ପରିବେଶ ସଂରକ୍ଷଣର ଅଜଣା କଥା

ପରିବେଶ ସଂରକ୍ଷଣ ବର୍ତ୍ତମାନର ପ୍ରମୁଖ ଆହ୍ବାନଗୁଡିକ ଭିତରୁ ଅନ୍ୟତମ ା ପରିବେଶ ସୁରକ୍ଷା ନୂଆକଥା ନୁହେଁ। ଆଗରୁ ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ପରିବେଶପ୍ରେମୀମାନେ ପ୍ରାଣବଳି ବି ଦେଇଛନ୍ତି। ୧୯୭୪ ମାର୍ଚ୍ଚ ୨୬ରେ ଉତ୍ତରାଖଣ୍ଡର ପାର୍ବତୀୟ ଇଲାକାରେ ବଢୁଥିବା ଅଙ୍ଗୁ (ଔଷଧୀୟ ନାମ- ଫ୍ରାକ୍ସିନସ୍‌ ମାଇକ୍ରେନ୍ଥା) ନାମକ ବୃକ୍ଷକୁ ବଞ୍ଚାଇବାକୁ ଯାଇ ଚିପ୍‌କୋ ଆନ୍ଦୋଳନ ହୋଇଥିଲା। ଚାଷବାସ ସହିତ ମଜଭୁତ କାଠ ପାଇଁ ପାର୍ବତୀୟ ଅଞ୍ଚଳର ଅଧିବାସୀମାନେ ଏହି ବୃକ୍ଷ ଉପରେ ନିର୍ଭରଶୀଳ ଥିଲେ। କିଛି ଯୁବକ ଜଙ୍ଗଲ ସମ୍ପଦରୁ ନିଜ ଗୁଜୁରାଣ ମେଣ୍ଟେଇବା ଉଦ୍ଦେଶ୍ୟରେ ୧୯୬୨ ରେ ଚମୋଲି ଜିଲାର ମୁଖ୍ୟାଳୟ ଗୋପେଶ୍ୱରଠାରେ ‘ଦଶୌଲୀ ଗ୍ରାମ ସ୍ବରାଜ’ ସଂଘ ସ୍ଥାପନ କଲେ। କିନ୍ତୁ ସ୍ବତନ୍ତ୍ର ଭାରତରେ ବି ଔପନିବେଶୀୟ ପରମ୍ପରା ତିଷ୍ଠି ରହିଥିବାରୁ ବନ ବିଭାଗ ଜଙ୍ଗଲ ଅଧିବାସୀମାନଙ୍କଠାରୁ ବନ୍ୟସମ୍ପଦ ବ୍ୟବହାର ଉଚ୍ଛେଦ କରି ସେହି କାଠରେ ବ୍ୟାଡ୍‌ମିଣ୍ଟନ ଟେନିସ ଆଦି ଖେଳ ସାମଗ୍ରୀ ବନାଇବାକୁ ଆଲ୍ଲାହାବାଦର ସାଇମଣ୍ଡ କମ୍ପାନୀକୁ ଦାୟିତ୍ୱ ଦେଇଦେଲେ। ନିୟମାନୁଯାୟୀ ଜଙ୍ଗଲ ସମ୍ପଦ ତଥା ଗଛ ଉପରେ ସ୍ଥାନୀୟ ଅଧିବାସୀମାନେ ନିଜ ଅଧିକାର ସାବ୍ୟସ୍ତ କରିପାରୁ ନ ଥିବାବେଳେ ମାତ୍ର ଗୋଟେ କି.ମି. ଦୂରରେ ୨୪୫୧ଟି ଅଙ୍ଗୁ ଗଛ କଟାଯିବାର ଅନୁମତି ‘ଦଶୌଲୀ ଗ୍ରାମ ସ୍ବରାଜ’ ସଂଘକୁ କ୍ଷୁବ୍ଧ କରିଥିଲା।
ପ୍ରକୃତରେ ସେମାନେ ଖେଳସାମଗ୍ରୀ ବନେଇବାର ବିରୋଧୀ ନ ଥିଲେ। ଜଙ୍ଗଲ ସମ୍ପଦ ଉପରେ ନିଜ ଅଧିକାର ହାସଲ କରିବାକୁ ତେଜି ଉଠିଥିଲେ। ନିଜେ ବଞ୍ଚ, ଅନ୍ୟକୁ ବଞ୍ଚିବାକୁ ଦିଅ ନ୍ୟାୟରେ ସେମାନେ ଚାହୁଁଥିଲେ ଜଙ୍ଗଲ ଉପରେ ସମସ୍ତଙ୍କ ଅଧିକାର ରହୁ। ଯାହାଫଳରେ ଜଙ୍ଗଲ ସଂରକ୍ଷଣ ପାଇଁ ସମସ୍ତେ ଦାୟବଦ୍ଧ ରହିବେ। କାରଣ ପ୍ରକୃତି ସମସ୍ତଙ୍କର। ୧୯୭୪ ଫେବୃଆରୀ ୧୪ ରେ ଜଣେ ଅଧିବାସୀ ଚଣ୍ଡୀପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସଭା ଆୟୋଜିତ ହୋଇ ବିପୁଳ ଅଙ୍ଗୁବୃକ୍ଷ କଟାଯିବା ପ୍ରକୃତି ପାଇଁ ବିପଦ ବୋଲି ସମସ୍ତଙ୍କୁ ଚେତେଇ ଦିଆଗଲା। କାରଣ ଜଡିବୁଟି, ଜାଳେଣି ଓ ଜମିବାଡି ସହିତ ମାଟିର ସଂରକ୍ଷଣ ପାଇଁ ଅଙ୍ଗୁବୃକ୍ଷ ଜରୁରୀ। ଆନ୍ଦୋଳନ କ୍ରମଶଃ ତୀବ୍ର ହେଉଥିବାରୁ ସରକାର ଚତୁରତାର ସହିତ ଚମୋଲିଠାରେ ସେନା ଦ୍ୱାରା ଜମି ଅଧିଗ୍ରହଣର କ୍ଷତିପୂରଣ ଦେବାକୁ ପୁରୁଷମାନଙ୍କୁ ଡକାଇ ବିଳମ୍ବିତ ସମୟଯାଏ ଅଟକ ରଖିବା ଭିତରେ ବନ ବିଭାଗୀୟ ଅଧିକାରୀ ଠିକାଦରଙ୍କ ସହ ବଣଭିତରକୁ ପଶି ଗଛ କାଟିବା ଆରମ୍ଭ କରିଦେଲେ।
କିନ୍ତୁ ରେନୀ ଗ୍ରାମର ମହିଳା ଓ ପିଲାମାନେ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ। ଶ୍ରୀମତୀ ଗୌରାଦେବୀଙ୍କ ନେତ୍ୱରେ ୨୭ଜଣ ମହିଳା ଗଛ ଚାରିପଟେ ବେଢି ରହି ଗଛକଟା ପୂର୍ବରୁ ସେମାନଙ୍କୁ କଟାଯାଉ ବୋଲି ଆହ୍ବାନ ଦେଇଥିଲେ। ଏହି ଆନ୍ଦୋଳନ ରାଜସ୍ଥାନ, କର୍ନାଟକ, ହିମାଚଳ ପ୍ରଦେଶ, ବିହାର ଆଦି ରାଜ୍ୟକୁ ବ୍ୟାପିଯାଇଥିବାରୁ ବାଧ୍ୟହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୫ ବର୍ଷ ପର୍ଯ୍ୟନ୍ତ ଗଛକଟା ଉପରେ ପ୍ରତିବନ୍ଧ ଲଗାଇଥିଲେ। ଏଥିସହିତ ଜାପାନ, ମାଲୟେସିଆ, ଇଣ୍ଡୋନେସିଆ ଆଦି ଦେଶମାନେ ଏହାକୁ ସମର୍ଥନ କରିଥିବାରୁ ପରିବେଶ ସଚେତନତା ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଯୋଗଦାନ କରିଥିବା ସୁନ୍ଦରଲାଲ୍‌ ବହୁଗୁଣା ବୃକ୍ଷମିତ୍ର ନାମରେ ଲୋକପ୍ରିୟତା ହାସଲ କରିବା ସହିତ ଅନେକ ଅନ୍ତର୍ଜାତୀୟ ସ୍ବୀକୃତି ହାସଲ କରିଥିଲେ।
ପ୍ରକାଶଥାଉ କି ପରିବେଶ ସଂରକ୍ଷଣକୁ ନେଇ ଉତ୍ତରାଖଣ୍ଡର ଏହି ଚିପ୍‌କୋ ଆନ୍ଦୋଳନ ପ୍ରଥମ ନ ଥିଲା। ଏହା ବିଷ୍ନୋଇ ସମାଜର ଅମୃତାଦେବୀଙ୍କ ନେତୃତ୍ୱରେ ଆହୂତ ପ୍ରଥମ ଚିପ୍‌କୋ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଥିଲା। ଅବଶ୍ୟ ସେ ଆନ୍ଦୋଳନ କେବଳ ଗଛ ସମ୍ପର୍କିତ ନ ଥିଲା, ଜଙ୍ଗଲୀ ଜୀବଜନ୍ତୁଙ୍କ ସଂରକ୍ଷଣ ନିମନ୍ତେ ବି ଉଦ୍ଦିଷ୍ଟ ଥିଲା। ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଥର୍‌ ମରୁଭୂମି ନିକଟସ୍ଥ ଖେଜଡଲୀ ଗାଁ ଖେଜଡୀ ବା ଶମିବୃକ୍ଷ(ମରୁଭୂମି ଜଳବାୟୁରେ ବଢୁଥିବା ବୃକ୍ଷ)ର ସବୁଜିମା ଦ୍ୱାରା ଆଚ୍ଛାଦିତ ଥିଲା। ୧୭୩୦ ମସିହା ଭାଦ୍ରବ ମାସ ଶୁକ୍ଳପକ୍ଷର ଦଶମୀ ତିଥିରେ ଅମୃତାଦେବୀ ତିନିଝିଅଙ୍କୁ ଧରି ଘରେ ଥିବାବେଳେ ଜାଣିବାକୁ ପାଇଲେ ଯେ ଯୋଧପୁରର ମହାରାଜା ଅଭୟସିଂହ ନୂଆ ମହଲ ନିର୍ମାଣ ପାଇଁ ଖେଜଡୀ ଗଛ କଟାଇବାକୁ ସୈନିକମାନଙ୍କୁ ପଠାଇଛନ୍ତି। ଗଛକଟା ବିଷ୍ନୋଇ ସମ୍ପ୍ରଦାୟର ନୀତିବିରୁଦ୍ଧ ହୋଇଥିବାରୁ ଅମୃତାଦେବୀ ଏହାର ବିରୋଧ କଲେ। ଜିଦ୍‌ଖୋର ଲୋକମାନେ ତାଙ୍କ କଥାକୁ ଖାତିର ନ କରି ତାଙ୍କୁ ବି ଗଛ ସହିତ କାଟି ଦେଇଥିଲେ। ତାଙ୍କ ତିନିଝିଅ ବି ଅମୃତାଙ୍କ ପରି ଗଛ ସହିତ ପ୍ରାଣବଳି ଦେଇଥିଲେ।
ଏହା ଦେଖି ୪୯ଟି ଗ୍ରାମର ସମଗ୍ର ବିଷ୍ନୋଇ ସମ୍ପ୍ରଦାୟର ୩୬୩ ଜଣ ବିଷ୍ନୋଇ ଶହୀଦ ହୋଇଥିଲେ। ରାଜାଙ୍କ କାନକୁ କଥା ଯିବା କ୍ଷଣି ଗଛକଟା ବନ୍ଦ ହୋଇଯାଇଥିଲା। କ୍ଷମାପ୍ରାର୍ଥନା ସହିତ ବିଷ୍ନୋଇ ସମ୍ପ୍ରଦାୟ ନିକଟବର୍ତ୍ତୀ ଅଞ୍ଚଳରେ ଜଙ୍ଗଲକଟା ଉଚ୍ଛେଦ କରାଗଲା। ପରିବେଶ ସୁରକ୍ଷା ପାଇଁ ନାରୀମାନଙ୍କ ଏହି ଅଦ୍ଭୁତ ଧୈର୍ଯ୍ୟ ଓ ଅସୀମ କ୍ଷମତା ଯୁଗଯୁଗ ଧରି ପ୍ରେରଣାଦାୟୀ ହୋଇ ରହିଲା।
ଜଙ୍ଗଲ ସୁରକ୍ଷା ନୁହେଁ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ବି ସେମାନଙ୍କ ଧର୍ମ ଥିଲା। କୃଷ୍ଣସାର ମୃଗ ଓ ଚିଙ୍କାରା ସହିତ ବିଷ୍ନୋଇ ସମ୍ପ୍ରଦାୟର ସମ୍ପର୍କ ଧର୍ମଗତ। ଲୋକକଥା ଅନୁଯାୟୀ ୧୪୮୫ ମସିହାରେ ସନ୍ଥ ଜମ୍ବେଶ୍ୱର ମହାରାଜ ମାତ୍ର ୩୪ ବର୍ଷ ବୟସରେ ବିଷ୍ନୋଇ ସମ୍ପ୍ରଦାୟ ସ୍ଥାପନା କରିଥିଲେ। ସେମାନେ ବିଶେଷତଃ ପ୍ରକୃତି-ଉପାସକ ଥିବାରୁ ଗଛମାନଙ୍କ ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ସେମାନଙ୍କ ୨୯ଟି ସିଦ୍ଧାନ୍ତ ଭିତରୁ ଅନ୍ୟତମ ଥିଲା। ଜମ୍ବେଶ୍ୱର ମହାରାଜ(ଜାମ୍ବାଜୀ) କୃଷ୍ଣସାର ମୃଗକୁ ନିଜ ଅବତାର ମନେକରି ଯନତ୍ ଓ ଆଦର କରିବାକୁ ନିଜ ଅନୁଗାମୀମାନଙ୍କୁ କହିଯାଇଥିଲେ।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri