ତୁୁଲିଙ୍ଗା କୋଇଲା ଖଣି ବିସ୍ଥାପିତଙ୍କ ଆନ୍ଦୋଳନ ପୁଣି ତେଜିଲା

ସୁନ୍ଦରଗଡ,୭।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦ୍‌ଭାବନା ଭବନଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଛି। ଶୁଣାଣି ସମୟରେ ଏନ୍‌ଟିପିସି ତୁୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ମହିଳାମାନେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ। ଉକ୍ତ ଖଣି ଯୋଗୁ ବିସ୍ଥାପିତ
ପରିବାରଙ୍କୁ ଏଯାବତ୍‌ କ୍ଷତିପୂରଣ କିମ୍ବା ନିଯୁକ୍ତି ମିଳି ନ ଥିବାରୁ ସେମାନେ ଧାରଣା ଦେଇଛନ୍ତି। ପୂର୍ବରୁ ସେମାନ ଖଣି ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ୮ ମାସ ଧାରଣାରେ ବସିଥିବା ସତ୍ତ୍ୱେ ବଳପୂର୍ବକ ସେମାନଙ୍କୁ ଉଠାଇ ଦିଆଯାଇଥିଲା। ତେବେ ଆଗକୁ ଯଦି ଦାବି ପୂରଣ ନ ହୁଏ ସେମାନେ ଧାରଣାରେ ବସି ଆନ୍ଦୋଳନକୁ ଜୋରଦାର କରିବେ ବୋଲି ବିସ୍ଥାପିତ ମହିଳା ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାରଠାରୁ ଧାରଣା ଦିଆଯାଇଥିବା ବେଳେ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ ଆଲୋଚନା ପାଇଁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନମୁକ୍ତ ସହର ଅଭିଯାନ ବାଟବଣା

ରାଉରକେଲା,୨।୩(ବିପ୍ଲବ ରନ ଦାଶ): ୨୦୦୮ରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସରକାର ଆଇନଗତ କଟକଣା ସହ ବ୍ୟାପକ ସଚେତନତା ଅଭିଯାନ କରୁଛନ୍ତି। ୨୦୨୨ରେ...

କଲରାପତରିଆ ବାଘ ଗଣିବେ ନବୀନ ସରକାର

ଭୁବନେଶ୍ୱର, ୨।୩(ଅସମାପିକା ସାହୁ): ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ଆସନ୍ତା ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା...

୩ ମେଗା ପ୍ରକଳ୍ପ ଦିଗହରା: ଅବଧି ସରିଲାଣି, ସରୁନି କାମ

ରାୟଗଡ଼ା,୨।୩(ଭାଗ୍ୟଶ୍ରୀ ମିଶ୍ର): ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଳ ଜୀବନ...

ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି...

ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହାଣିଦେଲେ

ମାଲକାନଗିରି,୨।୩(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ପୁର୍ବରୁ ଭାଜପା ନେତାଙ୍କୁ ହାଣି ହତ୍ୟା । ଏଭଳି ଅଭାବନିୀୟ ଘଟଣା ଘଟିଛି ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ। ବିଜାପୁର...

ଗଛ କଟାକୁ କେନ୍ଦ୍ରକରି ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ୍‌

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ ବାରଣ କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ କେତେକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ...

ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ 

ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍‌ବୀ ଦଳ ଚାମ୍ପିୟନ

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍‌ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri