Posted inଫୁରସତ

ଗାଁକୁ ସିଲେଇ ଦେଇଛି ସ୍ବତନ୍ତ୍ର ପରିଚୟ

ବଲାଙ୍ଗୀର ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ମାଧିଆପାଲି ଗ୍ରାମପଞ୍ଚାୟତର ରିନ୍‌ବଚନ ଗାଁ। ଏହା ଏମିତି ଏକ ଗାଁ ଯେଉଁଠି ଅଧିକାଂଶ ପୁରୁଷ ଓ ମହିଳା କରନ୍ତି ସିଲେଇ କାମ। ଆଉ ଏଇ ସିଲେଇ କାମ ହିଁ ଏଇ ଗାଁକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ …

ଏହା ଏମିତି ଏକ ଗାଁ ଯେଉଁଠି ଅଧିକାଂଶ ପୁରୁଷ ଓ ମହିଳା ସିଲେଇ ମେଶିନରେ ବିଭିନ୍ନ ପୋଷାକପତ୍ର ସିଲେଇ କରିଥାନ୍ତି। ଏଥିଯୋଗୁ ଗାଁର ବେକାରି ସମସ୍ୟା ଅନେକାଂଶରେ ଦୂରୀକରଣ ହେବା ସହ ଅନ୍ୟମାନଙ୍କ ପାଇଁ ଏହି ଗାଁ ଉଦାହରଣ ପାଲଟିଛି।

