ରାସ୍ତାରେ ଧାନ ରୋଇଲେ

ବରଗଡ଼ ଅଫିସ୍‌,୨।୮: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ଶୋଚନୀୟ ହୋଇପଡ଼ିଛି । ଫଳରେ ରାସ୍ତାରେ ଯାତାୟାତ ହୋଇପାରୁ ନାହିଁ। ରାସ୍ତା ମରାମତି ନେଇ ବାରମ୍ବାର ଦାବି ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଗ୍ରାମବାସୀ ରାସ୍ତା ଉପରେ ଧାନ ରୋଇ ସୋମବାର ପ୍ରତିବାଦ କରିଛନ୍ତି। ଏହା ସହିତ ଗ୍ରାମର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସକୁ ଆସିଥିଲେ । ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ରାସ୍ତା ମରାମତି କରିବକୁ ଗ୍ରାମବାସୀ ଦାବି କରିଥିଲେ।

ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଗନିଆଁପାଲି ପଞ୍ଚାୟତ ଅଧୀନ ଉପରୋକ୍ତ ରାସ୍ତା ଉପରେ ୨୦୧୪ରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଦ୍ୱାରା ମୋରମ ପକାଯାଇଥିଲା। ୨୦୧୮ରେ ରାସ୍ତାର ୨ କି.ମି ପର୍ଯ୍ୟନ୍ତ ପିଚୁ କାମ କରାଯାଇ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା। ୨୦୨୦ରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨କି.ମି ରାସ୍ତା କାମ ହୋଇଥିଲା । ତେବେ ରାସ୍ତା ଆରମ୍ଭର ଯେଉଁସ୍ଥାନରେ ସୂଚନା ଫଳକ ଲାଗିଛି, ସେହିସ୍ଥାନରେ ଜେସିବି ମେଶିନ ଦ୍ୱାରା ରାସ୍ତାକୁ କଟାଯାଇଛି ଏବଂ କାମ କରାଯାଇ ନ ଥିବା ଯୋଗୁ ଉକ୍ତ ରାସ୍ତାରେ ଯିବା ଆସିବା କରି ହେଉ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ରାସ୍ତାକୁ ତୁରନ୍ତ ଲୋକଙ୍କ ଯାତାୟାତ ଉପଯୋଗୀ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଏହା କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ତୁଲସୀରାମ ସେଠ, ଦେବେନ୍ଦ୍ରେ ସାହୁ, ଘନଶ୍ୟାମ ବେହେରା, କୃଷ୍ଣଚନ୍ଦ୍ର ବେହେରା, ସରୋଜ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ଅଫିସକୁ ଆସିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମରେ ମାମଲା

ସମ୍ବଲପୁର,୧୬ା୨(ବ୍ୟୁରେ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ କ୍ଷେତରାଜପୁର ଥାନାରେ ମାମଲା ରୁଜୁ ହୋଇଛି। ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଅଭିଯୋଗ ଆଧାରରେ ପୋଲିସ...

ନିର୍ମାଣ ଶ୍ରମିକଙ୍କୁ ମାସ୍କ, ସହାୟତା ରାଶି ବଣ୍ଟନ

ଖଇରା, ୧୦।୪(ଡି.ଏନ.ଏ.)-ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ମାସ୍କ...

ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)...

ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ଦୁର୍ଯ୍ୟୋଧନ

ରତ୍ନଗିରି,୧୪-୧(ଡିଏନ୍‌ଏ):ମଞ୍ଚରେ ଓ ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ହେଉଛନ୍ତି ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମର ଦୁର୍ଯ୍ୟୋଧନ ପରିଡା(୬୪)। ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିବା...

ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ୨ ଛାତ୍ରଙ୍କ ଜୀବନ

ମାଲକାନଗିରି,୨୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଡ଼ିଆ ବ୍ଲକ କାଲିମେଳା ଥାନା ଅଧୀନ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ରୋଡ଼ଗୁଡ଼ା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଚଢ଼େଇ ଛୁଆ ଧରିବାକୁ...

ଘର ଜାଳିଦେଲେ, ମା’ଙ୍କୁ ଆକ୍ରମଣ ଉଦ୍ୟମ: ଅଭିଯୁକ୍ତ ପୁଅ ଗିରଫ

ଅନୁଗୋଳ ଅଫିସ, ୨ା୯:ଅନୁଗୋଳ ସଦର ଥାନା ରନ୍ତଲେଇ ଜଙ୍ଗଲମୌଜାର ଦୀନେଶ ନାଏକ(୨୦) ଗୁରୁବାର ନିଜ ଘର ପୋଡ଼ି ଦେବା ସହ ମା’ଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି।...

କଓ୍ବୋଇସି ଅପ୍‌ଡେଟ୍‌ ନାଁରେ ୫୦ ହଜାର ଠକେଇ

ପାଟକୁରା,୧୨।୧(ଡି.ଏନ୍‌.ଏ.): ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗଁାର ନାନକ କୁମାର ସାହୁ (୪୧) ସାଇବର ଠକେଇର ଶିକାର ହୋଇଛନ୍ତି। ମୋବାଇଲ୍‌ରେ ୧୦ ଟଙ୍କା ରିଚାର୍ଜ କରି...

ଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ଛାତ୍ର

ନିରାକାରପୁର,୨୮ା୧୦(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗାଁ ନିକଟରେ ଥିବା ମନ୍ଦାକିନୀ ନଦୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ବିଜ୍ଞାନ...

Advertisement
Archives

Model This Week