ଚାଲିଛି ଗଛ କଟା, ପ୍ରଶାସନ ନୀରବଦ୍ରଷ୍ଟା

ବରୀ,୨୩ା୭(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଧଡ଼କଭାବେ ଗଛକଟା ଚାଲିଛି। ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁବାର ବରୀ କଳାମାଟିଆ ପୂର୍ତ୍ତବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବରୀ-ବାଲିବିଲି ଗ୍ରାମ୍ୟ ଉନ୍ନୟନ ରାସ୍ତା କଡ଼ରୁ ୟୁକାଲପଟାସ ଗଛ କଟାଯାଇ ଚାଲାଣ କରାଯାଇଛି। ତେବେ ଏନେଇ ସ୍ଥାନୀୟ ଲୋକେ ବରୀ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଜଣାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚତ୍ ଏହା ବନ ବିଭାଗର ଦାୟିତ୍ୱ। ତାଙ୍କୁ ଏ ବିଷୟରେ ପତ୍ର ମାଧ୍ୟମରେ ଅବଗତ କରାଇବି ବୋଲି କହି ଫେରି ଆସିଥିଲେ। ତହସିଲଦାରଙ୍କ ମନ୍ତବ୍ୟକୁ ନାପସନ୍ଦ କରାଯାଇଛି। ଏସମ୍ପର୍କରେ ଯାଜପୁର ରୋଡ୍‌ ବନବିଭାଗ ରେଞ୍ଜର ଜ୍ୟୋତି ମହାପାତ୍ର କହିଛନ୍ତି, ଗଛଗୁଡ଼ିକ ଯେଉଁ ବିଭାଗ ରାସ୍ତା କଡ଼ରେ ରହିଛି ସେମାନେ ଅଭିଯୋଗ କଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଅଭିଯୋଗ ନ ଆସିଲେ ପଦକ୍ଷେପ ନେଇ ପାରିବୁ ନାହୁଁ। ପ୍ରକାଶଯୋଗ୍ୟ, ବିଗତ ଦିନରେ ବରୀ-ବରୁହଁ। ପୂର୍ତ୍ତ ବିଭାଗ ରାସ୍ତା କଡ଼ରୁ ବେଆଇନ ଗଛ କଟା ଯିବା ଘଟଣାକୁ ନେଇ ବରୀ ଭାଜପା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ତହସିଲଦାର ଯାଜପୁର ଉପଜିଲାପାଳ ଓ ବନ ବିଭାଗକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଗଛକାଟି ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲର ୩ଶହ କର୍ମଚାରୀ ନେଲେ ତାଲିମ: ପଢ଼ିଲେ ଅଗ୍ନି ନିରାପତ୍ତା ପାଠ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କୁ ଶନିବାର ଅଗ୍ନି ନିରାପତ୍ତା ପାଠ ପଢ଼ାଯାଇଛି। କୌଣସି ସ୍ଥାନରେ ଅଗ୍ନି ସଂଯୋଗ ହେଲେ...

ମାଓବାଦୀଙ୍କ ବର୍ବର କାଣ୍ଡ: ଘରୁ ଛୁଟି କାଟି ଫେରୁଥିବା ଏଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି,୩୧।୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀ ପୋଲିସ ଏଏସ୍‌ଆଇ ନଗେୟା କର୍ସାଙ୍କୁ ହତ୍ୟା କରିଛନ୍ତି।...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଖଲ୍ଲିକୋଟ,୨୧ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ପୋଖରୀରେ ବୁଡ଼ି ବୁଧବାର ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ...

ବଳାତ୍କାରୀଙ୍କୁ ୭ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୪-ଏକ ବଳାତ୍କାର ମାମଲାର ବିଚାର କରି ଶନିବାର ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଅଦାଲତରେ ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌...

ସ୍ପେଶାଲ ପ୍ଲାନିଂ ଅଫିସ ଟ୍ରେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୨୧ା୧୨-ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ସ୍ପେଶାଲ ପ୍ଳାନିଂ ଅଫିସର ଟ୍ରେସର(ନକ୍ସା ଅଙ୍କନକାରୀ)ଜୀବଦୀଶ ପାତ୍ରଙ୍କ ଘର ଓ ଅଫିସରେ ସୋମବାର ଚଢ଼ାଉ...

ପ୍ରସିଦ୍ଧ ଚୁଇ ମିକ୍ସଚର ଦେଇଛି ପରିଚୟ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.) କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ମ୍ୟୁନିସିପାଲିଟି ମାର୍କେଟରେ ରହିଛି ଚୁଇ ମିକ୍ସଚର ଦୋକାନ ।ଦୋକାନ କହିଲେ ଏକ ଠେଲା ଦୋକାନ...

ଆନନ୍ଦବଜାରରେ ଦୁଇ ସେବାୟତ ମୁହାଁମୁହିଁ

ପୁରୀ ଅଫିସ, ୧୦।୫: ଶ୍ରୀମନ୍ଦିରର ଆନନ୍ଦବଜାରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଜଣେ ଆହତ ହୋଇଛନ୍ତି। ଆହତ...

ସାଢେ ତିନିବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର,୧୯।୧୨(ସ୍ବ.ପ୍ର): ସାଢ଼େ ତିନିବର୍ଷର ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସ୍ଥାନୀୟ ଜିଲା ଦୌରାଜଜ୍‌ କୋର୍ଟ ଜଣେ ଅଭିଯୁକ୍ତ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।...

Advertisement
Archives

Model This Week