୧୮ରୁ କ୍ଷେତ୍ର ବୁଲିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୩(ବ୍ୟୁରୋ): ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ଆନ୍ତଃ ରାଜ୍ୟ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ଚାଲିଛି। ଆସନ୍ତା ଏପ୍ରିଲ ୧୮ରୁ ମହାନଦୀ ଟ୍ରିବ୍ୟୁନାଲର ଟିମ୍‌ ନଦୀର ଉପରମୁଣ୍ଡ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ। ଟିମ୍‌ ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜ୍‌ରେ ଛତିଶଗଡ଼ ଗସ୍ତ କରିବେ ଏବଂ ପରେ ଓଡ଼ିଶା ଆସିବେ। ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ ମଧ୍ୟ ଜଳ ବିବାଦର ସମାଧାନ ହୋଇ ନ ଥିବାରୁ ଏହି ଗସ୍ତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏପ୍ରିଲ ୧୮ରୁ ୨୧ ମଧ୍ୟରେ ଛତିଶଗଡ଼ ମହାନଦୀ ଅବବାହିକାର ଫରସିୟା ଗ୍ରାମ ଏବଂ ଉପରମୁଣ୍ଡ ପରିଦର୍ଶନ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ କଲମା ବ୍ୟାରେଜରୁ ଆରମ୍ଭ ହୋଇ ଛତିଶଗଡ଼ର ତଳମୁଣ୍ଡ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ପରିଦର୍ଶନ କରିବେ। ଏହା ମେ’ ୩ ପର୍ଯ୍ୟନ୍ତ ଚାଲିବ। ଛତିଶଗଡ଼ ଗସ୍ତ ଶେଷ ହେବା ପରେ ଟ୍ରିବ୍ୟୁନାଲ ଟିମ୍‌ ଓଡ଼ିଶା ଅଞ୍ଚଳ ହୀରାକୁଦ ପର୍ଯ୍ୟନ୍ତ ଗସ୍ତ କରିବେ। ମେ’ ମାସ ମଧ୍ୟରେ ଓଡ଼ିଶା ଗସ୍ତ ଶେଷ କରିବାକୁ ଯୋଜନା ରହିଛି। କ୍ଷେତ୍ର ପରିଦର୍ଶନ ସମୟରେ ଟ୍ରିବ୍ୟୁନାଲ ମହାନଦୀରେ ଓଡ଼ିଶା ଏବଂ ଛତିଶଗଡ଼ର ଜଳସେଚନ ଓ ଶକ୍ତି ପ୍ରକଳ୍ପଗୁଡ଼ିକର ରେକର୍ଡ କରିବେ। ସେହିପରି ଟ୍ରିବ୍ୟୁନାଲ ଦୁଇ ସପ୍ତାହ ମଧ୍ୟରେ ଛତିଶଗଡ଼ରେ ଥିବା ମହାନଦୀ ବେସିନର ବାକି ଅଞ୍ଚଳଗୁଡ଼ିକର ଲାଇଟ୍‌ ଡିଟେକ୍ଟସନ ଓ ରେଜିଂ (ଏଲ୍‌ଆଇଡିଏଆର୍‌) ତଥ୍ୟ ପ୍ରଦାନ କରିବାକୁ ନ୍ୟାଶନାଲ ରିମୋଟସେନ୍‌ସିଂ ସେଣ୍ଟର(ଏନ୍‌ଆରଏସ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଏନ୍‌ଆର୍‌ଏସ୍‌ସିର ଏଲ୍‌ଆଇଡିଏଆର୍‌ ତଥ୍ୟ ଦେବାକୁ ଛତିଶଗଡ଼କୁ କୁହାଯାଇଛି। ଏହାଦ୍ୱାରା ଛତିଶଗଡ଼ ଅଞ୍ଚଳରେ ଥିବା ମହାନଦୀର ସମସ୍ତ କ୍ଷେତ୍ରକୁ ବିଚାର ବେଳେ ନିଆଯାଇପାରିବ। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଛତିଶଗଡ଼ର କ୍ଷେତ୍ର ଉପରେ ଏପ୍ରିଲ ୧୮ ତାରିଖରେ ହେବ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ପ୍ରଥମ ୩ ବର୍ଷ ଅବଧିରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତିିରେ ପହଞ୍ଚିପାରି ନ ଥିଲେ। ତେଣୁ ୨୦୨୧ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା, ଯାହାକି ୨୦୨୩ ମାର୍ଚ୍ଚ ୧୧ରେ ଶେଷ ହୋଇଥିଲା। ଜଳ ଶକ୍ତି ମନ୍ତ୍ରଣାଳୟ ଟ୍ରିବ୍ୟୁନାଲଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ଯାଏ ବୃଦ୍ଧି କରିଛି। ଏହି ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। କରୋନା ସମୟରେ ଶୁଣାଣି ପ୍ରଭାବିତ ହୋଇଥିବାରୁ ଅବଧି ୩ ବର୍ଷ ବଢ଼ାଇବାକୁ ଉଭୟ ରାଜ୍ୟ ଚିଠି ଲେଖିଥିଲେ। ତେବେ ଟ୍ରିବ୍ୟୁନାଲଙ୍କ ଅବଧିକୁ କେନ୍ଦ୍ର ସରକାର ୧ ବର୍ଷ ୯ ମାସ ବଢ଼ାଇଛନ୍ତି।
ଅନ୍ୟପକ୍ଷେ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମହାନଦୀ ଉପରେ ଆଲୋଚନା ପାଇଁ ବିଧାନସଭାର ଚଳିତ ଅଧିବେଶନରେ ମୋଶନ ଦେଇଥିଲି। ବାଚସ୍ପତି କହିଛନ୍ତି, ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବା ପରେ ଏହା ଉପରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯାଉଛନ୍ତି ଯାଆନ୍ତୁ, ମାତ୍ର ୬ ତାରିଖ ପୂର୍ବରୁ ଗୃହରେ ରହି ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ। ୨୦୦୦ ମସିହାରୁ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଲାଣି। ୨୦୧୦ରେ ରାଜ୍ୟ ସରକାର କହିଲେ, ଅଣମୌସୁମୀ ସମୟରେ ମହାନଦୀରେ ବହୁ ପାଣି ଆସୁଛି। ଏବେ ଶୁଖିଗଲା ପରେ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୨ କମିଟି ଗଠନ ହୋଇଛି। ହେଲେ ଉକ୍ତ କମିଟି ବୈଠକ ଥରେ ମଧ୍ୟ ବସିନାହିଁ। ସରକାର ବିରୋଧୀ ଦଳକୁ ବିଶ୍ୱାସକୁ ନେଉନାହାନ୍ତି। ସମସ୍ୟାର ସମାଧାନ ହେବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।
ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ହୀରାକୁଦ ଇତିହାସରେ ପ୍ରଥମ ଥର ଏଭଳି ସଙ୍କଟ ଦେଖାଦେଇଛି। ଗତ ବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୧.୫୧ ଫୁଟ ଥିବାବେଳେ ଚଳିତ ବର୍ଷ ଏହା ୬୧୬.୬୯ ଫୁଟ ରହିଛି। ଏହାଦ୍ୱାରା ୧୪ରୁ ୧୫ ଜିଲା କ୍ଷତିଗ୍ରସ୍ତ ହେବ। ହୀରାକୁଦରେ ଜଳ ସ୍ତର ୪ ଦିନରେ ଗୋଟିଏ

ଫୁଟ୍‌ କମିଯାଇଛି। ଯଦି ଏହି ହାରରେ ପାଣି କମେ ତେବେ ମେ’ ମାସରେ ଉତ୍କଟ ଜଳ ସମସ୍ୟା ଦେଖାଯିବ। ପାଣି କିମ୍ବା ବିଜୁଳି ମିଳିବ ନାହିଁ। ଭୁବନେଶ୍ୱର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ମହାନଦୀ ଜଳ ପ୍ରସଙ୍ଗ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ଚଳିତ ବିଧାନସଭା ଅଧିବେଶନରେ ଉଠାଇଥିଲେ। ମହାନଦୀର ଜଳସ୍ରୋତ ନେଇ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଗୃହରେ ଏକ ବିବୃତି ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ନେଇ ଗୃହରେ ଏକ ମୋଶନ ଜରିଆରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ଉଭୟ ଭାଜପା ଓ କଂଗ୍ରେସ ମହାନଦୀ ପ୍ରସଙ୍ଗରେ ମୋଶନ ଆଣି ଆଲୋଚନା କରିବାକୁ ଦାବି କରିଛନ୍ତି। ଆସନ୍ତା ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ପାରିତ ହେବ। ଏହା ପରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri