ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ

ବ୍ରହ୍ମପୁର ଅଫିସ,୨୮ା୭-ପରିବେଶ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବିନା କାରଣରେ ଗଛ କାଟିବାକୁ କଟକଣା ଜାରି କରାଯାଇଛି। ପରିବେଶବିତ୍‌ମାନେ ଗଛ ଲଗାଅ ଜୀବନ ବଞ୍ଚାଅ ନାରା ଦେଇ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କେତେଜଣ ପରିବେଶବିତଙ୍କ ଉଦ୍ୟମ ଯୋଗୁ ବ୍ରହ୍ମପୁର ସହର ହରିଡାଖଣ୍ଡି ଛକରେ ଥିବା ଏକ ବରଗଛ କଟା ବନ୍ଦ କରାଯାଇଛି। ଫଳରେ ଏକ ବିରାଟକାୟ ବରଗଛ ଜୀବନ ରକ୍ଷା ପାଇଛି। ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି। ଅନ୍ୟପଟେ ଉନ୍ନତୀକରଣ ନାମରେ ବିଭିନ୍ନ ସଂସ୍ଥା ପକ୍ଷରୁ ଶହ ଶହ ବୃକ୍ଷ ଛେଦନ କରାଯାଉଛି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ସହରରେ ନିତିଦିନିଆ ପାଲଟିଛି। ରାସ୍ତା ସମ୍ପ୍ରସାରଣ ନାମରେ ଶହଶହ ବୃକ୍ଷ ବଳି ପଡୁଛି, ଯାହାକି ପରିବେଶ ଉପରେ ପ୍ରଭାବ ପକାଉଛି। ବ୍ରହ୍ମପୁର ହରିଡାଖଣ୍ଡିଠାରୁ ଅନ୍ଧପସରା ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ରାସ୍ତା କଡରେ ଥିବା ଶହ ଶହ ବୃକ୍ଷ କଟା ଯାଉଛି। ସେଥିମଧ୍ୟରେ ବହୁତ ଶତାୟୁ ବରଗଛ ମଧ୍ୟ ବଳି ପଡିଛି। କିଛି ଦିନ ତଳେ ହରିଡାଖଣ୍ଡି ଷ୍ଟେଟ ବ୍ୟାଙ୍କ ପାର୍ଶ୍ୱରେ ଥିବା ଶତାୟୁ ବର ଗଛ ଉପରେ ଦୃଷ୍ଟି ପଡିଥିଲା। ବିଦ୍ୟୁତ୍‌ ବିଭାଗ ସେଠାରେ ଥିବା ବୃକ୍ଷ ହାଣି ଟ୍ରାନ୍ସଫର୍ମର ବସାଇବା ଯୋଜନା ଆରମ୍ଭ କରିଥିଲା। ଏହାକୁ ବ୍ରହ୍ମପୁର ସବୁଜ ବାହିନୀ, ପରିବେଶବିତ୍‌ ସମେତ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। କିଛି ଦିନ ନୀରବ ରହିବା ପରେ ରାତାରାତି ବେଆଇନ ଭାବେ ଗଛ ହାଣିବାରେ ଲାଗିଲେ। ଏହା ବିରୋଧରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ରେଞ୍ଜରକୁ ଦିଆଯାଇଥିଲା। ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଇନ ପରାମର୍ଶଦାତା ଓ ଭେଦିକ କ୍ଲବର ସଦସ୍ୟ ସତୀଶ ପାଣିଗ୍ରାହୀ ପ୍ରମୁଖ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ରାଜସ୍ବ ବିଭାଗ, ବନ ଉନ୍ନୟନ ନିଗମ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଅନୁଧ୍ୟାନ କରି ଟ୍ରାନ୍ସଫର୍ମର ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ବାର ଫୁଟ ଦୂରରେ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

ମହିଳାଙ୍କୁ ହତ୍ୟା ଘଟଣା :  ଅଭିଯୁକ୍ତ ଟୁନାଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୯ା୧୨-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୧ ଡ.ପ୍ରସନ୍ନ କୁମାର ପଣ୍ଡା ଜଣେ ମହିଳାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଥିବା ମାମଲାର...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର ଘଟଣା: ଜେଜେବିକୁ ଗଲେ ନାବାଳକ

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ(୨୩)ଙ୍କୁ ସୋମବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ମଙ୍ଗଳବାର ଜଣେ...

୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ...

ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ...

ଅପରାହ୍ନ ୧ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଖୋଲିବ ମାର୍କେଟ, ମଲ: ୫ ଜଣଙ୍କୁ ପ୍ରବେଶ ଅନୁମତି

ବ୍ରହ୍ମପୁର ଅଫିସ,୧୩ା୫-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାର୍କେଟ ତଥା ଦୋକାନ ଖୋଲିବା ନେଇ ରହିଥିବା...

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ସ୍କର୍ପିଓରେ ଆସି ୪ ଛେଳି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୬।୧୨(ଡି.ଏନ୍‌.ଏ.): ବର୍ତ୍ତମାନ ଇଂରାଜୀ ନବବର୍ଷ ପାଳନ ଲାଗି ଗ୍ରାମଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହାକୁ ନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି।...

Advertisement


Archives

Model This Week

Why Dharitri