ଛତୁଆରେ ଅପମିଶ୍ରଣ ନେଇ ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

ସାରସକଣା,୧ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ପୋଖରିଡିହା ପଞ୍ଚାୟତରେ ଛତୁଆରେ ଅପମିଶ୍ରଣ କରାଯାଉଥିବା ନେଇ ଛତୁଆ ବାଣ୍ଟିବାକୁ ଆସିଥିବା ଗାଡ଼ିକୁ ଅଟକାଇ ରଖିଥିଲେ ଗ୍ରାମବାସୀ।

ପ୍ରକାଶଥାଉ କି,ସେପ୍ଟେମ୍ବର ୧୪ରେ ସାରସକଣା ପଞ୍ଚାୟତ ସମିତି ବୈଠକରେ ଛତୁଆରେ ଅପମିଶ୍ରଣ କରାଯାଇ ଶିଶୁମାନଙ୍କୁ ଅଖାଦ୍ୟ ଦିଆଯାଉଥିବା ନେଇ ସରପଞ୍ଚ ଓ ସମିତିସଭ୍ୟମାନେ ଅଭିଯୋଗ କରିଥିଲେ ଏବଂ ଏହାର ନମୁନା ଜିଲା ଅଧିକାରୀଙ୍କୁ ପଠାଯାଇଥିବା ନେଇ ଅଭିଯୋଗକାରୀ ଏବଂ ବିଡିଓ କରୁଣାକର ଧିଣ୍ଡା ପ୍ରକାଶ କରିଥିଲେ। ତେବେ ଶନିବାର ଛତୁଆ ବଣ୍ଟନ ପାଇଁ ଆସିଥିବା ଗାଡ଼ିକୁ ପୋଖରିଡିହା ସରପଞ୍ଚ କାଳିପଦ ସିଂଙ୍କ ସହିତ ଗ୍ରାମବାସୀ ଅଟକାଇ ଛତୁଆ ବାଣ୍ଟିବା ନେଇ ଅଭିଯୋଗ କରିଥିଲେ । ସରପଞ୍ଚଙ୍କ କହିବା ଅନୁଯାୟୀ, ପୂର୍ବ ବୈଠକରେ ପ୍ରମାଣ ସହିତ ଛତୁଆରେ ଅପମିଶ୍ରଣ କରାଯିବା ନେଇ ଆଲୋଚନା ହୋଇଥିଲା ମାତ୍ର ଅଭିଯୋଗକୁ ହେୟଜ୍ଞାନ କରି ଘଟଣାର ଯାଞ୍ଚ ପ୍ରକ୍ରିୟା ସରିବା ପୂର୍ବରୁ ପୁଣି ସେହି ଏସ୍‌.ଏଚ୍‌.ଜି.କୁ ବଣ୍ଟନ କରିବାକୁ ନେଇ ଗ୍ରାମବାସୀ ଓ ସରପଞ୍ଚ ନିନ୍ଦା କରିଥିଲେ। ତେବେ ଏନେଇ ବିଧାୟକ ଡା.ବୁଢାନ ମୁର୍ମୁଙ୍କୁ ପଚାରିବାରୁ କହିଥିଲେ, ଯେ ସିଡିପିଓ ଫୋନ୍‌ ଯୋଗେ ଛତୁଆ ବଣ୍ଟନ କରିବାକୁ ଦିଆଯାଉ ବୋଲି ତାଙ୍କୁ ଅନୁମତି ମାଗିଥିଲେ ମାତ୍ର ବିଧାୟକ ମନା କରିଥିଲେ। ସିଡିପିଓ ଭାନୁମତୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଭୁବନେଶ୍ବରସ୍ଥିତ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ନମୁନାର ରିପୋର୍ଟ ଆସିନାହିଁ ଏବଂ କେବେ ଆସିବ ଜଣାନାହିଁ , ସେତେଦିନ ପର୍ଯ୍ୟନ୍ତ କ’ଣ ଛୁଆମାନଙ୍କ ଖାଦ୍ୟ ବନ୍ଦ କରିହେବ। ଯେପର୍ଯ୍ୟନ୍ତ ଅଖାଦ୍ୟ ବୋଲି ପରୀକ୍ଷାଗାରରୁ ଆସିନାହିଁ ତାକୁ ତ ଖାଦ୍ୟରେ ଗଣାଯିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ତ ଘଟଣା ବାବଦରେ ଜାଣି ନ ଥିଲି, ତେବେ ଛତୁଆକୁ ନେଇ ଲୋକଙ୍କ କୌଣସି ଅଭିଯୋଗ ରହିଥିଲେ ମନ୍ତ୍ରୀଙ୍କ ଅଫିସକୁ ଏବଂ ଜିଲାପାଳଙ୍କୁ ଅଭିଯୋଗ ପତ୍ର ପଠାଇଲେ ତଦନ୍ତ କରାଯାଇ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖବର ପାଇ ସବ୍‌ଇନ୍ସପେକ୍ଟର ମୋନାଲିସା ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ବୁଝାଶୁଝା କରିଥିଲେ। ତେବେ ସମସ୍ତ ଘଟଣା ବାବଦରେ ଜିଲା କଲ୍ୟାଣ ଅଧିକାରିଣୀ କୁସୁମମାଳା ମିଶ୍ର ଏବଂ ଖାଦ୍ୟ ଯୋଗାଣ ନିରୀକ୍ଷକ ସଂଯୁକ୍ତା ହେମ୍ବ୍ରମଙ୍କୁ ବାରମ୍ବାର ଯୋଗାଯୋଗ ପରେ ସୁଦ୍ଧା ଫୋନ୍‌ର ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri