ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ

ଅନୁଗୋଳ,୧୨ା୨(ଅମିତ କୁମାର ସାମଲ): ଟ୍ରକ୍‌ ଦୁର୍ଘଟଣାରେ ସୋମବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁଯାୟୀ, ସୁନୀତା ସାହୁ ନାମକ ଜଣେ ମହିଳା ଏକ ସ୍କୁଟିରେ ବଅଁରପାଳରୁ ତାଳଚେର ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁନୀତାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ଦୁରାବସ୍ଥା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଖବର ପାଇ ବଅଁରପାଳ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ ଅଟକି ରହିଛି। ସ୍ଥାନୀୟ ତହସିଲଦାର ଓ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝଶୁଝା କରି ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ପାଇଁ ଜିଲାପାଳ,ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମାର୍ଚ୍ଚ ପାଇଁ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ସୋମବାର ଜିଲାପାଳଙ୍କ...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୨ା୩ (ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଓ୍ବାର୍ଡ ନଂ୫ ରୁ ଶନିବାର ଅପରାହ୍ନରେ ବିଜେଡି ଦଳ ପକ୍ଷରୁ ଘରେ ଘରେ...

କଟକ ରୁପା ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍‌

କଟକ,୨ା୩(କାର୍ତ୍ତିକ ସାହୁ): ବହୁଦିନର ଦାବି ଆଜି ପୂରଣ ହୋଇଛି। ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌...

ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ସର୍କିଟ...

ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମମିତା ଦାସ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରି ଏରେଣ୍ଡେଇ ଗ୍ରାମର ଶିବ...

ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ...

କେନ୍ଦୁଝରରେ ମେଡିକାଲ କଲେଜ, ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାରଠାରୁ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ...

ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ

ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri