ଫେରିଗଲେ ୭ଲକ୍ଷ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଚିଲିକାରୁ ବିଦେଶାଗତ ପକ୍ଷୀ ଏବେ ସ୍ବଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଶନିବାର ସୁଦ୍ଧା ଚିଲିକାରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶ ପକ୍ଷୀ ସ୍ବଦେଶ ଫେରିଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ବିଳମ୍ବରେ ଶୀତର ଆଗମନ ହୋଇଥିଲା। ଗତ ନଭେମ୍ବରରୁ ଚିଲିକାକୁ ବିଦେଶାଗତ ପକ୍ଷୀ ଆସିବାକୁ ଲାଗିଥିଲେ। ଶୀତ ଋତୁରେ ଅତ୍ୟଧିକ ହିମ ପ୍ରବାହରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଓ ନିରାପଦ ବାସସ୍ଥାନ ଅନ୍ବେଷଣରେ ରଙ୍ଗବେରଙ୍ଗର ପ୍ରଜାତିର ପକ୍ଷୀ ସବୁ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି। ବର୍ଷାଦିନେ ଜନ୍ମ ନେଇଥିବା ଗୁଳ୍ମଜାତୀୟ ଉଦ୍ଭିଦ ଓ ଛୋଟ ଛୋଟ ମାଛ, କଙ୍କଡ଼ା, ଜଳଚର କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ପ୍ରଧାନ ଆହାର ପାଲଟିଥାଏ। ଅଭୟାରଣ୍ୟ ନଳବଣକୁ ପକ୍ଷୀମାନେ ନିରାପଦ ବାସସ୍ଥାନ ଭାବେ ଗ୍ରହଣ କରିଥାନ୍ତି। ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଚିଲିକା ଅଞ୍ଚଳରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥାଏ। ପୁନର୍ବାର ଫେବୃୟାରୀରେ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀ ଭିଟାମାଟିକୁ ଫେରିବା ଆରମ୍ଭ କରିଥାନ୍ତି। ଚଳିତ ବର୍ଷ ଚିଲିକାରେ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ସେଥିରୁ ଅଭୟାରଣ୍ୟ ନଳବଣରେ ୩ଲକ୍ଷ ୫୮ହଜାର ୮୮୯ଟି ପକ୍ଷୀଙ୍କ ସମାଗମ ହୋଇଥିଲା ବୋଲି ଗତ ଜାନୁୟାରୀ ୪ତାରିଖରେ ବିଭାଗୀୟ ଗଣନାରୁ ଜଣାପଡିଥିଲା। ପୂର୍ବରୁ ଚିଲିକାରେ ଚିହ୍ନଟ ୨୨୦ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ପ୍ରଜାତି ସଂଖ୍ୟା ହ୍ରାସ ପାଇ ୧୮୩ରେ ପହଞ୍ଚତ୍ଥିଲା। ତେବେ ବର୍ତ୍ତମାନ ସମଗ୍ର ଚିଲିକାରେ ମୋଟ ୧୦୬ ପ୍ରଜାତିର ୩ଲକ୍ଷ ୮୮ହଜାର ୧୨୦ଟି ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ଶୁକ୍ରବାର ବିଭାଗୀୟ ଆକଳନରୁ ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୟୁରାସିଆନ୍‌ ୟୁଜିଅନ୍‌, ପିଣ୍ଟେଲ୍‌, ଗଡ଼ୱିଟ୍‌, ସୋଭଲର, ଗଡ଼ଓ୍ବାଲ୍‌ ଓ ଫ୍ଲେମିଙ୍ଗୋ ଆଦି ପ୍ରଜାତି ସର୍ବାଧିକ ଅଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚିଲିକାରୁ ପ୍ରାୟତଃ ଦେଶୀୟ ପକ୍ଷୀଙ୍କୁ ବାଦ୍‌ ଦେଲେ ବିଦେଶାଗତ ପକ୍ଷୀ ସମୂହ ଫେରିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?