ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା ପ୍ରସ୍ତୁତି କରୁଛି। ଏହାଦ୍ୱାରା ଚିପ୍‌ ଉପକରଣ ନିର୍ମାତା କମ୍ପାନୀ ନୌରା ଟେକ୍ନୋଲୋଜି ଗ୍ରୁପ୍‌ ସମେତ ୧୪୦ରୁ ଅଧିକ ଚାଇନା କମ୍ପାନୀ ଉପରେ କଟକଣା ଲାଗୁ ହେବ। ଚାଇନାର ଆଡଭାନ୍ସ ଚିପ୍ସ ବିକାଶ କରିବାର ଦକ୍ଷତାକୁ ଦୁର୍ବଳ କରିବା ପାଇଁ ଆମେରିକା ପକ୍ଷରୁ ଏହି କଟକଣା ଲାଗୁ କରାଯିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ପ୍ରକାଶ ଯେ, ସେମିକଣ୍ଡକ୍ଟର ହେଉଛି ଏକ ପ୍ରକାରର ସିଲିକନ୍‌ ଚିପ୍‌, ଯାହା ସାଧାରଣତଃ କମ୍ପୁଟର, ମୋବାଇଲ ଫୋନ୍‌ ପରି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ଏବଂ ଗାଡ଼ିରେ ବ୍ୟବହୃତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି

ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର...

ଗାଜାରେ ଥମିଗଲା ବନ୍ଧୁକର ଗର୍ଜନ

ତେଲ ଆଭିବ,୧୯।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ...

ବନ୍ଦ ହେଲା ଟିକ୍‌ଟକ୍‌, ଟ୍ରମ୍ପଙ୍କ ନାଁ ନେଇ ୟୁଜର୍ସଙ୍କୁ କମ୍ପାନୀ କହିଲା…

ଓ୍ବାଶିଂଟନ,୧୯।୧: ଭାରତ ପରେ, TikTok ଏବେ ଆମେରିକାରେ ମଧ୍ୟ କାମ କରିବା ବନ୍ଦ କରିଦେଇଛି। ପ୍ରତିବନ୍ଧକର ଗୋଟିଏ ଘଣ୍ଟା ପୂର୍ବରୁ, ଶନିବାର ବିଳମ୍ବିତ ରାତିରେ ଏହି...

ବିଷ ପାଲଟିଲାଣି ବାଂଲାଦେଶର ବାୟୁ, ହଜାରେ କୋଟିରୁ ଅଧିକ କ୍ଷତି

ଢାକା,୧୯।୧: ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ...

ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ

ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ...

ବାଂଲାଦେଶ ସୀମାରେ ମହାଭାରତ

ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।...

ସୁପ୍ରିମକୋର୍ଟରେ ଫୁଟିଲା ଗୁଳି, ୨ ବିଚାରପତି ମୃତ

ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ,...

ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri