ବାପା ଲଗାଇଥିବା ଗଛ ଦେଉଛି ରୋଜଗାର: ଲିଚୁ ବିକି ମାଲାମାଲ …

ଖଜୁରିପଡ଼ା,୧୩।୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଇଛି। ଲିଚୁ ଓ ଆମ୍ବ ବିକ୍ରିକରି ବେଶ୍‌ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି କୁହନ୍ତି ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଦଳ ପଡ଼ା ପଞ୍ଚାୟତର ଲମ୍ବା ବାଡ଼ି ଗ୍ରାମର ଲଳିନୀ କାନ୍ତ କହଁର। ବୟସ ୫୨ ବର୍ଷ। ପରିବାର କହିଲେ, ସ୍ତ୍ରୀ ଓ ଝିଅ ପୁଅ ୪ଜଣ ସଦସ୍ୟ। ପୁଅ ଉଦିତ ନାରାୟଣ କହଁର ଏବେ ଗ୍ରାଜୁଏଶନ ପାଠପଢ଼ି ଭୁବନେଶ୍ୱରଠାରେ କମ୍ପ୍ୟୁଟର ପାଠପଢ଼ୁଛି। ଘରକୁ ଆସିଲେ ଚାଷ କାମରେ ସାହାଯ୍ୟ କରନ୍ତି। ଝିଅ ପଢ଼ା ସାରି ଏକ ସଂସ୍ଥାରେ ଚାକିରି କରୁଛନ୍ତି। ଘର କାମରୁ ସମୟ ମିଳିଲେ ସ୍ତ୍ରୀ ଲଳିତା ଚାଷ କାମରେ ସାହାଯ୍ୟ କରନ୍ତି। ଲଳିନୀ କାନ୍ତଙ୍କ କହିବା ଅନୁଯାୟୀ ତାଙ୍କ ବାପା ଚକ୍ରମଣି କହଁର ୨ ଏକର ଜମିରେ ଲିଚୁ ଏବଂ ଆମ୍ବ ଗଛ ଲଗାଇଥିଲେ। ସେହି ଗଛରୁ ଲିଚୁ ଏବଂ ଆମ୍ବ ସଂଗ୍ରହ କରି ଫୁଲବାଣୀ ବଜାରରେ ଲିଚୁ କିଲୋ ୨୦୦ ଟଙ୍କାରେ ଏବଂ ଆମ୍ବ ୫୦ରୁ ୧୦୦ ଟଙ୍କା ଭିତରେ କିଲୋ ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଧାନ, ମାଣ୍ଡିଆ ସହିତ ପନିପରିବା ଚାଷ କରି ତାହା ମଧ୍ୟ ବଜାରରେ ନେଇ ବିକ୍ରି କରନ୍ତି। ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଗ୍ରହୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେଣୁ ଆଜିର ଯୁବପିଢ଼ି ଚାଷ ପ୍ରତି ଆଗ୍ରହୀ ହୋଇ ଚାଷକଲେ ଭଲ ରୋଜଗାର କରିପାରନ୍ତେ। ସେ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, କୂପଟିଏ ଯୋଗାଇ ଦେଲେ ଚାଷ କରିବା ସମୟରେ ପାଣି ସମସ୍ୟା ରହନ୍ତା ନାହିଁ। ତାଙ୍କ ବାଡ଼ି ବଗିଚାର ଲିଚୁ ମିଠା ଓ ସୁଆଦିଆ ଥିବାରୁ ଗ୍ରାହକଙ୍କ ଭିଡ ଲାଗିଥାଏ। ଲିଚୁ ଫଳ ତାଙ୍କୁ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଉଛି ଏବଂ ଭଲ ରୋଜଗାର ବି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?