ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁନଃ ନିର୍ମାଣ କରିଥିଲେ।
ଇତିହାସ ଅନୁଯାୟୀ ଖୋର୍ଦ୍ଧା ରାଜବଂଶ ଦୁର୍ଗ ପରିସରରେ କୁଞ୍ଜବିହାରୀ ମନ୍ଦିର, ଗୋପାଳ ମନ୍ଦିର, ରାଧାକାନ୍ତ ମନ୍ଦିର, ରଘୁନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିର (ଓଡ଼ିଆ ମଠ), ଗୋବିନ୍ଦଜୀଉ ମଠ, କପିଳେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରିଥିଲେ। ଜଗନ୍ନାଥ ସଂସ୍କୃତିର ରକ୍ଷାକର୍ତ୍ତା ଭାବେ ଗଜପତି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ସମ୍ମାନିତ। ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଖ୍ରୀ. ୧୫୬୮ରେ ଗଡ଼ଖୋର୍ଦ୍ଧାରେ ଓଡ଼ିଶାର ରାଜଧାନୀ ସ୍ଥାପନ କରିଥିଲେ। ପରେ କୁଜଙ୍ଗଗଡ଼ରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଅଣାଇ ଗଡ଼ଖୋର୍ଦ୍ଧାସ୍ଥିତ ମନ୍ଦିରରେ ନବକଳେବର କରାଇ ଖ୍ରୀ. ୧୫୭୫ରେ (କଳାପାହାଡ଼ ଆକ୍ରମଣ ଯୋଗୁ ୮ବର୍ଷ ଶୂନ୍ୟ ରହିଥିବା ଶ୍ରୀମନ୍ଦିରରେ) ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ପୁନଃ ସ୍ଥାପନା କରାଇଥିଲେ। ଏହି ପବିତ୍ର କାର୍ଯ୍ୟ ଯୋଗୁ ଗଜପତି ରାମଚନ୍ଦ୍ର ଦେବ ୨ୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଶ୍ରୀମନ୍ଦିର ସେବାୟତ, ୧୬ ଶାସନ ବ୍ରାହ୍ମଣଙ୍କ ଦ୍ୱାରା ଭୂଷିତ ହୋଇଥିବା ଐତିହାସିକ କେଦାରନାଥ ମହାପାତ୍ରଙ୍କ ଖୁରୁଧା ଇତିହାସ ପୁସ୍ତକରେ ବର୍ଣ୍ଣନା ରହିଛି।
ଏହି ସମୟରେ ଗଜପତି ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଦୁର୍ଗକୁ ଶ୍ରୀଜଗନ୍ନାଥପୁର-କଟକ ରୂପେ ନାମକରଣ କରିଥିଲେ। କୁଞ୍ଜବିହାରୀ ମନ୍ଦିର ସମ୍ମୁଖ ଗୋପାଳ ମନ୍ଦିରରେ ବାରବାଟୀ ଦୁର୍ଗରୁ ଆନୀତ, କାଞ୍ଚତ୍ ବିଜୟର ସ୍ମାରକୀ ଶ୍ରୀସାକ୍ଷୀଗୋପାଳ (ବର୍ତ୍ତମାନ ସତ୍ୟବାଦୀରେ ସାକ୍ଷୀଗୋପାଳ ଭାବେ ପୂଜା ପାଉଛନ୍ତି) ବିଗ୍ରହ ଖ୍ରୀ.୧୬୧୫ ପର୍ଯ୍ୟନ୍ତ ପ୍ରାୟ ୪୭ବର୍ଷ ଧରି ଏଠାରେ ପୂଜିତ ହେଉଥିଲେ। ପୁନଶ୍ଚ ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଖ୍ରୀ. ୧୬୦୭ରେ ମୋଗଲ ଆକ୍ରମଣ ଯୋଗୁ ଶ୍ରୀଜଗନ୍ନାଥ ଏହି ମନ୍ଦିରରେ ୩ମାସ ୪ଦିନ ଅବସ୍ଥାନ କରିଥିଲେ। କାଳିଆ ସାଆନ୍ତ ଏଠାରେ ଗୁପ୍ତ ଭାବେ ପୂଜା ପାଉଥିଲେ। ମାଦଳା ପାଞ୍ଜିରେ ବର୍ଣ୍ଣନା ଅନୁଯୟୀ- ସେବକ ପରମେଶ୍ୱରଙ୍କୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଲେ। ଭକ୍ତ ସାଲବେଗ ଏଠାରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ ବୋଲି ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର କୁମାର ମିଶ୍ର ମତ ଦିଅନ୍ତି। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ତକି ଖାଁର ଖୋର୍ଦ୍ଧା ଆକ୍ରମଣ ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଗଜପତି ବୋଲଗଡ଼ରେ ଅବସ୍ଥାନ କରିଥିଲେ। ସେଠାରୁ ପୁନଶ୍ଚ ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ଏହି ଗୋପାଳ ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରିଥିଲେ। ଏହି ପ୍ରସଙ୍ଗ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକ ଏବଂ ବୋଲଗଡ଼ର ଇତିହାସ ଲେଖକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ପୁସ୍ତକରେ ଉଲ୍ଲେଖ ରହିଛି। ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ‘ହିଷ୍ଟ୍ରି ଅଫ୍‌ ଓଡ଼ିଶା’ ଏବଂ ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ନୀଳଶୈଳରେ ଉଲ୍ଲେଖ ରହିଥିବା ଗବେଷକ ଗୋପାଳକୃଷ୍ଣ ଦାସ କହିଛନ୍ତି। ତେବେ ଗବେଷକ ଦାସ କୁହନ୍ତି, ମହାପ୍ରଭୁଙ୍କ ଏହି ଲୀଳାକ୍ଷେତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ୧୯୯୬ରେ ପି.ଏନ୍‌. କଲେଜର ରେଭର ରେଞ୍ଜର ଛାତ୍ରୀଛାତ୍ରଙ୍କୁ ନେଇ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ। ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ସମ୍ପର୍କରେ ଜାଣିବା ପରେ ୨୦୦୭ରେ ତତ୍କାଳିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସ୍ଥାନ ପରିଦର୍ଶନରେ ଆସିଥିଲେ। ରେଭିନ୍ୟୁ ବଙ୍ଗଳାରେ ଖୋର୍ଦ୍ଧା ଐତିହାସିକ ସମାଜ ଆନୁକୂଲ୍ୟରେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଲାଗି ସ୍ଥିର ହୋଇଥିଲା। ୨୦୧୪ ଜୁନ୍‌ ୨୭, ୨୮ ଓ ୨୯ ତାରିଖରେ ତିନି ଦିନ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ଉତ୍ସବରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭାପତି ଭୀମସେନ ମିଶ୍ର, ସମ୍ପାଦକ ରବି ନାରାୟଣ ମିଶ୍ର, ୧୯୯୬ରେ ଦଧିମାଛଗାଡ଼ିଆ ନବକଳେବର, ବନଯାଗରେ ଯୋଗ ଦେଇଥିବା ମନ୍ଦିର ପୁରୋହିତ ଡ. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଗବେଷଣା ଅଧିକାରୀ ଡ. ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏଠାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭଳି ପାଳିତ ହୋଇଥାଏ। ମନ୍ଦିର ପରିଚାଳନା ଲାଗି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର କମିିଟି ଗଠନ କରାଯାଇଛି। ବିଶ୍ୱମ୍ବର ଦାସ ମହାରାଜ ସଭାପତି, ଆଇନଜୀବୀ ଅଜିତ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି, ଜାନକୀବଲ୍ଲଭ ପଟ୍ଟନାୟକ ଉପସଭାପତି, ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ ସମ୍ପାଦକ ଏବଂ ରମାକାନ୍ତ ପାଟ୍ଟଯୋଶୀ ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଇଂ. ମାଧବଚନ୍ଦ୍ର ଷଡ଼ଙ୍ଗୀ ପିତାଙ୍କ ସ୍ମୃତିରେ ମନ୍ଦିର ପରିସରରେ କାଶୀଲୋକନାଥ ମନ୍ଦିର ପ୍ରାୟ ୩ବର୍ଷ ତଳେ ନିର୍ମାଣ କରିଥିଲେ। ଚଳିତବର୍ଷ ଗୁଣ୍ଡିଚାରେ ମନ୍ଦିର ପରିସରରେ ମାତା ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ପୁରୀ ବାସିନ୍ଦା ବାମଦେବ ସାହୁ ସହଯୋଗର ହାତ ବଢ଼ାଇଛନ୍ତି। ମନ୍ଦିରରେ ଅକ୍ଷୟ ମହାପାତ୍ର, ଅରୂପା ମହାପାତ୍ର ବର୍ଷବ୍ୟାପୀ ସମସ୍ତ ନୀତିକାନ୍ତି ସେବାପୂଜା କରି ଆସୁଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri