ଭାରତରେ ଏପର୍ଯ୍ୟନ୍ତ ୪୭କୋଟିରୁ ଊର୍ଦ୍ଧ୍ୱଙ୍କୁ ଦିଆଗଲାଣି ଟିକା: ୧୧କୋଟି ନେଇଛନ୍ତି ଉଭୟ ଡୋଜ

ନୂଆଦିଲ୍ଲୀ,୨।୮: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ଟିକା। ତେଣୁ କରୋନାକୁ ହରାଇବା ପାଇଁ ସାରା ବିଶ୍ୱରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଭାରତରେ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୪୭କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି। ସେଥିମଧ୍ୟରୁ କେବଳ ୧୦କୋଟି ୪୨ ଲକ୍ଷ ଲୋକ କରୋନା ଟିକାର ଉଭୟ ଡୋଜ ନେଇସାରିଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ମୋଟ ୪୭,୨୨,୨୩,୬୩୯ଡୋଜ ଦିଆଯାଇଛି। ସେଥିମଧ୍ୟରୁ ୩୬,୭୯,୯୪,୫୮୬ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୧୦,୪୨,୨୯,୦୫୩ଜଣ ଉଭୟ ଡୋଜ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୪୯କୋଟି ୬୪ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଅଗଷ୍ଟ ୨ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୪୯,୬୪,୯୮,୦୫୦ ଟିକା ଡୋଜ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟଗୁଡିକ ନିକଟରେ ୩,୧୪,୩୪,୬୫୪ କରୋନା ଟିକା ଡୋଜ ଉପଲବ୍ଧ ଥିବା ବେଳେ ୯,୮୪,୬୧୦ ଟିକା ଡୋଜ ପାଇପଲାଇନରେ ଅଛି। ଯାହା ଖୁବ୍‌ଶୀଘ୍ର ରାଜ୍ୟମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଏଲ୍‌. ମଣ୍ଡାଭିଆ ଟୁଇଟ କରି ସୂଚନା ଦେଇଥିଲେ ଯେ, ପ୍ରତି ମାସରେ ଟିକା ଯୋଗାଣ ବୃଦ୍ଧି ପାଉଛି। ମେ’ରେ ରାଜ୍ୟମାନଙ୍କୁ ପ୍ରାୟ ୭୦କୋଟି ଟିକା ପ୍ରଦାନ କରାଯାଇଥିବା ବେଳେ ଜୁନରେ କେନ୍ଦ୍ର ଏହାକୁ ବୃଦ୍ଧି କରି ୧୧.୪୬ କୋଟି ଦେଇଥିଲା। ସେହିପରି ଜୁଲାଇରେ ୧୩.୫୦ କୋଟି ଡୋଜକୁ ବୃଦ୍ଧି ପାଇଥିଲା। ଅବଶ୍ୟ ଜୁଲାଇରେ ୧୩.୫୦ କୋଟି ଟିକା ଡୋଜରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ରହିଥିଲା। ତେବେ ଅଗଷ୍ଟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସୂଚନା ମୁତାବକ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆଫିଡେଭିଟ୍‌ରେ କୁହାଯାଇଥିଲା ଯେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସରକାର ୧୩୫ କୋଟି କୋଭିଡ ଟିକା କ୍ରୟ କରିବେ। ଏଥିରେ ୫୦କୋଟି କୋଭିସିଲ୍ଡ, ୪୦କୋଟି କୋଭାକ୍ସିନ, ୩୦ କୋଟି ବାୟୋ ଇ, ୧୦କୋଟି ସ୍ଫୁଟନିକ୍‌ ଭି ଓ ୫କୋଟି ଜାଇଡସ୍‌ କାଡିଲା ଡିଏନ୍‌ଏ ଟିକା ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା

ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ...

ମନ୍ତ୍ରୀଗୋଷ୍ଠୀ ଗଠନକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଜମ୍ମୁ-କଶ୍ମୀର ଏବଂ ଲଦାଖ ଅକ୍ଟୋବର ୩୧ରୁ କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଥିଲାବେଳେ ସେଠାକାର ବିକାଶ, ଅର୍ଥନୀତି, ସାମାଜିକ ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ଲାଗି ସରକାର...

୯ ବର୍ଷର ପୁଅକୁ ପାଇଲଟ ହେବାର ଟିପ୍ସ ଦେଲେ ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ, ୬।୪: ରାହୁଲ ଗାନ୍ଧୀ ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେ କିଛି ସମୟ ବାହାର କରି...

ଆସାମ ରାଜ୍ୟପାଳ କରୋନା ପଜିଟିଭ୍‌

ଗୌହାଟୀ,୧୩।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ନେତା, ଅଭିନେତା ମଧ୍ୟ ସଂକ୍ରମଣ ହୋଉଛନ୍ତି। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ କରୋନା ପଜିଟିଭ୍‌ ହୋଇଛନ୍ତି। ରାଜ୍ୟପାଳ...

୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୯।୫: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ସର୍ବାଧିକ ୫୦୦ କରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କୁ ଅଡୁଆରେ...

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ...

ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ବତନ୍ତ୍ର ଦେବ ସିଂ

ଲକ୍ଷ୍ନୌ,୧୦।୮: ଉତ୍ତରପ୍ରଦେଶ ଭାଜପାର ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବୁଧବାର ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ...

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଡଙ୍ଗା ସହ ନଦୀରେ ବୁଡ଼ିଗଲେ ଭାଜପା ଏମ୍‌ପି

ପାଟନା,୩।୧୦: ବିହାର ପାଟନା ପାଟଳିପୁତ୍ରର ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଧବାର ଗାନ୍ଧୀ...

Advertisement
Archives

Model This Week