିନ୍ତୁ ପଡ଼ିଆର କେନ୍ଦ୍ର ଭାଗରେ ରହିଥିବା ସରକାରୀ ସେବାକେନ୍ଦ୍ର, ସେଲ୍ଫି ପଏଣ୍ଟ, କଳାକୁଞ୍ଜ ପାଇଁ ଉଦ୍ଦିଷ୍ଟ କିଛିଅଂଶକୁ ବିନା ଟେଣ୍ଡରରେ ଅନ୍ୟ ଜଣଙ୍କୁ ଆବଣ୍ଟନ କରାଯିବା ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଭଳି ଅଭିଯୋଗ ହେବା ପରେ ମଙ୍ଗଳବାର ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବରଗଡ଼ ଉପଜିଲାପଳ ପ୍ରସନ୍ନ କୁମାର ପାଣ୍ଡେଙ୍କୁ ଫେରାଦ ହୋଇଥିଲା।
ଏହି କ୍ରମରେ ବୁଧବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲାପାଳ ଏବଂ ସଚେତନ ନାଗରିକ ମଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମଞ୍ଚର ପ୍ରତିନିଧିମାନେ ପଡ଼ିଆ କେନ୍ଦ୍ରଭାଗରେ ରହିଥିବା ସ୍ଥାନକୁ କିଭଳି ବିନା ଟେଣ୍ଡରରେ ଦିଆଗଲା ଏବଂ ସେଠାରେ ରୋବାଟିକ୍‌ ଆନିମଲ ଜୁ ଖୋଲାଯାଇ ମାତ୍ରାଧିକ ଟିକେଟ ଦର ନିଆଯାଉଥିବା ଅଭିଯୋଗ କରିଥିଲେ। ତେବେ ସେହି ସ୍ଥାନ କଳାକୁଞ୍ଜ ପାଇଁ ଉଦ୍ଦିଷ୍ଟ ରହିଥିଲା, ମାତ୍ର କୌଣସି କାରଣବଶତଃ କଳାକୁଞ୍ଜ ଲାଗି ପାରି ନ ଥିବାରୁ ଯାତ୍ରାର ବ୍ୟାପକତା ଦୃଷ୍ଟିରୁ ଜମି ଅଧିଗ୍ରହଣ କମିଟିର ସୁପାରିଶକ୍ରମେ ପ୍ରଦୀପ ସାହୁଙ୍କୁ ଦିଆଯାଇଛି ବୋଲି ଉପଜିଲାପାଳ କହିଥିଲେ।
ସେଠାରେ ଖୋଲିଥିବା ରୋବାଟିକ୍‌ ଆନିମଲ ଜୁ’ରେ ଦର୍ଶକଙ୍କଠାରୁ ଜଣ ପ୍ରତି ୫୦ଟଙ୍କା ନିଆଯାଉଛି ବୋଲି ମଞ୍ଚର ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ବିଚାର କରି ଏଣିକି ଜର୍ଜ ହାଇସ୍କୁଲ ପଡ଼ିଆରେ ରହିଥିବା ରୋବାଟିକ୍‌ ଆନିମଲ ଜୁ’ରେ ଛୋଟ ପିଲାଙ୍କ ପାଇଁ ୨୦ଟଙ୍କା ଏବଂ ବଡ଼ ଲୋକଙ୍କ ପାଇଁ ୩୦ଟଙ୍କା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲାପାଳ କହିଥିଲେ। ଏହାସହିତ ଦୋଳି, ଝୁଲା ପାଇଁ ଜଣ ପ୍ରତି ୫୦ଟଙ୍କା ଟିକେଟ୍‌ ଦର ଧାର୍ଯ୍ୟ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ଗାଡ଼ି ପାର୍କିଂରେ ମଧ୍ୟ ମନଇଚ୍ଛା ପାର୍କିଂ ଫି ଅସୁଲ କରାଯାଉଛି ବୋଲି ଅଭିଯୋଗ ହେବାରୁ ପାର୍କିଂ ଷ୍ଟାଣ୍ଡରେ ୨ଚକିଆ ଯାନ ପାଇଁ ୩୦ଟଙ୍କା ଏବଂ ୪ଚକିଆ ଯାନ ପାଇଁ ୧୦୦ଟଙ୍କା ପାର୍କିଂ ଫି ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ। ପାନୀୟଜଳ, ଶୌଚାଳୟ, ପରିମଳ ଦିଗରେ ପ୍ରଶାସନ ପଦକ୍ଷେପ ନେଉଛି ବୋଲି ଉପଜିଲାପାଳ ପାଣ୍ଡେ କହିଥିଲେ।
ବେଆଇନ ଭାବେ ପାର୍କିଂ ଷ୍ଟାଣ୍ଡ ଖୋଲିଲେ କିମ୍ବା ପାର୍କିଂ ଷ୍ଟାଣ୍ଡ ଗୁଡ଼ିକରେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଗଲେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟିର ଆବାହକ ଭୀଷ୍ମଦେବ ସରାଫ କହିଥିଲେ। ଏହାକୁ ଦୃଷ୍ଟିରେ ଏନ୍‌ଫୋର୍ସମେଣ୍ଟ ଚଢ଼ାଉ କରୁଛି ଏବଂ ଧନୁଯାତ୍ରା ସରିବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିବ। ଫଳରେ କେହି ବେଆଇନ ଭାବେ ପାର୍କିଂ ଫି ଅସୁଲି ନ କରିବାକୁ ସରାଫ୍‌ ପରାମର୍ଶ ଦେଇଛନ୍ତି। ଆଲୋଚନା ସମୟରେ ସଚେତନ ନାଗରିକ ମଞ୍ଚର ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ମନୋହର ପ୍ରଧାନ, ଶୟନ ପଣ୍ଡା, ଜିତୁ ଭୋଇ, ଆଡଭୋକେଟ୍‌ ସନ୍ତୋଷ ଦାଶ, ସୁଦାମ ସାହୁ, ଗଙ୍ଗା ପୂଝାରୀ, ଗୋବିନ୍ଦ ଶର୍ମା, ସରୋଜ ନାଏକ, ମହମ୍ମଦ ଫିରୋଜ, ଅଲିମ ରିଜ୍‌ବି, ଲାଲା ଦୀପ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ଗାଁ ପାହାଡ଼ରୁ ପଥର ଖୋଳୁଥିବାବେଳେ ଅଘଟଣ, ମାଟି ଅତଡ଼ା ଖସି ଶ୍ରମିକ ମୃତ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ନିକଟ କାଙ୍କରା ପାହାଡ଼ରୁ ମାଟି ଅତଡ଼ା ଖସି ଜଣେ ଶ୍ରମିକ ଗୁରୁବାର ମୃତ୍ୟୁବରଣ...

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri