ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା

କ୍ୱିଭ୍‌,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି। ଏଥି ସହିତ, ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡ ପାଇଁ ରୁଷିଆ ସମଗ୍ର ବିଶ୍ୱରେ ସମାଲୋଚିତ ହେଉଛି। ଯୁଦ୍ଧ ଅପରାଧର ପ୍ରମାଣ ମଧ୍ୟ ସେମାନଙ୍କ ପାଖରେ ଅଛି ବୋଲି ୟୁକ୍ରେନ ସୈନ୍ୟ କହିଛନ୍ତି। ତେବେ ରୁଷିଆ ଏହାକୁ କ୍ରମାଗତ ଭାବରେ ଅସ୍ବୀକାର କରିଛି।
ଏହି ଘଟଣାକୁ ନେଇ ବୁଧବାର ରୁଷିଆର ଶୀର୍ଷ ବ୍ୟାଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହା ବ୍ୟତୀତ କୌଣସି ଆମେରିକୀୟ ନାଗରିକଙ୍କୁ ରୁଷିଆରେ ବିନିଯୋଗ କରିବାକୁ ମଧ୍ୟ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ଟୁଇଟରେ କହିଛନ୍ତି ଯେ, ନୂତନ ପ୍ରତିବନ୍ଧକ ବୁଚାରେ ହୋଇଥିବା ଅତ୍ୟାଚାର ଯୋଗୁ ଲାଗିଛି।
ସୂଚନାଯୋଗ୍ୟ, ୟୁକ୍ରେନର ବୁଚାଠାରେ ବହୁ ସଂଖ୍ୟକ ମୃତଦେହ ମିଳିଥିଲା। ରୁଷିଆ ସୈନ୍ୟମାନେ ୟୁକ୍ରେନ ନାଗରିକଙ୍କ ହାତଗୋଡ ବାନ୍ଧି ମୁଣ୍ଡରେ ଗୁଳି କରୁଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୁଚା ହତ୍ୟାକାଣ୍ଡକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ରୁଷିଆ ଏହି ଘଟଣାକୁ ଅଗ୍ରାହ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣରେ ୨୩ ମୃତ

ମୋଗାଦିଶୁ, ୪ା୪: ସୋମାଲିଆର ୨ ମିଲିଟାରୀ ବେସ୍‌ରେ ଇସ୍‌ଲାମୀୟ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ସୈନ୍ୟ ଅଛନ୍ତି। ୨ଟି...

‘ଆଇଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ଭାରତ’

ଓ୍ବାଶିଂଟନ, ୨୩ା୮(ପି.ଟି.): ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଥିବା ଭାରତ ଆଫଗାନିସ୍ତାନରେ ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି...

୯ ମହଲା ଆପାଣ୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ କଲା ରୁଷିଆ

କ୍ୱିଭ୍‌,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ୍‌ର ରାଜଧାନୀ କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆ ସେନା ଲଗାତର ସେଠାରେ...

ଆଉ ଚାରିଦିନ ପରେ ପାକିସ୍ତାନରେ ଖୋଲିବ ସିନେମା ହଲ୍‌

ଇସ୍‌ଲାମାବାଦ,୭।୯: ସାରା ବିଶ୍ୱରେ ଏବେସୁଦ୍ଧା ୨କୋଟି ୭୨ ଲକ୍ଷ ୩୪ ହଜାର ୮୯୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ୧ କୋଟି...

ପୁଟିନ୍‌ଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ଯୋଜନା କରୁଛି ୟୁକ୍ରେନ୍‌

ମସ୍କୋ/କିଭ୍‌, ୩୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦରୁ ହଟାଇବା ପାଇଁ ରୁଷିଆ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ଗୋଇନ୍ଦା ମୁଖ୍ୟ କିରିଲୋ...

ଏହି ଦେଶର ଲୋକେ ସବୁଠାରୁ ଖୁସି

ଓ୍ବାଶିଂଟନ, ୨୦ା୩: ବିଶ୍ୱର ସବୁଠାରୁ ଖସି ଦେଶର ତାଲିକା ପ୍ରକାଶ ପାଇଛି। ଏଥିରେ ଫିନ୍‌ଲାଣ୍ଡ ପୁଣି ଶୀର୍ଷରେ ରହିଛି। ଫିନ୍‌ଲାଣ୍ଡ ଗତ ୬ବର୍ଷରୁ ଲଗାତର ଏହି...

କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍‌ଓ

ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ...

୧୭ ଲକ୍ଷ ଦିଅ, ଆମେରିକାରେ ଅନୁପ୍ରବେଶ କର…

ଓ୍ବାଶିଂଟନ,୪।୨ : ଆମେରିକୀୟ ସୀମାରେ ଅନୁପ୍ରବେଶ ଖବର ସାମ୍ନାକୁ ଆସୁଛି। କିନ୍ତୁ ଏଥର ଅନୁପ୍ରବେଶକୁ ନେଇ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ବାସ୍ତବରେ ଆମେରିକାର ସାଂସଦମାନେ...

Advertisement
Archives

Model This Week