ମା’ ବାପାଙ୍କ ଆଗରେ ଛୁଆ ଉପରେ ଚଢ଼ିଗଲା ଟ୍ରକ୍‌

ରାଇଘର, ୩୧।୧୨(କିରଣ ପଟ୍ଟନାୟକ)ବାହାଘରର ୧୭ ବର୍ଷ ପରେ କୋଳକୁ ଆସିଥିଲା ପୁଅ। କିନ୍ତୁ ଅସାବଧାନତାରୁ କୁନିପୁଅ ଉପରେ ଚଢ଼ିଗଲା ଟ୍ରକ୍‌। ମା’ ବାପାଙ୍କ ଆଗରେ ଚାଲିଗଲା ତା ଜୀବନ। ପିଲାଟିର ମୃତଦେହ ଧରି ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଥିଲେ ମା’ ବାପା। ଗ୍ରାମବାସୀ ମୃତଦେହ ରଖି କୁନ୍ଦେଇ -ରାଇଘର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଏହି ଦୁର୍ଘଟଣା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡି ଗ୍ରାମରେ ଶନିବାର ଘଟିଛି। ମୃତକ ହେଲେ ଛତିଶଗଡ଼ କୋଣ୍ଡାଗଁା ଜିଲା ବିଶ୍ରାମପୁରୀ ଥାନା ଅଧୀନ ମଛଲୀ ପଞ୍ଚାୟତ ଉରିଦ ଗ୍ରାମର ରାଜକୁମାର କୋରାମଙ୍କ ପୁଅ ଗୌରବ(୪)।
ଦଶାହରେ ଯୋଗଦେବାକୁ ରାଜକୁମାର ସ୍ତ୍ରୀ ଓ ପୁଅ ଗୌରବଙ୍କୁ ଧରି ଶୁକ୍ରବାର ସାରେ ଶ୍ୱଶୁରଘର ଦେଓଭରଣ୍ଡି ଗ୍ରାମକୁ ଆସିଥିଲେ। ପ୍ରବଳ ଥଣ୍ଡା ହେଉଥିବାରୁ ଶନିବାର ସକାଳ ୭ଟାରେ ରାଜକୁମାର ଓ ତାଙ୍କ ମା’ ଗୌରବଙ୍କୁ ଧରି ଖରାରେ ରାସ୍ତାରେ ଛିଡ଼ା ହୋଇଥିଲେ। ହଠାତ୍‌ ଗୌରବ ବାପାଙ୍କ ହାତ ଛାଡ଼ି ବିପରୀତ ଦିଗକୁ ଯିବାକୁ ଦୌଡ଼ିଥିଲେ। ସାମ୍ନା ପଟୁ ଏକ ମାଲ୍‌ ବୋଝେଇ ଟ୍ରକ୍‌ (ଏପି-୩୯ଡବ୍ଲ୍ୟୁ-୫୯୮୦) ଗୌରବଙ୍କୁ ଧକ୍କାଦେଇ ଘୋଷାଡ଼ି ନେଇଥିଲା। ତାଙ୍କ ମୁଣ୍ଡରେ ଟ୍ରକ୍‌ ଚକା ଚଢି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ରାଇଘର ତହସିଲଦାର ଜନ୍ମେଜୟ ବେହେରା ଓ ଗାଡ଼ି ମାଲିକ ଘଟଣାସ୍ଥଳକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କ୍ଷତି ପୂରଣ ବାବଦକୁ ୧ଲକ୍ଷ ଟଙ୍କା ସହ ଇନ୍‌ସ୍ୟୁରାନ୍ସ ବାବଦରେ ମିଳିବାକୁ ଥିବା ଟଙ୍କା ପରିବାର ଲୋକେ ପାଇବେ ବୋଲି ଗାଡି ମାଲିକ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ରେଡ୍‌କ୍ରସ୍‌ ପକ୍ଷରୁ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଦେବା ପରେ ରାସ୍ତାରୋକୋ ହଟିଥିଲା। ଏହି ସମୟରେ ରାଇଘର ଥାନାଧିକାରୀ ରଘୁନାଥ ମାଝି, ରାଜସ୍ବ ଅଧିକାରୀ ମୃତ୍ୟୁଞ୍ଜୟ ରାଉଳ, ରମେଶ ହାଲବା, ସୁପରଭାଇଜର ବିନୋଦ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡ୍ରାଇଭର ଟ୍ରକ୍‌ ସହ ରାଇଘର ଥାନାରେ ଅଟକ ରହିଛନ୍ତି। ରାଇଘର ପୋଲିସ ନଂ. ୨୩୧/୨୩ରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଗନ୍ଧମାର୍ଦ୍ଦନ ଜଙ୍ଗଲରେ ନିଆଁ

ପାଇକମାଳ,୨୫ା୩(ବଡ଼ ଶତପଥୀ): ବରଗଡ଼ ଜିଲାର ନୃସିଂହନାଥ ଓ ବଲାଙ୍ଗୀର ଜିଲାର ହରିଶଙ୍କର ଅଞ୍ଚଳକୁ ଘେରି ରହିଥିବା ଭାରତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଗତ ରବିବାରରୁ ନିଅଁା ଲାଗିଛି।…

ବଡ଼ ଖବର: ରାଜ୍ୟରେ ବଢିବ ବିଜୁଳି ଦର? ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଘରୋଇ ତଥା…

ଯୁଦ୍ଧ ପ୍ରଭାବ: ବଢ଼ିପାରେ ମଦ, ବିୟର ମୂଲ୍ୟ

ନୂଆଦିଲ୍ଲୀ,୨୫ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି।…

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri