ବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ

ନୂଆପଡ଼ା ଅଫିସ,୨୩।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ସାନମତି ବାରିକ (୬୮)ଙ୍କୁ ଗତ ରବିବାର ସନ୍ଧ୍ୟାରେ ମହାବଳ ବାଘ ଖାଇବା ପରେ ଗାଁରେ ଭୟର ଆତଙ୍କ ଖେଳିଯାଇଛି। ଗାଁ ଲୋକେ ଜଙ୍ଗଲ, ଜମି ଯିବା ଦୁର କଥା ପଦାକୁ ମଧ୍ୟ ବାହାରୁ ନାହାନ୍ତି। ଅଦିନିଆ ବର୍ଷା ହୋଇଥିବାରୁ ଜଙ୍ଗଲର ନିଆଁ ଲିଭି ଯାଇଛି। ବନ୍ୟପ୍ରାଣୀ ବୁଲି ପାରୁଥିବାରୁ ଖାଦ୍ୟ ଅନେଷ୍ବଣରେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ବନ୍ୟପ୍ରାଣୀ ମାନେ ଯେଉଁ ପ୍ରକାର ବୁଲାଖେଳା କରୁଛନ୍ତି। ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକେ ଓ ପାହାଡ ତଳି ଗାଁରେ ବାଘ ଭାଲୁ ଭୟ ଘାରୁଛି। ଲୋକେ ବାଘ ଭାଲୁଙ୍କ ଶିକାର ମଧ୍ୟ ହେଉଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ ବର୍ତ୍ତମାନ ଲଘୁବନଜାତ ଦ୍ରବ୍ୟ ମହୁଲ ଫୁଲ, ଚାର, ଧାତୁକ ଫୁଲ, ପଳସା ଦମା ସଂଗ୍ରହ କରିବା ସମୟ। ବାଘଭାଲୁ ଭୟରେ ଜଙ୍ଗଲକୁ ସଂଗ୍ରହ କରି ଯାଇପାରୁ ନ ଥିବାରୁ ଜୀବନଜୀବିକା ଉପରେ ପ୍ରଭାବ ପଡିଛି। ଲିମଫୁଲ, ପିତାକନ୍ଦା, ମୁଟିଭାଜି ସହ ମାଣ୍ଡିଆ ପଖାଳ ବନବାସୀଙ୍କ ମୁଖ୍ୟ ଖାଦ୍ୟ, ଭୟରେ ଆଉ ଜଙ୍ଗଲକୁ ସଂଗ୍ରହ କରି ଯାଇପାରୁନାହାନ୍ତି। ରେଞ୍ଜର ଶିବ ପ୍ରସାଦ ଖମାରୀଙ୍କ ନେତୃତ୍ୱରେ ସୋସେଙ୍ଗ ଫରେଷ୍ଟର ଶିବ ନାରାୟଣ ମାଝି, ଫରେଷ୍ଟ ଗାର୍ଡ ରଘୁବୀର ମାଝି, ସୁନାବେଡା ଫରେଷ୍ଟ ଗାର୍ଡ ମାଧବ କୁମ୍ଭାର, ଦାତୁନାମା ଫରେଷ୍ଟ ଗାର୍ଡ ପେଂଟମ କୁଳଦୀପଙ୍କୁ ନେଇ ଦୁଇଟି ଟିମ ଗାଁରେ ପହଞ୍ଚତ୍ଛି। ବାଘ ଆକ୍ରମଣରୁ ରକ୍ଷା ପାଇଁ ଗାଁରେ ସଚେତନ କରୁଛନ୍ତି। ଜଙ୍ଗଲ ଭିତରକୁ ଯିବା ପାଇଁ ବାରଣ କରିଥିବା ବେଳେ ରାତିରେ ଜରୁରୀ କାମ ପଡିଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି। ହାତରେ ଠେଙ୍ଗାବାଡି କିମ୍ବା ଟର୍ଚ୍ଚଲାଇଟ ଧରି ବାହାରକୁ ଯାନ୍ତୁ ବୋଲି ସଚେତନ କରାଯାଉଛି। ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳକୁ ତଦନ୍ତ କରିବା ସହ ବାଘର ଗତିବିଧି ଉପରେ ଜାଣିବା ପାଇଁ ଜଙ୍ଗଲ ଓ ଗ୍ରାମ ଚାରି ପାଖରେ ୧୦ଟି ଟ୍ରାକିଂ କ୍ୟାମେରା ଖଞ୍ଜିଛନ୍ତି। ବାଘ ଶିକାର କରି ଅଧା ଖାଇ ଅଧାକୁ ଛାଡି ଚାଲି ଯାଇଥାଏ। ବାଘ ଅଧା ଅଂଶ ଛାଡିଥିବା ସ୍ଥାନକୁ ଖାଇବା ପାଇଁ ପୁଣି ଆସି ଖାଇଥାଏ। ସେହି ସ୍ଥାନକୁ ପୁଣି ଆସିଲେ ପ୍ରକୃତରେ କଲରାପତରିଆ କି ମହାବଳ ସିସିଟିଭି ଫୁଟେଜରେ କଏଦ ହେବ ଓ ପ୍ରକୃତରେ କେଉଁ ବାଘ ଜଣାପଡିବ ବୋଲି ରେଞ୍ଜର ଶିବ ପ୍ରସାଦ ଖମାରୀ କହିଛନ୍ତି।

ଘଟଣା ପର ଦିନ କୋମନା ବିଡିଓ, ବନ ବିଭାଗ ସହ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲୁ। ପ୍ରକୃତରେ ବାଘ ଖାଇଛି। ତାହା କେଉଁ ବାଘ ଖାଇଛି ଜଣାପଡିନାହିଁ। ବନ୍ୟପ୍ରାଣୀ ବିଭାଗ ବାଘର ପାଦ ଚିହ୍ନର ନମୁନା ଆଣି ତଦନ୍ତ କରୁଛି। ତଦନ୍ତ ପରେ ଜଣାପଡିବ ପ୍ରକୃତରେ ମହାବଳ କି କଲରାପତରିଆ ବାଘ।
ହିମାଂଶୁ ମହାପାତ୍ର ,
ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ଅଧିକାରୀ
ଘଟଣା ଦିନ ଗାଁକୁ ଆସିଥିଲି। ବାଘ ବହୁତ ବଡ ଦିଶୁଥିଲା। ଅନୁମାନରେ ମହାବଳ ବାଘ ପରି ଲାଗିଲା। ବୃଦ୍ଧଙ୍କୁ ଖାଉଥିବା ସମୟରେ ଗାଁ ଲୋକେ ଧନୁତୀର, ବାର୍ଛା ଧରି ପାଖକୁ ଯାଇ ପାଟି କରିବାରୁ ବାଘ ଛାଡି ପଳାଇଲା। ଆମେ ଗ୍ରାମବାସୀ ମିଶି ରାତିସାରା ସେହି ପାଖରେ ଜଗି ରହିଲୁ।
ମନୋଜ ପଟିଆ, ପ୍ରତ୍ୟକ୍ଷଦର୍ଶୀ
ଆମ ଅଞ୍ଚଳ ପାଇଁ ଏହା ନୂଆ ଘଟଣା ନୁହେଁ। ଆଗରୁ ଅନେକ ଗାଈ, ବାଛୁରି, ଛେଳି, ମେଣ୍ଢା, ମଇଁଷି, କୁକୁର ଖାଇ ଯାଇଛି। ଆମେ ଆଦିବାସୀ ଜଙ୍ଗଲ ଆମର ବନ୍ଧୁ ବୋଲି ଆମେ ରହି ପାରୁଛୁ। ଆମେ ପୁରଷମାନେ ସବୁବେଳେ ସଜାଗ ହୋଇ ରହିଥାଉ। ସେ ବୃଦ୍ଧା ବୋଲି ଟାଣି ନେଇଗଲ। ବାଘ ସବୁ ଦିନ ଏହି ଅଞ୍ଚଳରେ ବୁଲୁଛି, ସଜାଗ ନ ହେଲେ କେତେବେଳେ ଟାଣି ନେଇଯିବ ନିଜେ ମଧ୍ୟ ଜାଣି ପାରିବା ନାହିଁ।
ପଣ୍ଡୁରାମ ମାଝି, ବୃଦ୍ଧାଙ୍କ ନାତି
ମୁଁ ଦିନେ ଖଡିଆଳରୁ ଆସୁଥିଲା ବେଳେ ନୂଆପଡା ଘାଟିପଡା ଜଙ୍ଗଲରେ ମହାବଳ ବାଘ ତାର ଦୁଇଟି ଛୁଆ ସହିତ ଖେଳୁଥିବା ଦେଖିଛି, ତେଣୁ ମୋର ବିଶ୍ୱାସ ସୁନାବେଡା ଉପରେ ବାଘ କଥା ଉଠୁଛି। ତାହା ମହାବଳ ବାଘ ହିଁ ହୋଇଥିବ।
ପ୍ରସନ୍ନ କୁମାର ପାଢୀ,
ଜିଲା ଓକିଲ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri