ୱାର୍ଲଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଓ ତାଙ୍କ ପ୍ରତିନିଧି ଦଳ ଶନିବାର ଭୁବନେଶ୍ୱରସ୍ଥିତ ୱାଲର୍‌ଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ଖୁସି ଅଭିବ୍ୟକ୍ତ କରିବା ସହ କହିଛନ୍ତି, ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୌଶଳ ଥିବା କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ରହିଛି। ୱାଲର୍‌ଡ ସ୍କିଲ ସେଣ୍ଟର ଆଇଟିଆଇ ଓ ପଲିଟେକ୍ନିକ ଛାତ୍ରୀଛାତ୍ରଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି ଇସ୍ପାତ ମନ୍ତ୍ରୀ କହିଛନ୍ତି। ସେହିଭଳି ୱାଲର୍‌ଡ ସ୍କିଲ ସେଣ୍ଟର ପରିଦର୍ଶନ କରିବା ପରେ ରାଷ୍ଟ୍ରୀୟ ଖଣିଜ ନିଗମର ସିଏମ୍‌ଡି ସୁମିତ ଦେବ କହିଲେ, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ଓଡ଼ିଶା ସରକାର ଯେଉଁ ଅନୁଭୂତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିଛନ୍ତି ତାହା ପ୍ରଶଂସନୀୟ।
ବିଏମ୍‌ସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ସିଇଓ ସଞ୍ଜୟ କୁମାର ସିଂ କହିଲେ, ୱାଲର୍‌ଡ ସ୍କିଲ ସେଣ୍ଟର ଶ୍ରେଷ୍ଠ ଆଇଟିଆଇ ଓ ପଲିଟେକ୍ନିକ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଫିନିସିଂ ସ୍କୁଲ୍‌ ଭାବରେ କାର୍ଯ୍ୟ କରୁଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ପାଇଁ ମଧ୍ୟ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରେଘୁ ଜୀ ପ୍ରତିନିଧି ଦଳଙ୍କୁ ସୂଚନା ଦେଇ କହିଲେ, ଅଠର ମହଲା କୋଠାରେ ଓ୍ବାଲର୍‌ଡ ସ୍କିଲ୍‌ ସେଣ୍ଟର କାର୍ଯ୍ୟ କରୁଥିବାବେଳେ ପ୍ରତି ମହଲା ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ। ୨୦୨୧-୨୨ ବର୍ଷରୁ ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଜେଶନ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ୍‌ ସର୍ଭିସେସ୍‌ ଏବଂ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମ ଆରମ୍ଭ ହୋଇଥିବା ରେଘୁ ଜୀ ଅବଗତ କରାଇଥିଲେ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟମାନେ ସ୍କିଲ ସେଣ୍ଟରର ସମସ୍ତ ଲାବ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri