୨୨ ବର୍ଷ ତଳର କଷ୍ଟ ପ୍ରତ୍ୟେକ ଦିନ ଭୋଗିଛି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପୋଲିସ ଦିର୍ଘ ୨୨ ବର୍ଷ ପରେ ସୋମବାର ଧରିବାରେ ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଜନା ଏକ ଖବରତାଦା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପରି କି ଘଟଣା ପରଠାରୁ ୨୨ ବର୍ଷର କଷ୍ଟ ବଖାଣିଛନ୍ତି ଅଞ୍ଜନା। ପ୍ରତ୍ୟେକ ଦିନ ମରି ମରି ବଞ୍ଚିଛି। ପାଟି ବନ୍ଦ କରିବାକୁ ଧମକ ପାଇଛି। ରହୁଥିବା ଘରେ ବାରମ୍ବାର ପଥର ମାଡ଼ ହେବାରୁ ଘର ଛାଡିବାକୁ ପଡିଛି। ପଥର ମାଡ଼ ଘଟଣାରେ ସୁଶ୍ରୀ କାନୁନଗୋ ମହାନ୍ତି ନାମକ ଜଣେ ମହିଳାଙ୍କ ନାଁ ନେଇଛନ୍ତି। ସୁଶ୍ରୀ ଜଣେ କଂଗ୍ରେସ କର୍ମୀ। ତାଙ୍କ ସ୍ବାମୀ ସାମରିକ ବିଭାଗର କର୍ମଚାରୀ। ସୁଶ୍ରୀଙ୍କ ପ୍ରରୋଚନାରେ ତାଙ୍କ ସ୍ବାମୀ ଯବାନ ଲଗାଇ ଘର ଉପରକୁ ପଥର ମାଡ଼ କରୁଥିବା ଅଞ୍ଜନା ଅଭିଯୋଗ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଧରାପଡିବା ପରେ ସେ କେତେ ଆଶ୍ୱସ୍ତ ଖବରତାଦାଙ୍କ ପ୍ରଶ୍ନର ଉତ୍ତରରେ ଅଞ୍ଜନା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଅମଳରେ ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡ଼ିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି। ସୂଚନା ଯୋଗ୍ୟ, ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପୋଲିସ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନଙ୍କୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୋଲିସ। ଏନେଇ ପୋଲିସ କମିଶନର ଏବଂ କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍‌ ଗଠନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?