ଅଭିଯୋଗ ପରେ ପ୍ରଶାସନ ତତ୍ପର: ମନଇଚ୍ଛା ଚାଲିବନି ଟିକେଟ୍‌ ଅସୁଲ

ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ):ବରଗଡରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଲାଗିଛି। ପଡ଼ିଆର ନିର୍ଦ୍ଧାରିତ ଅଂଶକୁ ଟେଣ୍ଡରରେ ମୀନାବଜାର, ଝୁଲା, ଟ୍ରେଡ୍‌ ଫେୟାର, ଫୁଡ୍‌ ଫେଷ୍ଟ୍‌ ସମେତ ବିଭିନ୍ନ ଛୋଟ ଦୋକାନ ପାଇଁ ଆବଣ୍ଟନ କରାଯାଇଛି। କିନ୍ତୁ ପଡ଼ିଆର କେନ୍ଦ୍ର ଭାଗରେ ରହିଥିବା ସରକାରୀ ସେବାକେନ୍ଦ୍ର, ସେଲ୍ଫି ପଏଣ୍ଟ, କଳାକୁଞ୍ଜ ପାଇଁ ଉଦ୍ଦିଷ୍ଟ କିଛିଅଂଶକୁ ବିନା ଟେଣ୍ଡରରେ ଅନ୍ୟ ଜଣଙ୍କୁ ଆବଣ୍ଟନ କରାଯିବା ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଭଳି ଅଭିଯୋଗ ହେବା ପରେ ମଙ୍ଗଳବାର ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ବରଗଡ଼ ଉପଜିଲାପଳ ପ୍ରସନ୍ନ କୁମାର ପାଣ୍ଡେଙ୍କୁ ଫେରାଦ ହୋଇଥିଲା।
ଏହି କ୍ରମରେ ବୁଧବାର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲାପାଳ ଏବଂ ସଚେତନ ନାଗରିକ ମଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମଞ୍ଚର ପ୍ରତିନିଧିମାନେ ପଡ଼ିଆ କେନ୍ଦ୍ରଭାଗରେ ରହିଥିବା ସ୍ଥାନକୁ କିଭଳି ବିନା ଟେଣ୍ଡରରେ ଦିଆଗଲା ଏବଂ ସେଠାରେ ରୋବାଟିକ୍‌ ଆନିମଲ ଜୁ ଖୋଲାଯାଇ ମାତ୍ରାଧିକ ଟିକେଟ ଦର ନିଆଯାଉଥିବା ଅଭିଯୋଗ କରିଥିଲେ। ତେବେ ସେହି ସ୍ଥାନ କଳାକୁଞ୍ଜ ପାଇଁ ଉଦ୍ଦିଷ୍ଟ ରହିଥିଲା, ମାତ୍ର କୌଣସି କାରଣବଶତଃ କଳାକୁଞ୍ଜ ଲାଗି ପାରି ନ ଥିବାରୁ ଯାତ୍ରାର ବ୍ୟାପକତା ଦୃଷ୍ଟିରୁ ଜମି ଅଧିଗ୍ରହଣ କମିଟିର ସୁପାରିଶକ୍ରମେ ପ୍ରଦୀପ ସାହୁଙ୍କୁ ଦିଆଯାଇଛି ବୋଲି ଉପଜିଲାପାଳ କହିଥିଲେ।
ସେଠାରେ ଖୋଲିଥିବା ରୋବାଟିକ୍‌ ଆନିମଲ ଜୁ’ରେ ଦର୍ଶକଙ୍କଠାରୁ ଜଣ ପ୍ରତି ୫୦ଟଙ୍କା ନିଆଯାଉଛି ବୋଲି ମଞ୍ଚର ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ବିଚାର କରି ଏଣିକି ଜର୍ଜ ହାଇସ୍କୁଲ ପଡ଼ିଆରେ ରହିଥିବା ରୋବାଟିକ୍‌ ଆନିମଲ ଜୁ’ରେ ଛୋଟ ପିଲାଙ୍କ ପାଇଁ ୨୦ଟଙ୍କା ଏବଂ ବଡ଼ ଲୋକଙ୍କ ପାଇଁ ୩୦ଟଙ୍କା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପଜିଲାପାଳ କହିଥିଲେ। ଏହାସହିତ ଦୋଳି, ଝୁଲା ପାଇଁ ଜଣ ପ୍ରତି ୫୦ଟଙ୍କା ଟିକେଟ୍‌ ଦର ଧାର୍ଯ୍ୟ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ଗାଡ଼ି ପାର୍କିଂରେ ମଧ୍ୟ ମନଇଚ୍ଛା ପାର୍କିଂ ଫି ଅସୁଲ କରାଯାଉଛି ବୋଲି ଅଭିଯୋଗ ହେବାରୁ ପାର୍କିଂ ଷ୍ଟାଣ୍ଡରେ ୨ଚକିଆ ଯାନ ପାଇଁ ୩୦ଟଙ୍କା ଏବଂ ୪ଚକିଆ ଯାନ ପାଇଁ ୧୦୦ଟଙ୍କା ପାର୍କିଂ ଫି ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ। ପାନୀୟଜଳ, ଶୌଚାଳୟ, ପରିମଳ ଦିଗରେ ପ୍ରଶାସନ ପଦକ୍ଷେପ ନେଉଛି ବୋଲି ଉପଜିଲାପାଳ ପାଣ୍ଡେ କହିଥିଲେ।
ବେଆଇନ ଭାବେ ପାର୍କିଂ ଷ୍ଟାଣ୍ଡ ଖୋଲିଲେ କିମ୍ବା ପାର୍କିଂ ଷ୍ଟାଣ୍ଡ ଗୁଡ଼ିକରେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଗଲେ ଦୃଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟିର ଆବାହକ ଭୀଷ୍ମଦେବ ସରାଫ କହିଥିଲେ। ଏହାକୁ ଦୃଷ୍ଟିରେ ଏନ୍‌ଫୋର୍ସମେଣ୍ଟ ଚଢ଼ାଉ କରୁଛି ଏବଂ ଧନୁଯାତ୍ରା ସରିବା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିବ। ଫଳରେ କେହି ବେଆଇନ ଭାବେ ପାର୍କିଂ ଫି ଅସୁଲି ନ କରିବାକୁ ସରାଫ୍‌ ପରାମର୍ଶ ଦେଇଛନ୍ତି। ଆଲୋଚନା ସମୟରେ ସଚେତନ ନାଗରିକ ମଞ୍ଚର ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ମନୋହର ପ୍ରଧାନ, ଶୟନ ପଣ୍ଡା, ଜିତୁ ଭୋଇ, ଆଡଭୋକେଟ୍‌ ସନ୍ତୋଷ ଦାଶ, ସୁଦାମ ସାହୁ, ଗଙ୍ଗା ପୂଝାରୀ, ଗୋବିନ୍ଦ ଶର୍ମା, ସରୋଜ ନାଏକ, ମହମ୍ମଦ ଫିରୋଜ, ଅଲିମ ରିଜ୍‌ବି, ଲାଲା ଦୀପ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?