ରାଜ୍ୟରେ ପ୍ରଥମ: ରୋଗୀଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୦ା୪: କଟକସ୍ଥିତ ଏସ୍‌ସିବି ମେଡିକାଲର ସିଟିଭିଏସ୍‌ ବିଭାଗରେ ଏକ୍‌ମୋ ମେଶିନ ସହାୟତାରେ ଜଟିଳ ଅସ୍ତ୍ରୋପଚାର ଶନିବାର କରାଯାଇଛି। ଜଣେ ୨୧ ବର୍ଷୀୟ ଯୁବକଙ୍କ ଶ୍ୱାସନଳୀକୁ ବନ୍ଦ କରି ରଖିଥିବା ଏକ ଟ୍ୟୁମରକୁ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ରୋଗୀ ଜଣକ ହେଲେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡସିଂହାର ଅଞ୍ଚଳର ରିଙ୍କୁ ଲୋହରା। ଏହାଦ୍ୱାରା ଯୁବକଙ୍କ ଜୀବନ ବଞ୍ଚତ୍ୟାଇଛି। ରାଜ୍ୟରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ଏକ୍‌ମୋ ମେଶିନ୍‌ ଦ୍ୱାରା କରାଯାଇଥିବା ସିଟିଭିଏସ୍‌ ବିଭାଗର ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କହିଛନ୍ତି।
ସୂଚନା ଅନୁସାରେ, ଶ୍ୱାସକ୍ରିୟାରେ ଅସୁବିଧା ହେଉଥିବାରୁ ଗତମାସ ୨୯ ତାରିଖରେ ରିଙ୍କୁ ଏସ୍‌ସିବି ମେଡିକାଲର ପଲ୍‌ମୋନାରୀ ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯିବା ପରେ ଶ୍ୱାସନଳୀରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଏହା କେବଳ ଅସ୍ତ୍ରୋପଚାର ଦ୍ୱାରା ହିଁ ବାହାର କରାଯାଇପାରିବ ବୋଲି ଡାକ୍ତରମାନେ ନିଶ୍ଚିତ ହୋଇଥିଲେ। ଆବଶ୍ୟକ କାର୍ଯ୍ୟ ପରେ ରୋଗୀଙ୍କୁ ସିଟିଭିଏସ୍‌ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସିଟିଭିଏସ୍‌ ବିଭାଗର ମୁଖ୍ୟ ପ୍ରଫେସର ପଟ୍ଟନାୟକ କହିଛନ୍ତି, ଶ୍ୱାସନଳୀ ବନ୍ଦ ଥିବା ହେତୁ ରୋଗୀଙ୍କୁ ଆନାସ୍ଥେସିଆ ଦେବା ଅସମ୍ଭବ ଥିଲା। ସେଥିପାଇଁ ବିକଳ୍ପ ପଦ୍ଧତିରେ ୪ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ଅସ୍ତ୍ରୋପଚାର କରାଯିବାକୁ ସ୍ଥିର ହୋଇଥିଲା। ଶନିବାର ରୋଗୀଙ୍କୁ ପେନ୍‌ କିଲର ଦିଆଯାଇ ଛାତି କଟାଯାଇ ଏକ୍‌ମୋ ମେଶିନ୍‌ ଲଗାଯାଇଥିଲା। ଏହାଦ୍ୱାରା ରୋଗୀଙ୍କ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଥିଲା। ତାଙ୍କୁ ଏକ୍‌ମୋ ଚିକିତ୍ସାରେ ଗୋଟିଏ ଦିନ ରଖିବା ପରେ ରବିବାର ଏକ୍‌ମୋ ମେଶିନ୍‌ ଅପସାରଣ କରାଯାଇଥିଲା। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ସେ ଆରୋଗ୍ୟ ହେବା ନିମନ୍ତେ ଆହୁରି ୫ ଦିନ ଲାଗିବ। ସେ ଏବେ ବିପଦମୁକ୍ତ ଓ ସୁସ୍ଥ ଥିବା ଡା. ପଟ୍ଟନାୟକ କହିଛନ୍ତି। ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ ପ୍ରଫେସର ପଟ୍ଟନାୟକଙ୍କ ସମେତ ଆସିଷ୍ଟାଣ୍ଟ ପ୍ରଫେସର ଡା. ଚିତ୍ତରଞ୍ଜନ ଥାଟୋଇ, ଏକ୍‌ମୋ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବାଶିଷ ପାଢ଼ୀ ଓ ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁବ୍ରତ ନାୟକ ଅସ୍ତ୍ରୋପଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri