କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି। ଏହାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଶୁକ୍ରବାର ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପହଞ୍ଚିଛନ୍ତି। ସେ କୁଲଡ଼ିହା, ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସ୍ବର ଉଠିବା ପରେ ପ୍ରଶାସନିକ ସ୍ତରରେ ବ୍ୟାପକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ କୁଲଡ଼ିହା ପାଦଦେଶ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, ଏସିଏଫ୍‌ଓ ଶରତ ଚନ୍ଦ୍ର ବେହେରା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର, ନୀଳଗିରି ରେଞ୍ଜର ମନୱାର ଖାନ, ଚନ୍ଦ୍ରବିନ୍ଦୁ ଦାସ, ପ୍ରବୀଣ ନାୟକ, କରୁଣାକର ପଣ୍ଡା ପ୍ରମୁଖଙ୍କ ସହ ମିଶି କୁଲଡ଼ିହା ଅଭୟାରଣ୍ୟର ବନାଞ୍ଚଳ ଅନ୍ତର୍ଗତ ତେଣ୍ଡା, କୁଲଡ଼ିହା, ରିଷିୟା ଆଦି ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।
କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ଭିତରୁ ୨୦୫ଟି ସ୍ଥାନ ୧୧୬.୫ ହେକ୍ଟର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ହଜାର ହଜାର ବୃକ୍ଷଲତା ପୋଡ଼ି ପାଉଁଶ ହୋଇଯାଇଥିବାରୁ ତୃଣଭୋଜି ଜୀବଙ୍କ ଖାଦ୍ୟ ପାଇଁ ବନବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଘଞ୍ଚ ସବୁଜ ଜଙ୍ଗଲ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ବିଗତ କିଛିଦିନ ହେଲାଣି କେତେଜଣ ନ୍ୟସ୍ତ ସ୍ବାର୍ଥପର ଲୋକ ନିଜର ସ୍ବାର୍ଥ ପାଇଁ ଅଗ୍ନି ସଂଯୋଗ କରି ଏହାକୁ ନଷ୍ଟ କରିବାରୁ ହୀନଚକ୍ରାନ୍ତ କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ଏକା ବନବିଭାଗ ପାରିବନି ଏଣୁ ବନାଞ୍ଚଳବାସୀଙ୍କ ସହଯୋଗ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ। ଅଭୟାରଣ୍ୟରେ ନିଆଁ ଲିଭିଯାଇଥିବା ବେଳେ ଜଙ୍ଗଲରେ ଗତ ଗତ ମାର୍ଚ୍ଚ ୪ ତାରିଖଠାରୁ ବନବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ରାତିଦିନ ପରିଶ୍ରମ କରୁଥିବା ଦେଖି ବନକର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ବନବିଭାଗରେ କର୍ମଚାରୀ ଆବଶ୍ୟକ ଅନୁସାରେ ନ ଥିବା ବେଳେ ସରକାର ଏଥିପ୍ରତି ଯନତ୍ବାନ ହେବାକୁ କହିଥିଲେ। ପାଣି ସଂରକ୍ଷଣ ପାଇଁ ଚେକଡ୍ୟାମ୍‌ର ଆବଶ୍ୟକ ଥିବା କହିବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ଥିବା କହିଛନ୍ତି। ଏଥିସହିତ ବନାଗ୍ନି କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ଓ କେନ୍ଦ୍ରକୁ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କବିବରଙ୍କ ସାହିତ୍ୟ କୃତି ଅତୁଳନୀୟ

ସୋର, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଦାରପୁର ଗ୍ରାମରେ କବିବର ରାଧାନାଥ ରାୟଙ୍କର ଜନ୍ମପୀଠରେ ୧୭୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କବିବର...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ୩୬ ହଜାର ୫୨୩ ୱାର୍ଡ ମେମ୍ବର ପ୍ରାର୍ଥୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ପ୍ରାର୍ଥୀ । ଆଉ ରାଜ୍ୟର କିଛି ସ୍ଥାନରେ...

୫-ଟି ରୂପାନ୍ତରିତ ସ୍କୁଲ୍‌ ଛାତରୁ ଖସିଲା ପ୍ଲାଷ୍ଟର

କେନ୍ଦୁଝର/ଢେଙ୍କିକୋଟ, ୨୯ା୧୦(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ସତ୍ୟ ନାରାୟଣ(ଏସ୍‌ଏନ୍‌) ବିଦ୍ୟାପୀଠ ହାଇସ୍କୁଲର ଷ୍ଟାଫ୍‌ କମନରୁମ୍‌ (କର୍ମଚାରୀ ସାଧାରଣ ପ୍ରକୋଷ୍ଠ)ର ସିଲିଂ ପ୍ଲାଷ୍ଟର...

ବାପାଙ୍କ ତଣ୍ଟିଚିପି ଆତ୍ମସମର୍ପଣ କଲେ ପୁଅ

ବେଲପଡା,୧୧ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଘାଗୁର୍ଲି ଗାଁରେ ପୁଅ ନିଜ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ହେଲେ...

ଭୁବନେଶ୍ୱର ସମେତ ୨୬ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେଶନ୍‌ ଏଜେନ୍ସି (ଏନ୍‌ଆଇଏ)ର ଟିମ୍‌ ଓଡ଼ିଶାର ଭୁବନେଶ୍ୱର ସମେତ ବିହାର,...

ଦୁର୍ବଳ ମୌସୁମୀ ପ୍ରଭାବରେ ଦିନରେ ବୃଦ୍ଧି ପାଉଛି ତାପମାତ୍ରା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଆଗାମୀ ୫ଦିନ ଯାଏ ଅବସ୍ଥାନ କରିବାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ...

ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ...

ଦୁଇଓଳି ଖାଦ୍ୟ ଯୋଗାଡ଼ ଚିନ୍ତା

ଖଇରା, ୧୫।୬(ଡି.ଏନ୍‌.ଏ.)-ରାତି ପାହିଲେ ଖାଦ୍ୟ ଚିନ୍ତା। ଯେଉଁ ବୟସରେ ମା’ ବାପାଙ୍କ ସ୍ନେହ ଶ୍ରଦ୍ଧା ମଧ୍ୟରେ ରହି ହସିଖେଳି ଦିନ କାଟିବା କଥା, ସେଠାରେ ସେମାନଙ୍କୁ...

Advertisement
Archives

Model This Week