୧୮ରୁ କ୍ଷେତ୍ର ବୁଲିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୩(ବ୍ୟୁରୋ): ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ଆନ୍ତଃ ରାଜ୍ୟ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ଚାଲିଛି। ଆସନ୍ତା ଏପ୍ରିଲ ୧୮ରୁ ମହାନଦୀ ଟ୍ରିବ୍ୟୁନାଲର ଟିମ୍‌ ନଦୀର ଉପରମୁଣ୍ଡ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ। ଟିମ୍‌ ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜ୍‌ରେ ଛତିଶଗଡ଼ ଗସ୍ତ କରିବେ ଏବଂ ପରେ ଓଡ଼ିଶା ଆସିବେ। ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ ମଧ୍ୟ ଜଳ ବିବାଦର ସମାଧାନ ହୋଇ ନ ଥିବାରୁ ଏହି ଗସ୍ତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏପ୍ରିଲ ୧୮ରୁ ୨୧ ମଧ୍ୟରେ ଛତିଶଗଡ଼ ମହାନଦୀ ଅବବାହିକାର ଫରସିୟା ଗ୍ରାମ ଏବଂ ଉପରମୁଣ୍ଡ ପରିଦର୍ଶନ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ କଲମା ବ୍ୟାରେଜରୁ ଆରମ୍ଭ ହୋଇ ଛତିଶଗଡ଼ର ତଳମୁଣ୍ଡ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ପରିଦର୍ଶନ କରିବେ। ଏହା ମେ’ ୩ ପର୍ଯ୍ୟନ୍ତ ଚାଲିବ। ଛତିଶଗଡ଼ ଗସ୍ତ ଶେଷ ହେବା ପରେ ଟ୍ରିବ୍ୟୁନାଲ ଟିମ୍‌ ଓଡ଼ିଶା ଅଞ୍ଚଳ ହୀରାକୁଦ ପର୍ଯ୍ୟନ୍ତ ଗସ୍ତ କରିବେ। ମେ’ ମାସ ମଧ୍ୟରେ ଓଡ଼ିଶା ଗସ୍ତ ଶେଷ କରିବାକୁ ଯୋଜନା ରହିଛି। କ୍ଷେତ୍ର ପରିଦର୍ଶନ ସମୟରେ ଟ୍ରିବ୍ୟୁନାଲ ମହାନଦୀରେ ଓଡ଼ିଶା ଏବଂ ଛତିଶଗଡ଼ର ଜଳସେଚନ ଓ ଶକ୍ତି ପ୍ରକଳ୍ପଗୁଡ଼ିକର ରେକର୍ଡ କରିବେ। ସେହିପରି ଟ୍ରିବ୍ୟୁନାଲ ଦୁଇ ସପ୍ତାହ ମଧ୍ୟରେ ଛତିଶଗଡ଼ରେ ଥିବା ମହାନଦୀ ବେସିନର ବାକି ଅଞ୍ଚଳଗୁଡ଼ିକର ଲାଇଟ୍‌ ଡିଟେକ୍ଟସନ ଓ ରେଜିଂ (ଏଲ୍‌ଆଇଡିଏଆର୍‌) ତଥ୍ୟ ପ୍ରଦାନ କରିବାକୁ ନ୍ୟାଶନାଲ ରିମୋଟସେନ୍‌ସିଂ ସେଣ୍ଟର(ଏନ୍‌ଆରଏସ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଏନ୍‌ଆର୍‌ଏସ୍‌ସିର ଏଲ୍‌ଆଇଡିଏଆର୍‌ ତଥ୍ୟ ଦେବାକୁ ଛତିଶଗଡ଼କୁ କୁହାଯାଇଛି। ଏହାଦ୍ୱାରା ଛତିଶଗଡ଼ ଅଞ୍ଚଳରେ ଥିବା ମହାନଦୀର ସମସ୍ତ କ୍ଷେତ୍ରକୁ ବିଚାର ବେଳେ ନିଆଯାଇପାରିବ। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଛତିଶଗଡ଼ର କ୍ଷେତ୍ର ଉପରେ ଏପ୍ରିଲ ୧୮ ତାରିଖରେ ହେବ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ପ୍ରଥମ ୩ ବର୍ଷ ଅବଧିରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତିିରେ ପହଞ୍ଚିପାରି ନ ଥିଲେ। ତେଣୁ ୨୦୨୧ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା, ଯାହାକି ୨୦୨୩ ମାର୍ଚ୍ଚ ୧୧ରେ ଶେଷ ହୋଇଥିଲା। ଜଳ ଶକ୍ତି ମନ୍ତ୍ରଣାଳୟ ଟ୍ରିବ୍ୟୁନାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ଯାଏ ବୃଦ୍ଧି କରିଛି। ଏହି ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। କରୋନା ସମୟରେ ଶୁଣାଣି ପ୍ରଭାବିତ ହୋଇଥିବାରୁ ଅବଧି ୩ ବର୍ଷ ବଢ଼ାଇବାକୁ ଉଭୟ ରାଜ୍ୟ ଚିଠି ଲେଖିଥିଲେ। ତେବେ ଟ୍ରିବ୍ୟୁନାଲଙ୍କ ଅବଧିକୁ କେନ୍ଦ୍ର ସରକାର ୧ ବର୍ଷ ୯ ମାସ ବଢ଼ାଇଛନ୍ତି।
