ଗାଁ ମୁହାଁ ସମୁଦ୍ର

ଗୋପାଳପୁର,୨ା୭: ଗଁା ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ ହେବ ସମୁଦ୍ରର ଉଚ୍ଚ ଜୁଆର ମାଡ଼ ହେବାରୁ ଏଲ. ଭୋଗରାଜୁ, ଏଲ.ଆପନା ଓ କେ.ଭୀମାଙ୍କର ୩ଟି ଘର ଭାଙ୍ଗିଯାଇଛି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ବାହୁଦା ନଦୀ ମୁହାଣ ସମୁଦ୍ରରେ ମିଶି ଦକ୍ଷିଣା ପବନ ହେବାରୁ ଦିଗ ପରିବର୍ତ୍ତନ କରି ଜୁଆର ରାମେୟାପାଟଣା ଗ୍ରାମ ଆଡ଼କୁ ମୁହଁାଇଲାଣି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ପ୍ରତିବର୍ଷ ଏହି ସମୟରେ ଉଚ୍ଚ ଜୁଆର ମାଡ଼ି ଆସିବାରୁ ବହୁ ଘର ନଷ୍ଟ ହେବା ସହ ଧନ ହାନି ହେବାର ନଜିର ରହିଛି। ୨୦୧୬ରୁ ସମୁଦ୍ରର ଉଚ୍ଚ ଜୁଆର ମାଡ଼ିବା ଆରମ୍ଭ ହୋଇଥିଲା। ୨୦୧୯ରେ ୨୭ଘର ଭାଙ୍ଗିବା ସହ ଏକ ସାହି ସମୁଦ୍ରରେ ଲୀନ ହୋଇଯାଇଥିଲା। ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ ବହୁବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନାହିଁ। ଗଁାକୁ ଜୁଆର ପାଣି ନ ପଶିବା ପାଇଁ ବାହୁଦା ମୁହାଣରେ ଅସ୍ଥାୟୀ ବାଲିବସ୍ତା ପକାଯାଇ ବ୍ୟାରିକେଡ୍‌ କରାଯାଇଥିଲା, କିନ୍ତୁ ଏହା ସାମୁଦ୍ରିକ ଝଡ଼ ପ୍ରଭାବରେ ଭାଙ୍ଗି ଯାଇଥିଲା। ଅନ୍ୟପଟେ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କୁ ରାମେୟାପାଟଣାର କିଛି ଦୂରରେ ଓଡ଼ିଶା ଡିଜାଷ୍ଟର ରିକୋଭରି ପ୍ରୋଜେକ୍ଟ (ଓଡିଆରପି)ରେ ପକ୍କାଘର ଦିଆଯାଇଥିଲା। କିନ୍ତୁ ସେଠାକୁ ଯାତାୟାତର ସୁବିଧା ନ ଥିବାରୁ ଲୋକମାନେ ସେଠାରେ ନ ରହି ସମୂଦ୍ର କୂଳରେ ଘର କରି ମାଛ ମାରି ଜୀବିକା ନିର୍ବାହ କରୁଥିଲେ।
ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଉକ୍ତ ଗ୍ରାମ ସମୁଦ୍ର ପାଣିରେ ଲୀନ ହେବା ସମ୍ଭାବନା ରହିଛି। ପୂର୍ବରୁ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ ବୈଷୟିକ କମିଟି ଉକ୍ତ ସ୍ଥାନ ପରିଦର୍ଶନ କରିବା ସହ ସରକାରଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତିି। ଗୁରୁବାର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜୟଦୀପ ପଣ୍ଡା, ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନିର୍ବାହୀ ଯନ୍ତ୍ରୀ ପଣ୍ଡାଙ୍କ କହିବାନୁସାରେ, ୨୩ କୋଟି ଟଙ୍କା ବ୍ୟୟରେ ଏଠାରେ ସୁରକ୍ଷା ପ୍ରାଚୀର କରାଯିବା ପାଇଁ ସରକାର ଓ ପ୍ରଶାସନିକ ଅନୁମୋଦନ ପାଇଁ ପଠାଯାଇଛି। ଏହା ଅନୁମୋଦନ ହେଲେ ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri