ଆନ୍ଧ୍ର ମାନଚିତ୍ରରେ ଓଡ଼ିଶାର ଏହି ଗାଁ, ଓଡ଼ିଆ ବଦଳରେ ତେଲୁଗୁ କହିଲେଣି ଲୋକେ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ଦୀର୍ଘବର୍ଷ ଧରି ଆନ୍ଧ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସମ୍ପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ। ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି। କୋରାପୁଟ ଜିଲାର କୋଟିଆ ଭଳି ବିବାଦୀୟ ସ୍ଥିତି ଏଠାରେ ଉପୁଜିଛି। ଚଳିତ ସପ୍ତାହରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ସାମିଲ ହେବେ ବୋଲି ସୂଚନା ମିଳିଛି। ତୁରନ୍ତ କେଣସି ପଦକ୍ଷେପ ନିଆ ନ ଗଲେ ଆନ୍ଧ୍ର ମାନଚିତ୍ରରେ ଏହି ଗାଁ କେତେବେଳେ ଯେ ଯୋଡ଼ି ହୋଇଯିବ ତାହା କହିହେବ ନାହିଁ।

ମାଲକାନଗିରି ଜିଲା ଚତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁ ଉପରେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି। ସରକାର ଏବଂ ପ୍ରଶାସନିକ ଅବହେଳାର ସୁଯୋଗ ନେଇ କିଛିବର୍ଷ ତଳେ ଏହି ଗାଁରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ପ୍ରଥମେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ। ଲୋକେ ଆନ୍ଧ୍ର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଉକ୍ତ ଗାଁକୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇଲା ଆନ୍ଧ୍ର ସରକାର। ଏହା ପରେ ପୂରା ଗାଁକୁ ଅକ୍ତିଆର କରିବାକୁ ଲୋକଙ୍କୁ ଆନ୍ଧ୍ରର ପରିଚୟପତ୍ର ଦିଆଯାଇଛି। ଏବେ ଗ୍ରାମବାସୀ ଆନ୍ଧ୍ର ଦେଇଥିବା ଭୋଟର କାର୍ଡ, ରାଶନକାର୍ଡ ଏବଂ ଆଧାର କାର୍ଡକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। କାଁ ଭାଁ ଲୋକଙ୍କୁ ବାଦ୍‌ ଦେଲେ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରୁଛନ୍ତି।

ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁରେ ୨୧ଟି ପରିବାର ବାସ କରୁଥିବା ବେଳେ ଓଡ଼ିଶା ସରକାର ତଥା ଜିଲା ପ୍ରଶାସନ ଦ୍ୱାରା ଓଡ଼ିଶାର ୬୮ ଲୋକଙ୍କର ରହିଛି ଭୋଟର ତାଲିକାରେ। ୧୪ ପରିବାର ପାଇଛନ୍ତି ସେଟେଲମେଣ୍ଟ ପଟା, ବିଭିନ୍ନ ଯୋଜନାରେ ୧୮ ପରିବାର ପାଉଛନ୍ତି ଚାଉଳ, ୧୦ ଜଣ ପାଉଛନ୍ତି ଭତ୍ତା, ଚିତ୍ରକୋଣ୍ଡା ତହସିଲରେ ୨୨ ଜଣଙ୍କ ନାମରେ ଜଙ୍ଗଲଜମି ପଟା ପାଇଁ ଦରଖାସ୍ତ ହୋଇ ଅନୁମୋଦନ ହୋଇଛି l ଓଡ଼ିଶାର ବିଭିନ୍ନ ସୁବିଧା ସୁଯୋଗ ସହାୟତା ରହିଥିବା ବେଳେ ଉକ୍ତ ଜୁମଡାଙ୍ଗ ସୀମାନ୍ତ ଗାଁ ଓଡ଼ିଶା ହାତରୁ ଖସିଯିବାକୁ ବସିଛି।
ବିଭିନ୍ନ ସ୍ଥାନରେ ତେଲୁଗୁ ଭାଷାରେ ଆନ୍ଧ୍ର ଉଲ୍ଲେଖ ରହିଛି। ଆନ୍ଧ୍ର ନିର୍ବାଚନରେ ଜୁମଡାଙ୍ଗ ଗ୍ରାମବାସୀ ଭୋଟ୍‌ ଦେବାକୁ ବାହାରିଛନ୍ତି। ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିବା ସହ ଉକ୍ତ ତଥ୍ୟର ସତ୍ୟତା ପାଇଁ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri