Posted inଫୁରସତ

ଗାଁକୁ ସିଲେଇ ଦେଇଛି ସ୍ବତନ୍ତ୍ର ପରିଚୟ

ବଲାଙ୍ଗୀର ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ମାଧିଆପାଲି ଗ୍ରାମପଞ୍ଚାୟତର ରିନ୍‌ବଚନ ଗାଁ। ଏହା ଏମିତି ଏକ ଗାଁ ଯେଉଁଠି ଅଧିକାଂଶ ପୁରୁଷ ଓ ମହିଳା କରନ୍ତି ସିଲେଇ କାମ। ଆଉ ଏଇ ସିଲେଇ କାମ ହିଁ ଏଇ ଗାଁକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ …

ଏହା ଏମିତି ଏକ ଗାଁ ଯେଉଁଠି ଅଧିକାଂଶ ପୁରୁଷ ଓ ମହିଳା ସିଲେଇ ମେଶିନରେ ବିଭିନ୍ନ ପୋଷାକପତ୍ର ସିଲେଇ କରିଥାନ୍ତି। ଏଥିଯୋଗୁ ଗାଁର ବେକାରି ସମସ୍ୟା ଅନେକାଂଶରେ ଦୂରୀକରଣ ହେବା ସହ ଅନ୍ୟମାନଙ୍କ ପାଇଁ ଏହି ଗାଁ ଉଦାହରଣ ପାଲଟିଛି।

ବଲାଙ୍ଗୀର ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି ମାଧିଆପାଲି ଗ୍ରାମପଞ୍ଚାୟତର ରିନ୍‌ବଚନ ଗାଁ। ସିଲେଇ ମେଶିନ ଏଇ ଗାଁକୁ ଦେଇଛି ସ୍ବତନ୍ତ୍ର ପରିଚୟ । ଗାଁର ଅଧିକାଂଶ ଲୋକଙ୍କ ଘରେ ସିଲେଇ ମେଶିନ ରହିଛି। ବିଶେଷକରି ମହିଳାମାନଙ୍କୁ ଏହା ଦେଇଛି ଅର୍ଥ ରୋଜଗାରର ଏକ ସମ୍ମାନଜନକ ବାଟ। କିନ୍ତୁ ପ୍ରଥମେ ଗାଁରେ ପୁରୁଷମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସିଲେଇ। ଯାହାକୁ ଏବେ ଅନେକାଂଶରେ ମହିଳାମାନେ ତୁଲାଉଛନ୍ତି। ଏହି ଗାଁର ପ୍ରାୟ ୨୫/୩୦ଟି ପରିବାରର ମହିଳା ଏବଂ ପୁରୁଷ ସିଲେଇ କରି ରୋଜଗାର କରୁଛନ୍ତି। ପୂର୍ବରୁ ଏହି ଗାଁର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର ସିଲେଇ କାର୍ଯ୍ୟ କରୁଥିଲେ। ହେଲେ ବିବାହ ପରେ ଝିଅମାନେ ଅନ୍ୟ ଗାଁ ବା ସହରକୁ ଚାଲିଯାଉଥିବାରୁ ଏହି ସଂଖ୍ୟା କମିବାରେ ଲାଗିଛି । ତଥାପି ଏହି ଗାଁ ସିଲେଇ ଶିଳ୍ପକୁ ନେଇ ପରିଚିତ। ଗାଁର ବହୁ ଯୁବତୀ ଏବଂ ମହିଳା ସିଲେଇ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଦିଗରୁ ସ୍ବାବଲମ୍ବୀ ହୋଇପାରୁଛନ୍ତି। ଏହି ଗାଁର ବନିତା ସାହୁ ଜଣେ ଗୃହିଣୀ। କିଛିବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ପରଲୋକ ହୋଇଥିଲା। ଫଳରେ ଘରର ଆର୍ଥିକସ୍ଥିତି ବିଗିଡିଗଲା। ଦୁଇ ଛୋଟ ଝିଅଙ୍କୁ କିଭଳି ପାଳନ କରିବେ ଏବଂ ନିଜେ କିପରି ବଞ୍ଚିବେ ଚିନ୍ତାରେ ପଡ଼ିଥିଲେ। ଏଭଳି ସ୍ଥିତିରେ ସେ ନିଜକୁ ସମ୍ଭାଳି ରୋଜଗାର କଥା ଚିନ୍ତା କଲେ। ଆଉ ସିଲେଇ ଶିକ୍ଷାର ତାଲିମ ନେଲେ। ଦିନରାତି ପରିଶ୍ରମ କଲେ। ଯାହା କିଛି ରୋଜଗାର ହେଲା ସେଥିରେ ଦୁଇ ଝିଅଙ୍କୁ ପାଠ ପଢ଼ାଇଲେ। ଏପରିକି ରୋଜଗାର ଅର୍ଥରେ ଝିଅଙ୍କ ବିବାହକାର୍ଯ୍ୟ ବି ତୁଲାଇଛନ୍ତି। ଆଉ ଆଜିବି ସେ ସିଲେଇ ମେଶିନ ଚଲାଇ ଭଲ ଅର୍ଥ ଉପାର୍ଜନ କରି ପରିବାର ଚଳାଉଛନ୍ତି। ସେହିପରି ଏହି ଗାଁର ଆଉ ଜଣେ ମହିଳା ହେଲେ ବବିତା ସାହୁ। ସେ ଦୀର୍ଘ ୧୧ବର୍ଷ ଧରି ସିଲେଇ କାମ କରୁଛନ୍ତି। ତା’ସହ ଗାଁର ଅନ୍ୟ ଯୁବତୀ ଏବଂ ମହିଳାଙ୍କୁ ସିଲେଇ ଶିଖାଉଛନ୍ତି। ସେ କୁହନ୍ତି, ‘ସ୍କୁଲ ୟୁନିଫର୍ମ, ବ୍ଲାଉଜ୍‌, ସାୟା, ଝିଅଙ୍କ ଡ୍ରେସ୍‌ ସିଲେଇ କରି କିଛି ଟଙ୍କା ଉପାର୍ଜନ କରିପାରୁଛୁ। ବଲାଙ୍ଗୀର ସହରର ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ରେଡିମେଡ ଗାର୍ମେଣ୍ଟ୍‌ସ ମଧ୍ୟ ସିଲେଇ କରାଯାଉଛି। ୨/୩ ମାସର କାମ ମିଳିଲେ ଏଥିରୁ ପ୍ରାୟ ୬୦ ହଜାର ଟଙ୍କା ମିଳିଯାଏ। ବର୍ଷରେ ଥରେ ସ୍କୁଲ ୟୁନିଫର୍ମ ତିଆରି ପାଇଁ ଅର୍ଡର ମିଳୁଛି। ବର୍ଷର କିଛି ମାସ ବିଶେଷ କାମ ମିଳି ନ ଥାଏ। ସେଥିପାଇଁ ଯେଉଁମାନେ ସିଲେଇ ମେଶିନକୁ ନେଇ ଅର୍ଥ ରୋଜଗାରର ସ୍ବପ୍ନ ଦେଖୁଥିଲେ ସେମାନଙ୍କ ମନରେ କିଛିଟା ନିରୁତ୍ସାହ ଭାବ ଦେଖାଦେଉଛି। ଆଉ ସେମାନେ ସିଲେଇ ସହ ଅନ୍ୟ କାମ ବି କରୁଛନ୍ତି। ମିଶନ ଶକ୍ତି ନାଁରେ ବିଭିନ୍ନ ଯୋଜନା ରହିଛି। ହେଲେ ସରକାରୀ କ୍ଷେତ୍ରରୁ ଏଯାଏ ରିନ୍‌ବଚନ ଗାଁର ମହିଳାମାନଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ କି ପ୍ରୋତ୍ସାହନ ମିଳିପାରିନାହିଁ। ଯାହାକି ବେଶ୍‌ ଦୁଃଖୀ କଥା।’ ଗାଁରେ ଥିବା ସିଲେଇ ମାଷ୍ଟର ଶ୍ରୀକାନ୍ତ ସାହୁ ଅନେକ ଯୁବତୀ, ମହିଳା ଏବଂ ଯୁବକଙ୍କୁ ସିଲେଇ ଶିକ୍ଷା ଦେଇଛନ୍ତି। ଗାଁର ଇତିଶ୍ରୀ ପଣ୍ଡା, ଏଲିନା ପଣ୍ଡା, ଗୀତାଞ୍ଜଳି ସାହୁ ପ୍ରମୁଖ କୁହନ୍ତି, ‘ନୂଆ କରି ସିଲେଇ ଶିଖୁଥିବା ଯୁବତୀ ଏବଂ ମହିଳାମାନେ ଘର କାମ ସାରିବା ପରେ ଏଥିପାଇଁ ସମୟ ଦେଇଥାନ୍ତି। ହେଲେ ପ୍ରୋତ୍ସାହନ ଅଭାବରୁ ବେଳେବେଳେ ସେମାନେ ନିରୁତ୍ସାହିତ ହୋଇପଡ଼ୁଛନ୍ତି।’ ଏଇ ଗାଁର ସୁରେଶ ସାହୁ କୁହନ୍ତି, ‘ଅନେକ ଯୁବତୀ, ଯୁବକ ଏବଂ ମହିଳା ସିଲେଇ କାମ କରି ରିନ୍‌ବଚନ ଗାଁକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ଆଜି ବି ସେମାନଙ୍କ ଭିତରେ ସେଇ ଉତ୍ସାହ ଅଛି। ହେଲେ ସେମାନଙ୍କୁ ମିଳୁନି ପ୍ରୋତ୍ସାହନ। ତେଣୁ ଏହି ଗାଁର ସିଲେଇ ଶିଳ୍ପକୁ ସରକାରୀ ପ୍ରୋତ୍ସାହନ, ତାଲିମ ଏବଂ ଆର୍ଥିକ ସହାୟତା ମିଳିଲେ ଅନେକ ପରିବାର ଉପକୃତ ହେବା ସହିତ ଏହି ଗାଁ ସିଲେଇ ଶିଳ୍ପରେ ଭିନ୍ନ ପରିଚୟ ସୃଷ୍ଟି କରିପାରିବ।
-ବୀରେନ୍ଦ୍ର ଝାଂକର

 


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?