କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ୍‌,୧୨।୩ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଭୋର୍‌ରୁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଭୋର୍‌ ୫ଟାରୁ ଝଡ଼ବର୍ଷା ହୋଇ ପ୍ରାୟ ୪୫ ମିନିଟ୍‌ ଧରି ଲାଗି ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ବରଗଡ଼ ସହର ଉପକଣ୍ଠ ଘୁଲିପାଲି ସମେତ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିପରି କିଛି ଜାଗାରେ ବିଦ୍ୟୁତ୍‌ ତାର ଓହଳି ପଡ଼ିବା ସହିତ ଛିଣ୍ଡି ଯାଇଥିଲା। ଫଳରେ ବିଦ୍ୟୁତ ସରବରାହ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ବର୍ଷା ଲାଗି ରହିବାରୁ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଥିବା ବେଳେ ମଇଳା, ଆବର୍ଜନାରେ ରାସ୍ତାଘାଟ ପୂରି ରହିଥିଲା।
ଏଥର ଅନୁକୁଳ ପାଗ ଯୋଗୁ ଆମ୍ବ ବଉଳ ଭଲ ହୋଇଥିଲା। କେତେକ ଗଛରେ ଆମ୍ବକଷି (ଫଳ) ମଧ୍ୟ ହୋଇଥିଲା। କାଳବୈଶାଖୀ ଯୋଗୁ ତାହା ଝଡିପଡିଛି। ମହୁଲ ଗଛ ଗୁଡ଼ିକରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି। ଏଭଳି ପାଗ ଲାଗି ରହିଲେ ମହୁଲ ସଂଗ୍ରହ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଫଳରେ ଆମ୍ବଚାଷୀ, ମହୁଲ ସଂଗ୍ରହକାରୀଙ୍କୁ ଏବେଠାରୁ ହତାଶ ହେବାକୁ ପଡ଼ିଛି। ଝଡ଼ବର୍ଷାରେ ପରିବା ଚାଷ ପ୍ରଭାବିତ ହୋଇଥିବା ଚାଷୀମାନେ କହିଛନ୍ତି। ପଦ୍ମପୁର ଉପଖଣ୍ଡରେ ଶନିବାର ଭୋରରୁ କାଳବୈଶାଖୀର ପ୍ରଭାବ ସେତେ ଅନୁଭୂତ ହୋଇ ନ ଥିଲା। ସାମାନ୍ୟ ପବନ ବହିଥିବାବେଳେ ଉକ୍ତ ଅଞ୍ଚଳରେ ବର୍ଷା ହୋଇ ନ ଥିଲା। ଫଳରେ ସମ୍ପୃକ୍ତ ଅଞ୍ଚଳର ମଣ୍ଡି ଗୁଡ଼ିକର ଖୋଲା ଆକାଶତଳେ ପଡ଼ିଥିବା ଲକ୍ଷାଧିକ କୁଇଣ୍ଟାଲ ଧାନ ଝଡ଼ବର୍ଷା ଦାଉରୁ ରକ୍ଷା ପାଇଯାଇଛି। କିନ୍ତୁ ଝଡ଼ବର୍ଷା ସମ୍ଭାବନା ଟଳି ନ ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବର୍ଷା ହେଲେ ଚାଷୀଙ୍କ ଧାନ ଉଜୁଡ଼ି ଯିବା ଆଶଙ୍କା ରହିଛି। ଧାନ ଉଠାଣ ଦାବିରେ ପଦ୍ମପୁରରେ ଚାଷୀଙ୍କ ଆନ୍ଦୋଳନ ୩୧ଦିନରେ ପହଞ୍ଚି ଥିବା ବେଳେ ଏପର୍ଯ୍ୟନ୍ତ ସରକାରୀ କଳ ଏବଂ ପ୍ରଶାସନ ସେ ଦିଗରେ ଠୋସ୍‌ ପଦକ୍ଷେପ ନେଇନାହିଁ। ଆଗକୁ ପୁଣି କାଳବୈଶାଖୀ ସମ୍ଭାବନା ଥିବାରୁ ଝଡ଼ବର୍ଷା ପୂର୍ବରୁ ମଣ୍ଡିରେ ପଡ଼ିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri