ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍ ପ୍ରତିଯୋଗିତା ମଙ୍ଗଳାବର ରାତିରେ ଶେଷ ହୋଇଛି। ଆଇନା ପକ୍ଷରୁ ସ୍ଥାନୀୟ ବନ ବିହାର ପରିସରରେ ଏହି ଉତ୍ସବ ପାଳିତ ହୋଇଥିଲା। ଘୁମୁସର ଲେଖିକା ସଂସଦ ପକ୍ଷରୁ ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିସହ ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ରଜ ମହୋତ୍ସବ ଧୂମ୍ଧାମରେ ପାଳିତ ହୋଇଯାଇଛି।
କିନ୍ତୁ ଭଞ୍ଜନଗର ବ୍ଲକ ମହାଗୁଡ଼ା ନିକଟରେ ଜଙ୍ଗଲକୁ ଲାଗି ଥିବା ୫ଟି ପରିବାରର ଶିଶୁ, ଯୁବତୀ, ଯୁବକମାନେ ନିଆରା ଢଙ୍ଗରେ ରଜ ମହୋତ୍ସବକୁ ପାଲିଥିଲେ। ସେମାନେ କାଠରେ ନିର୍ମିତ ରାମଦୋଳି ସମେତ ଅନ୍ୟାନ୍ୟ ଦୋଳି ତିଆରି କରିଥିଲେ। ଉକ୍ତ ଦୋଳି ଦେଖିବାକୁ ଏବଂ ଦୋଳିରେ ବସି ମଜା ଉଠାଇବା ପାଇଁ ଲୋକଙ୍କ ଭିଡ଼ ହେଉଛି। ବିଗତ କିଛି ବର୍ଷ ହେବ ଏହିଭଳି ଦୋଳି ଗ୍ରାମର ଯୁବତୀ ଯୁବକମାନେ ତିଆରି କରୁଛନ୍ତି।