ବଲାଙ୍ଗୀର ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ମାଧିଆପାଲି ଗ୍ରାମପଞ୍ଚାୟତର ରିନ୍‌ବଚନ ଗାଁ। ସିଲେଇ ମେଶିନ ଏଇ ଗାଁକୁ ଦେଇଛି ସ୍ବତନ୍ତ୍ର ପରିଚୟ । ଗାଁର ଅଧିକାଂଶ ଲୋକଙ୍କ ଘରେ ସିଲେଇ ମେଶିନ ରହିଛି। ବିଶେଷକରି ମହିଳାମାନଙ୍କୁ ଏହା ଦେଇଛି ଅର୍ଥ ରୋଜଗାରର ଏକ ସମ୍ମାନଜନକ ବାଟ। କିନ୍ତୁ ପ୍ରଥମେ ଗାଁରେ ପୁରୁଷମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସିଲେଇ। ଯାହାକୁ ଏବେ ଅନେକାଂଶରେ ମହିଳାମାନେ ତୁଲାଉଛନ୍ତି। ଏହି ଗାଁର ପ୍ରାୟ ୨୫/୩୦ଟି ପରିବାରର ମହିଳା ଏବଂ ପୁରୁଷ ସିଲେଇ କରି ରୋଜଗାର କରୁଛନ୍ତି। ପୂର୍ବରୁ ଏହି ଗାଁର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ସିଲେଇ କାର୍ଯ୍ୟ କରୁଥିଲେ। ହେଲେ ବିବାହ ପରେ ଝିଅମାନେ ଅନ୍ୟ ଗାଁ ବା ସହରକୁ ଚାଲିଯାଉଥିବାରୁ ଏହି ସଂଖ୍ୟା କମିବାରେ ଲାଗିଛି । ତଥାପି ଏହି ଗାଁ ସିଲେଇ ଶିଳ୍ପକୁ ନେଇ ପରିଚିତ। ଗାଁର ବହୁ ଯୁବତୀ ଏବଂ ମହିଳା ସିଲେଇ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଦିଗରୁ ସ୍ବାବଲମ୍ବୀ ହୋଇପାରୁଛନ୍ତି। ଏହି ଗାଁର ବନିତା ସାହୁ ଜଣେ ଗୃହିଣୀ। କିଛିବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ପରଲୋକ ହୋଇଥିଲା। ଫଳରେ ଘରର ଆର୍ଥିକସ୍ଥିତି ବିଗିଡିଗଲା। ଦୁଇ ଛୋଟ ଝିଅଙ୍କୁ କିଭଳି ପାଳନ କରିବେ ଏବଂ ନିଜେ କିପରି ବଞ୍ଚିବେ ଚିନ୍ତାରେ ପଡ଼ିଥିଲେ। ଏଭଳି ସ୍ଥିତିରେ ସେ ନିଜକୁ ସମ୍ଭାଳି ରୋଜଗାର କଥା ଚିନ୍ତା କଲେ। ଆଉ ସିଲେଇ ଶିକ୍ଷାର ତାଲିମ ନେଲେ। ଦିନରାତି ପରିଶ୍ରମ କଲେ। ଯାହା କିଛି ରୋଜଗାର ହେଲା ସେଥିରେ ଦୁଇ ଝିଅଙ୍କୁ ପାଠ ପଢ଼ାଇଲେ। ଏପରିକି ରୋଜଗାର ଅର୍ଥରେ ଝିଅଙ୍କ ବିବାହକାର୍ଯ୍ୟ ବି ତୁଲାଇଛନ୍ତି। ଆଉ ଆଜିବି ସେ ସିଲେଇ ମେଶିନ ଚଲାଇ ଭଲ ଅର୍ଥ ଉପାର୍ଜନ କରି ପରିବାର ଚଳାଉଛନ୍ତି। ସେହିପରି ଏହି ଗାଁର ଆଉ ଜଣେ ମହିଳା ହେଲେ ବବିତା ସାହୁ। ସେ ଦୀର୍ଘ ୧୧ବର୍ଷ ଧରି ସିଲେଇ କାମ କରୁଛନ୍ତି। ତା’ସହ ଗାଁର ଅନ୍ୟ ଯୁବତୀ ଏବଂ ମହିଳାଙ୍କୁ ସିଲେଇ ଶିଖାଉଛନ୍ତି। ସେ କୁହନ୍ତି, ‘ସ୍କୁଲ ୟୁନିଫର୍ମ, ବ୍ଲାଉଜ୍‌, ସାୟା, ଝିଅଙ୍କ ଡ୍ରେସ୍‌ ସିଲେଇ କରି କିଛି ଟଙ୍କା ଉପାର୍ଜନ କରିପାରୁଛୁ। ବଲାଙ୍ଗୀର ସହରର ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ରେଡିମେଡ ଗାର୍ମେଣ୍ଟ୍‌ସ ମଧ୍ୟ ସିଲେଇ କରାଯାଉଛି। ୨/୩ ମାସର କାମ ମିଳିଲେ ଏଥିରୁ ପ୍ରାୟ ୬୦ ହଜାର ଟଙ୍କା ମିଳିଯାଏ। ବର୍ଷରେ ଥରେ ସ୍କୁଲ ୟୁନିଫର୍ମ ତିଆରି ପାଇଁ ଅର୍ଡର ମିଳୁଛି। ବର୍ଷର କିଛି ମାସ ବିଶେଷ କାମ ମିଳି ନ ଥାଏ। ସେଥିପାଇଁ ଯେଉଁମାନେ ସିଲେଇ ମେଶିନକୁ ନେଇ ଅର୍ଥ ରୋଜଗାରର ସ୍ବପ୍ନ ଦେଖୁଥିଲେ ସେମାନଙ୍କ ମନରେ କିଛିଟା ନିରୁତ୍ସାହ ଭାବ ଦେଖାଦେଉଛି। ଆଉ ସେମାନେ ସିଲେଇ ସହ ଅନ୍ୟ କାମ ବି କରୁଛନ୍ତି। ମିଶନ ଶକ୍ତି ନାଁରେ ବିଭିନ୍ନ ଯୋଜନା ରହିଛି। ହେଲେ ସରକାରୀ କ୍ଷେତ୍ରରୁ ଏଯାଏ ରିନ୍‌ବଚନ ଗାଁର ମହିଳାମାନଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ କି ପ୍ରୋତ୍ସାହନ ମିଳିପାରିନାହିଁ। ଯାହାକି ବେଶ୍‌ ଦୁଃଖୀ କଥା।’ ଗାଁରେ ଥିବା ସିଲେଇ ମାଷ୍ଟର ଶ୍ରୀକାନ୍ତ ସାହୁ ଅନେକ ଯୁବତୀ, ମହିଳା ଏବଂ ଯୁବକଙ୍କୁ ସିଲେଇ ଶିକ୍ଷା ଦେଇଛନ୍ତି। ଗାଁର ଇତିଶ୍ରୀ ପଣ୍ଡା, ଏଲିନା ପଣ୍ଡା, ଗୀତାଞ୍ଜଳି ସାହୁ ପ୍ରମୁଖ କୁହନ୍ତି, ‘ନୂଆ କରି ସିଲେଇ ଶିଖୁଥିବା ଯୁବତୀ ଏବଂ ମହିଳାମାନେ ଘର କାମ ସାରିବା ପରେ ଏଥିପାଇଁ ସମୟ ଦେଇଥାନ୍ତି। ହେଲେ ପ୍ରୋତ୍ସାହନ ଅଭାବରୁ ବେଳେବେଳେ ସେମାନେ ନିରୁତ୍ସାହିତ ହୋଇପଡ଼ୁଛନ୍ତି।’ ଏଇ ଗାଁର ସୁରେଶ ସାହୁ କୁହନ୍ତି, ‘ଅନେକ ଯୁବତୀ, ଯୁବକ ଏବଂ ମହିଳା ସିଲେଇ କାମ କରି ରିନ୍‌ବଚନ ଗାଁକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ଆଜି ବି ସେମାନଙ୍କ ଭିତରେ ସେଇ ଉତ୍ସାହ ଅଛି। ହେଲେ ସେମାନଙ୍କୁ ମିଳୁନି ପ୍ରୋତ୍ସାହନ। ତେଣୁ ଏହି ଗାଁର ସିଲେଇ ଶିଳ୍ପକୁ ସରକାରୀ ପ୍ରୋତ୍ସାହନ, ତାଲିମ ଏବଂ ଆର୍ଥିକ ସହାୟତା ମିଳିଲେ ଅନେକ ପରିବାର ଉପକୃତ ହେବା ସହିତ ଏହି ଗାଁ ସିଲେଇ ଶିଳ୍ପରେ ଭିନ୍ନ ପରିଚୟ ସୃଷ୍ଟି କରିପାରିବ।
-ବୀରେନ୍ଦ୍ର ଝାଂକର

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ଘଟିଲା ଏମିତି…

ଅଧିକାଂଶ ଯୁବକ ବିପଦପୂର୍ଣ୍ଣ କୌଶଳ କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ଏହି ଦୃଶ୍ୟ ତାଙ୍କ ଜୀବନ ପ୍ରତି ମଧ୍ୟ...

ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କଲେ ଯୁବକ, ଆଉ ତା’ ପରେ…

ଖୁବ୍‌ ତୀବ୍ର ବେଗରେ ଯାଉଥିବା ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ...

ବାପା

ଶ୍ରଦ୍ଧା ଓ ଭଲ ପାଇବାର ସଶକ୍ତ ଉଚ୍ଚାରଣ ବାପା। ତାଙ୍କୁ ଜାଣିହୁଏ ସିନା ଜଣେଇ ହୁଏନି। ସନ୍ତାନ ପାଇଁ ସମସ୍ତଙ୍କ ସହ ଲଢ଼ିବାର ସାହସ ରଖୁଥିବା...

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି...

୩ ଫୁଟ ବରକୁ ୪ ଫୁଟ କନ୍ୟା

ମୁମ୍ବାଇ,୮।୫: କରୋନା ଭାଇରସ ପାଇଁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ପୂର୍ବନିର୍ଦ୍ଧାରିତ ତାରିଖ ଅନୁଯାୟୀ ଲୋକେ ବିବାହ ଭଳି କାର୍ଯ୍ୟ ସମ୍ପାଦନ...

ହ୍ୟାଣ୍ଡ ସିମ୍ବଲ ; କିଛି କଥା

ଆଙ୍ଗୁଠିରେ କେତେକ ମୁଦ୍ରାକୁ ଆମେ ବର୍ତ୍ତମାନ ବିଭିନ୍ନ ସିମ୍ବଲ ଭାବେ ବ୍ୟବହାର କରୁଛେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏସବୁ ଏବେର ନୁହେଁ...

ମୋରୋକୋ ରାଜାଙ୍କ ୫ କୋଟି ଟଙ୍କାର ଘଣ୍ଟା ଚୋରି

ମୋରୋକୋ ରାଜା ମହମ୍ମଦ-VIଙ୍କ ଘରୁ ୩୬ଟି ଦାମୀ ଘଣ୍ଟା ଚୋରି ହୋଇଛି। ଏହି ଘଣ୍ଟାଗୁଡିକର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ୪୬ ବର୍ଷୀୟ ଜଣେ...

ଟେଡି ଡେ’: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି, ଜଣାପଡ଼ିବ ପ୍ରେମର ଗଭୀରତା

ପ୍ରେମୀଯୁଗଳ‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

Advertisement
Archives

Model This Week