ଅନ୍ୟପକ୍ଷେ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମହାନଦୀ ଉପରେ ଆଲୋଚନା ପାଇଁ ବିଧାନସଭାର ଚଳିତ ଅଧିବେଶନରେ ମୋଶନ ଦେଇଥିଲି। ବାଚସ୍ପତି କହିଛନ୍ତି, ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବା ପରେ ଏହା ଉପରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯାଉଛନ୍ତି ଯାଆନ୍ତୁ, ମାତ୍ର ୬ ତାରିଖ ପୂର୍ବରୁ ଗୃହରେ ରହି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ। ୨୦୦୦ ମସିହାରୁ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଲାଣି। ୨୦୧୦ରେ ରାଜ୍ୟ ସରକାର କହିଲେ, ଅଣମୌସୁମୀ ସମୟରେ ମହାନଦୀରେ ବହୁ ପାଣି ଆସୁଛି। ଏବେ ଶୁଖିଗଲା ପରେ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୨ କମିଟି ଗଠନ ହୋଇଛି। ହେଲେ ଉକ୍ତ କମିଟି ବୈଠକ ଥରେ ମଧ୍ୟ ବସିନାହିଁ। ସରକାର ବିରୋଧୀ ଦଳକୁ ବିଶ୍ୱାସକୁ ନେଉନାହାନ୍ତି। ସମସ୍ୟାର ସମାଧାନ ହେବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।
ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ହୀରାକୁଦ ଇତିହାସରେ ପ୍ରଥମ ଥର ଏଭଳି ସଙ୍କଟ ଦେଖାଦେଇଛି। ଗତ ବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୧.୫୧ ଫୁଟ ଥିବାବେଳେ ଚଳିତ ବର୍ଷ ଏହା ୬୧୬.୬୯ ଫୁଟ ରହିଛି। ଏହାଦ୍ୱାରା ୧୪ରୁ ୧୫ ଜିଲା କ୍ଷତିଗ୍ରସ୍ତ ହେବ। ହୀରାକୁଦରେ ଜଳ ସ୍ତର ୪ ଦିନରେ ଗୋଟିଏ

ଫୁଟ୍‌ କମିଯାଇଛି। ଯଦି ଏହି ହାରରେ ପାଣି କମେ ତେବେ ମେ’ ମାସରେ ଉତ୍କଟ ଜଳ ସମସ୍ୟା ଦେଖାଯିବ। ପାଣି କିମ୍ବା ବିଜୁଳି ମିଳିବ ନାହିଁ। ଭୁବନେଶ୍ୱର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମହାନଦୀ ଜଳ ପ୍ରସଙ୍ଗ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ଚଳିତ ବିଧାନସଭା ଅଧିବେଶନରେ ଉଠାଇଥିଲେ। ମହାନଦୀର ଜଳସ୍ରୋତ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଗୃହରେ ଏକ ବିବୃତି ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ଗୃହରେ ଏକ ମୋଶନ ଜରିଆରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ଉଭୟ ଭାଜପା ଓ କଂଗ୍ରେସ ମହାନଦୀ ପ୍ରସଙ୍ଗରେ ମୋଶନ ଆଣି ଆଲୋଚନା କରିବାକୁ ଦାବି କରିଛନ୍ତି। ଆସନ୍ତା ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ପାରିତ ହେବ। ଏହା ପରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri