ବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ

ନୂଆପଡ଼ା ଅଫିସ,୨୩।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ସାନମତି ବାରିକ (୬୮)ଙ୍କୁ ଗତ ରବିବାର ସନ୍ଧ୍ୟାରେ ମହାବଳ ବାଘ ଖାଇବା ପରେ ଗାଁରେ ଭୟର ଆତଙ୍କ ଖେଳିଯାଇଛି। ଗାଁ ଲୋକେ ଜଙ୍ଗଲ, ଜମି ଯିବା ଦୁର କଥା ପଦାକୁ ମଧ୍ୟ ବାହାରୁ ନାହାନ୍ତି। ଅଦିନିଆ ବର୍ଷା ହୋଇଥିବାରୁ ଜଙ୍ଗଲର ନିଆଁ ଲିଭି ଯାଇଛି। ବନ୍ୟପ୍ରାଣୀ ବୁଲି ପାରୁଥିବାରୁ ଖାଦ୍ୟ ଅନେଷ୍ବଣରେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ବନ୍ୟପ୍ରାଣୀ ମାନେ ଯେଉଁ ପ୍ରକାର ବୁଲାଖେଳା କରୁଛନ୍ତି। ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକେ ଓ ପାହାଡ ତଳି ଗାଁରେ ବାଘ ଭାଲୁ ଭୟ ଘାରୁଛି। ଲୋକେ ବାଘ ଭାଲୁଙ୍କ ଶିକାର ମଧ୍ୟ ହେଉଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ ବର୍ତ୍ତମାନ ଲଘୁବନଜାତ ଦ୍ରବ୍ୟ ମହୁଲ ଫୁଲ, ଚାର, ଧାତୁକ ଫୁଲ, ପଳସା ଦମା ସଂଗ୍ରହ କରିବା ସମୟ। ବାଘଭାଲୁ ଭୟରେ ଜଙ୍ଗଲକୁ ସଂଗ୍ରହ କରି ଯାଇପାରୁ ନ ଥିବାରୁ ଜୀବନଜୀବିକା ଉପରେ ପ୍ରଭାବ ପଡିଛି। ଲିମଫୁଲ, ପିତାକନ୍ଦା, ମୁଟିଭାଜି ସହ ମାଣ୍ଡିଆ ପଖାଳ ବନବାସୀଙ୍କ ମୁଖ୍ୟ ଖାଦ୍ୟ, ଭୟରେ ଆଉ ଜଙ୍ଗଲକୁ ସଂଗ୍ରହ କରି ଯାଇପାରୁନାହାନ୍ତି। ରେଞ୍ଜର ଶିବ ପ୍ରସାଦ ଖମାରୀଙ୍କ ନେତୃତ୍ୱରେ ସୋସେଙ୍ଗ ଫରେଷ୍ଟର ଶିବ ନାରାୟଣ ମାଝି, ଫରେଷ୍ଟ ଗାର୍ଡ ରଘୁବୀର ମାଝି, ସୁନାବେଡା ଫରେଷ୍ଟ ଗାର୍ଡ ମାଧବ କୁମ୍ଭାର, ଦାତୁନାମା ଫରେଷ୍ଟ ଗାର୍ଡ ପେଂଟମ କୁଳଦୀପଙ୍କୁ ନେଇ ଦୁଇଟି ଟିମ ଗାଁରେ ପହଞ୍ଚତ୍ଛି। ବାଘ ଆକ୍ରମଣରୁ ରକ୍ଷା ପାଇଁ ଗାଁରେ ସଚେତନ କରୁଛନ୍ତି। ଜଙ୍ଗଲ ଭିତରକୁ ଯିବା ପାଇଁ ବାରଣ କରିଥିବା ବେଳେ ରାତିରେ ଜରୁରୀ କାମ ପଡିଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି। ହାତରେ ଠେଙ୍ଗାବାଡି କିମ୍ବା ଟର୍ଚ୍ଚଲାଇଟ ଧରି ବାହାରକୁ ଯାନ୍ତୁ ବୋଲି ସଚେତନ କରାଯାଉଛି। ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳକୁ ତଦନ୍ତ କରିବା ସହ ବାଘର ଗତିବିଧି ଉପରେ ଜାଣିବା ପାଇଁ ଜଙ୍ଗଲ ଓ ଗ୍ରାମ ଚାରି ପାଖରେ ୧୦ଟି ଟ୍ରାକିଂ କ୍ୟାମେରା ଖଞ୍ଜିଛନ୍ତି। ବାଘ ଶିକାର କରି ଅଧା ଖାଇ ଅଧାକୁ ଛାଡି ଚାଲି ଯାଇଥାଏ। ବାଘ ଅଧା ଅଂଶ ଛାଡିଥିବା ସ୍ଥାନକୁ ଖାଇବା ପାଇଁ ପୁଣି ଆସି ଖାଇଥାଏ। ସେହି ସ୍ଥାନକୁ ପୁଣି ଆସିଲେ ପ୍ରକୃତରେ କଲରାପତରିଆ କି ମହାବଳ ସିସିଟିଭି ଫୁଟେଜରେ କଏଦ ହେବ ଓ ପ୍ରକୃତରେ କେଉଁ ବାଘ ଜଣାପଡିବ ବୋଲି ରେଞ୍ଜର ଶିବ ପ୍ରସାଦ ଖମାରୀ କହିଛନ୍ତି।

ଘଟଣା ପର ଦିନ କୋମନା ବିଡିଓ, ବନ ବିଭାଗ ସହ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲୁ। ପ୍ରକୃତରେ ବାଘ ଖାଇଛି। ତାହା କେଉଁ ବାଘ ଖାଇଛି ଜଣାପଡିନାହିଁ। ବନ୍ୟପ୍ରାଣୀ ବିଭାଗ ବାଘର ପାଦ ଚିହ୍ନର ନମୁନା ଆଣି ତଦନ୍ତ କରୁଛି। ତଦନ୍ତ ପରେ ଜଣାପଡିବ ପ୍ରକୃତରେ ମହାବଳ କି କଲରାପତରିଆ ବାଘ।
ହିମାଂଶୁ ମହାପାତ୍ର ,
ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ଅଧିକାରୀ
ଘଟଣା ଦିନ ଗାଁକୁ ଆସିଥିଲି। ବାଘ ବହୁତ ବଡ ଦିଶୁଥିଲା। ଅନୁମାନରେ ମହାବଳ ବାଘ ପରି ଲାଗିଲା। ବୃଦ୍ଧଙ୍କୁ ଖାଉଥିବା ସମୟରେ ଗାଁ ଲୋକେ ଧନୁତୀର, ବାର୍ଛା ଧରି ପାଖକୁ ଯାଇ ପାଟି କରିବାରୁ ବାଘ ଛାଡି ପଳାଇଲା। ଆମେ ଗ୍ରାମବାସୀ ମିଶି ରାତିସାରା ସେହି ପାଖରେ ଜଗି ରହିଲୁ।
ମନୋଜ ପଟିଆ, ପ୍ରତ୍ୟକ୍ଷଦର୍ଶୀ
ଆମ ଅଞ୍ଚଳ ପାଇଁ ଏହା ନୂଆ ଘଟଣା ନୁହେଁ। ଆଗରୁ ଅନେକ ଗାଈ, ବାଛୁରି, ଛେଳି, ମେଣ୍ଢା, ମଇଁଷି, କୁକୁର ଖାଇ ଯାଇଛି। ଆମେ ଆଦିବାସୀ ଜଙ୍ଗଲ ଆମର ବନ୍ଧୁ ବୋଲି ଆମେ ରହି ପାରୁଛୁ। ଆମେ ପୁରଷମାନେ ସବୁବେଳେ ସଜାଗ ହୋଇ ରହିଥାଉ। ସେ ବୃଦ୍ଧା ବୋଲି ଟାଣି ନେଇଗଲ। ବାଘ ସବୁ ଦିନ ଏହି ଅଞ୍ଚଳରେ ବୁଲୁଛି, ସଜାଗ ନ ହେଲେ କେତେବେଳେ ଟାଣି ନେଇଯିବ ନିଜେ ମଧ୍ୟ ଜାଣି ପାରିବା ନାହିଁ।
ପଣ୍ଡୁରାମ ମାଝି, ବୃଦ୍ଧାଙ୍କ ନାତି
ମୁଁ ଦିନେ ଖଡିଆଳରୁ ଆସୁଥିଲା ବେଳେ ନୂଆପଡା ଘାଟିପଡା ଜଙ୍ଗଲରେ ମହାବଳ ବାଘ ତାର ଦୁଇଟି ଛୁଆ ସହିତ ଖେଳୁଥିବା ଦେଖିଛି, ତେଣୁ ମୋର ବିଶ୍ୱାସ ସୁନାବେଡା ଉପରେ ବାଘ କଥା ଉଠୁଛି। ତାହା ମହାବଳ ବାଘ ହିଁ ହୋଇଥିବ।
ପ୍ରସନ୍ନ କୁମାର ପାଢୀ,
ଜିଲା ଓକିଲ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?