ରାସ୍ତାରେ ଧାନ ରୋଇଲେ

ବରଗଡ଼ ଅଫିସ୍‌,୨।୮: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ଶୋଚନୀୟ ହୋଇପଡ଼ିଛି । ଫଳରେ ରାସ୍ତାରେ ଯାତାୟାତ ହୋଇପାରୁ ନାହିଁ। ରାସ୍ତା ମରାମତି ନେଇ ବାରମ୍ବାର ଦାବି ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉ ନାହିଁ। ଏନେଇ ଗ୍ରାମବାସୀ ରାସ୍ତା ଉପରେ ଧାନ ରୋଇ ସୋମବାର ପ୍ରତିବାଦ କରିଛନ୍ତି। ଏହା ସହିତ ଗ୍ରାମର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସକୁ ଆସିଥିଲେ । ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ରାସ୍ତା ମରାମତି କରିବକୁ ଗ୍ରାମବାସୀ ଦାବି କରିଥିଲେ।

ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଗନିଆଁପାଲି ପଞ୍ଚାୟତ ଅଧୀନ ଉପରୋକ୍ତ ରାସ୍ତା ଉପରେ ୨୦୧୪ରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଦ୍ୱାରା ମୋରମ ପକାଯାଇଥିଲା। ୨୦୧୮ରେ ରାସ୍ତାର ୨ କି.ମି ପର୍ଯ୍ୟନ୍ତ ପିଚୁ କାମ କରାଯାଇ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା। ୨୦୨୦ରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୨କି.ମି ରାସ୍ତା କାମ ହୋଇଥିଲା । ତେବେ ରାସ୍ତା ଆରମ୍ଭର ଯେଉଁସ୍ଥାନରେ ସୂଚନା ଫଳକ ଲାଗିଛି, ସେହିସ୍ଥାନରେ ଜେସିବି ମେଶିନ ଦ୍ୱାରା ରାସ୍ତାକୁ କଟାଯାଇଛି ଏବଂ କାମ କରାଯାଇ ନ ଥିବା ଯୋଗୁ ଉକ୍ତ ରାସ୍ତାରେ ଯିବା ଆସିବା କରି ହେଉ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ରାସ୍ତାକୁ ତୁରନ୍ତ ଲୋକଙ୍କ ଯାତାୟାତ ଉପଯୋଗୀ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଏହା କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ତୁଲସୀରାମ ସେଠ, ଦେବେନ୍ଦ୍ରେ ସାହୁ, ଘନଶ୍ୟାମ ବେହେରା, କୃଷ୍ଣଚନ୍ଦ୍ର ବେହେରା, ସରୋଜ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ଅଫିସକୁ ଆସିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ମିଳିଲା ସୁରକ୍ଷା: ଜାଣନ୍ତୁ କିଏ ଉଠାଇବ ଖର୍ଚ୍ଚ

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝାଲମୁଢି ପରିବେଷଣ କରିଥିବା ବିକ୍ରେତାଙ୍କୁ ଏବେ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ଜଣାପଡ଼ିଛି। ତାଙ୍କୁ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଜଡିତ…

ନୂଆ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ, ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ

କେନ୍ଦୁଝର,୨୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…

ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର…

ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ, ୩ ଜଣଙ୍କୁ ବାନ୍ଧି ପୋଲିସ କହିଲା…

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ପୋଲିସ…

ବରଗଡ଼ ସର୍କିଟ୍‌ ହାଉସ୍‌ରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା : ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମନ୍ତ୍ରୀ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ ଦିନ ବିତିଯାଇଛି। ହେଲେ ଧାନ ବିକ୍ରିବଟାରେ ଚାଷୀମାନେ ବିଭିନ୍ନ ସମସ୍ୟାର…

ବହୁ ଖୋଜାଖୋଜି ପରେ ମିଳିଲା ବୃଦ୍ଧାଙ୍କ ମୃତଦେହ

ପାଟଣା,୨୩।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦହିବାହାଳୀ ଗ୍ରାମ ପୋଖରୀକୁ ଶୁକ୍ରବାର ସାରେ ଜଣେ ୬୫ବର୍ଷୀୟ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ରାତିରେ…

ଏଲୋନ ମସ୍କଙ୍କ ଉପରେ ଗୁପ୍ତଚର କରୁଥିଲା କି ଚାଇନା? ୱେଟର ଭାବରେ ପହଞ୍ଚିଲେ ‘ଡ୍ରାଗନ’ର ସୁନ୍ଦରୀ ଏଜେଣ୍ଟ

ବେଜିଂ,୨୩।୫: ଚାଇନା ଦୀର୍ଘ ଦିନ ଧରି ଅନ୍ୟ ଦେଶରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏବେ ଏହି ତାଲିକାରେ ଏକ ନୂତନ ଅଭିଯୋଗ ଯୋଡି…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri