ସମସ୍ୟାଘେରରେ ବିଜ୍ରାଦର ଗାଁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ ବି ସମସ୍ୟାଘେରରେ ଛନ୍ଦିହୋଇ ରହିଛି। ଗାଁରେ ୧୮ ଆଦିବାସୀ ପରିବାର ଓ ୩ ଦଳିତ ପରିବାରର ୧୦୦ରୁ ଊଦ୍ଧର୍‌ବ ଲୋକ ବସବାସ କରନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି। ଗ୍ରାମବାସୀଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ପାଲଟିଛି। ରାସ୍ତା ନ ଥିବାରୁ ଗାଁ ଲୋକେ ୮ କି.ମି. ପାହାଡ଼ ଚଢି ବୁଢୀଦର ପଞ୍ଚାୟତକୁ ଯାଇଥାନ୍ତି। କୌଣସି ଗର୍ଭବତୀ, ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟ୍‌ୱର୍କ ନ ଥିବାରୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ। ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଥିଲେ ବି କୌଣସି ଗୋଟିଏ ମଧ୍ୟ ଜଳୁନାହିଁ। ସେହିପରି ଗାଁରେ ଥିବା ବିଦ୍ୟାଳୟ କଥା ନ କହିବା ଭଲ। ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଗୃହ ରହିଥିବାରୁ ଏବେ ଛାତ୍ରୀଛାତ୍ର ଗଛ ତଳେ ବସି ପାଠ ପଢୁଛନ୍ତି। ଶିକ୍ଷା ବିଭାଗର ଏହା ହେଉଛି ବାସ୍ତବ ଚିତ୍ର। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଜଣ ଛାତ୍ରୀଛାତ୍ର ରହିଛନ୍ତି। ଶୀଘ୍ର ଏଠାରେ ଏକ ସ୍କୁଲ ଗୃହ ନିର୍ମାଣ କରିବାକୁ ସ୍କୁଲ କମିଟି ସଭାପତି ହରି ମାଝୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

ମମତାଙ୍କ ଖେଳକୁ ବିଗାଡ଼ିଦେଲା ଏହି ୫ କାରଣ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ପାଇଁ ଗଣନା ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ୧୮୮ଟି ଆସନରେ ଆଗୁଆ ଥିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୯୯ଟି…

ଖାତାକୁ ଗଲା ସୁଭଦ୍ରା ଟଙ୍କା: ଏବେ କରନ୍ତୁ ଚେକ୍‌…

ଭୁବନେଶ୍ୱର,୪।୫: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ୩ୟ କିସ୍ତିରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ମିଳିଲା ଟଙ୍କା। ୬୧ କୋଟିରୁ ଊର୍ଦ୍ଧ୍ବ…

ସାମାନ୍ୟ ବର୍ଷାରେ ପୋଖରୀ ପାଲଟୁଛି ଗୁଡ଼ାରି ସହର 

ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ…

ଅମାନତ ହରାଇବ TMC? ମ୍ୟାଜିକ ନମ୍ବର ପାର କଲା ଭାଜପା

କୋଲକାତା,୪।୫: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ଭାରତୀୟ ଜନତା ପାର୍ଟି (ଭାଜପା) ଭୋଟରେ ବହୁମତ ହାସଲ କରୁଥିବା ପରି ମନେ ହେଉଛି। ସକାଳ ୧୦ଟା ସୁଦ୍ଧା, ଭାଜପା…

ସହିପାରିଲେନି…. ଚେନ୍ନାଇ DMK ମୁଖ୍ୟାଳୟରେ ଭୋଭୋ ହୋଇ କାନ୍ଦିଲେ ଷ୍ଟାଲିନଙ୍କ ସମର୍ଥକ, ତମ୍ବୁ ମଧ୍ୟ ଭାଙ୍ଗିଲେ

ଚେନ୍ନାଇ,୪।୫: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବା ସହିତ, ତାମିଲନାଡୁରେ ସବୁଠାରୁ ଆକର୍ଷଣୀୟ ପ୍ରତିଯୋଗିତା ହେଉଥିବା ପରି ମନେ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri