ଚତୁରତା ଫସର ଫାଟିଲା

୨୦୧୪ ନିର୍ବାଚନରେ ଯେତେବେଳେ ଭାଜପା କ୍ଷମତାକୁ ଆସିଲା ସେତେବେଳେ କହିଥିଲା ଯେ, ବିଦେଶୀ ବ୍ୟାଙ୍କରେ ଯେଉଁମାନେ ପୂର୍ବ ସରକାରଙ୍କ ଦ୍ୱାରା ଲାଭବାନ ହୋଇ କଳାଟଙ୍କା ରଖିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବା ସହିତ ସେହିସବୁ ଅର୍ଥକୁ ଦେଶକୁ ଫେରାଇ ଅଣାଯିବ। ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦିଆଯିବ। କିନ୍ତୁ ସେହି ୧୫ ଲକ୍ଷ ଏପର୍ଯ୍ୟନ୍ତ ଆସିନାହିଁ। ଏପରିକି ମୋଦି ସରକାରଙ୍କର ଦୀର୍ଘ ୧୦ ବର୍ଷ ବିତିଯିବା ପରେ ବି କୌଣସି ଗୋଟିଏ ନାମ ପଦାକୁ ଆସିପାରି ନାହିଁ। ଏହାର ଦୁଇଟି ଅର୍ଥ ହୋଇପାରେ। ପ୍ରଥମ କଥାଟି ହେଉଛି ମୋଦି ସରକାରଙ୍କ ଏହି କଥା ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ଦ୍ୱିତୀୟଟି ହେଉଛି ଯେଉଁସବୁ ପ୍ରଭାବଶାଳୀ ଶିଳ୍ପପତି କିମ୍ବା ରାଜନେତା ବିଦେଶୀ ବ୍ୟାଙ୍କରେ ଭାରତରୁ ଲୁଟିଥିବା ପଇସାକୁ ରଖିଥିଲେ ସେମାନଙ୍କ ସହିତ ବୁଝାମଣା ଓ ନେଣଦେଣ ହୋଇଯାଇଥିବାରୁ କୌଣସି ଅର୍ଥ ଫେରିଲା ନାହିଁ।
ଓଡ଼ିଆରେ ଗାଉଁଲି କଥା ଅଛି ”ଯିଏ ଥରେ ମିଛ କହେ, ସିଏ ବାରମ୍ବାର ମିଛ କହିପାରେ।“ ବିଦେଶରେ ଭାରତର ଧନ ଠୁଳ ରହିଛି ବୋଲି ଦାବି କରିଆସୁଥିବା ମୋଦି ନିଜେ କ୍ଷମତାରେ ଥାଇ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ କରାଇଲେ। ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ଯେଉଁମାନେ ରାଜନୈତିକ ଦଳକୁ ଅର୍ଥ ଦେବାକୁ ଚାହିଁବେ ତାଙ୍କ ନାମ ଗୋପନ ରଖାଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଯେକୌଣସି ବ୍ୟକ୍ତି ବା ସଂସ୍ଥା ୨୦ ହଜାର ଟଙ୍କାରୁ ଅଧିକ କୌଣସି ରାଜନୈତିକ ଦଳକୁ ଦାନ ଦେବ ତାହାକୁ ସମ୍ପୃକ୍ତ ରାଜନୈତିକ ଦଳକୁ ବାଧ୍ୟତାମୂଳକ ଭାବେ ସର୍ବସମ୍ମୁଖରେ ଜଣାଇବାକୁ ପଡ଼ିବ। ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଜନାରେ ଏହିଭଳି ଗୋପନୀୟତା ଯୋଗୁ ତାହାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି। ଏପର୍ଯ୍ୟନ୍ତ ପ୍ରାୟ ୧୩ ହଜାର କୋଟି ଇଲେକ୍ଟୋରାଲ୍‌୍‌ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ଆସିଛି। ଜଣାଥାଉ ଯେ ଇଲେକ୍ଟୋରାଲ୍‌ ବଣ୍ଡ୍‌ କେବଳମାତ୍ର ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ମୂଲ୍ୟର ଚିଠା ମାଧ୍ୟମରେ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଦ୍ୱାରା ପ୍ରଦାନ କରାଯାଇଛି। ଆଶ୍ଚର୍ଯ୍ୟର ବିଷୟ ହେଲା ୯୦ ପ୍ରତିଶତରୁ ଅଧିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ ୧ କୋଟି ମୂଲ୍ୟର କିଣାଯାଇଛି। ଏହା ପ୍ରମାଣ କରୁଛି ଯେ ସାଧାରଣ ଜନତା ଇଲେକ୍ଟୋରାଲ୍‌୍‌ ବଣ୍ଡ୍‌ ମାଧ୍ୟମରେ ତାଙ୍କ ପ୍ରିୟ ରାଜନୈତିକ ଦଳଗୁଡ଼ିକୁ ଅର୍ଥ ଦାନ କରିନାହାନ୍ତି। ଏହି ପ୍ରଚ୍ଛଦପଟରେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଇଲେକ୍ଟୋରାଲ୍‌ ବଣ୍ଡ୍‌ କିଣିଥିବା ବ୍ୟକ୍ତିବିଶେଷ ଓ କମ୍ପାନୀମାନଙ୍କ ନାମ ଜାଣିବାର ଅଧିକାର ଜନତାଙ୍କର ଅଛି। କାରଣ ଏହି ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ଆଡକୁ ନବନିର୍ବାଚିତ ସରକାର ଢଳିବା ଅବଶ୍ୟମ୍ଭାବୀ।
ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଜନା ବିରୋଧରେ ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ଏବଂ ଅନ୍ୟ କେତେକ ସଂସ୍ଥା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଫେବୃଆରୀ ୧୫ ତାରିଖରେ ସେହି ଯୋଜନାକୁ ବେଆଇନ ଘୋଷଣା କରି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଏସ୍‌ବିଆଇ ଯିଏକି ଏକମାତ୍ର ଇଲେକ୍ଟୋରାଲ୍‌ ବଣ୍ଡ୍‌ ଗ୍ରହଣ କରିବାର କ୍ଷମତାପ୍ରାପ୍ତ ହୋଇଥିଲା, ତାହା ନିକଟରେ ଥିବା ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କ ସମ୍ମୁଖରେ ପ୍ରଦାନ କରିବ। ଷ୍ଟେଟ୍‌ବ୍ୟାଙ୍କ ସେହି ରାୟକୁ ମାନିବା ପରିବର୍ତ୍ତେ ତଥ୍ୟ ଦେବାକୁ ଜୁନ୍‌ ମାସ ପର୍ଯ୍ୟନ୍ତ ସମୟ ବୃଦ୍ଧି କରିବାକୁ ନିବେଦନ କଲା। ସେହି ନିବେଦନ ଉପରେ ଶୁଣାଣି କରି ନିର୍ଦ୍ଦେଶ ଦେବା ପୂର୍ବରୁ ଏଡିଆର୍‌, ସିପିଏମ୍‌ ଏବଂ କାନ୍‌କାଜ୍‌ (ଏକ ଏନ୍‌ଜିଓ) ତରଫରୁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଗଲା ଯେ ଆଜିର ଯୁଗରେ ଷ୍ଟେଟ୍‌ବ୍ୟାଙ୍କ ପାଖରେ ସବୁ ତଥ୍ୟ କମ୍ପ୍ୟୁଟରାଇଜ୍‌ଡ ହୋଇ ରହୁଛି। ତତ୍‌ସହିତ ପ୍ରତ୍ୟେକ ଇଲେକ୍ଟୋରାଲ୍‌ ବଣ୍ଡ୍‌ କିଣିଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ବାଧ୍ୟବାଧକତାମୂଳକ ତାଙ୍କର କଓ୍ବୋଇସି ପୂରଣ କରିଛନ୍ତି। ସେଥିପାଇଁ ଷ୍ଟେଟ୍‌ବ୍ୟାଙ୍କକୁ ସମ୍ପୂର୍ଣ୍ଣ ତଥ୍ୟ ଏକାଠି କରି ପ୍ରଦାନ କରିବାକୁ ହେଲେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ସମୟ ଲାଗିବ। ଅଧିକ ସମୟ ମାଗିବା ପଛରେ ଏସ୍‌ବିଆଇର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ସମସ୍ତେ ବୁଝିପାରିଲେ। ବ୍ୟାଙ୍କର ନିବେଦନରେ ଜୁନ୍‌ ମାସ ପର୍ଯ୍ୟନ୍ତ ସମୟ ମାଗିବାର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ଶେଷ ହୋଇଯାଇଥିବ।
ଯିଏ କଳାଧନ ବିଦେଶରୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ସିଏ ଏବେ ତାଙ୍କ ଅଧୀନ ବ୍ୟାଙ୍କକୁ ତଥ୍ୟ ଦେବାରୁ ବିରତି ରହିବା ପାଇଁ ନିର୍ଦ୍ଦେଶ ଦେଇଥାଇ ପାରନ୍ତି ବୋଲି କେତେକ ମହଲରେ ଆଲୋଚନା ହେଉଛି। ଆଜିର ଶୁଣାଣି ପରେ ସୁପ୍ରିମ୍‌କୋର୍ଟ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୧୨ ତାରିଖରେ ଷ୍ଟେଟ୍‌ବ୍ୟାଙ୍କକୁ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟସୀମାରେ କାମ କରିବା ପାଇଁ ନିର୍ଦ୍ଦେଶ ସାଧାରଣରେ ଭାରତୀୟ ବ୍ୟବସ୍ଥାରେ କେହି କାହାକୁ ଦିଅନ୍ତି ନାହିଁ। ଏହି ଖବର ଗଣମାଧ୍ୟମରେ ସର୍ବୋଚ୍ଚକୁ ଚାଲିଆସିଲେ ରାଜନୈତିକ କ୍ଷତି ଘଟିପାରେ ବୋଲି ବୋଧହୁଏ ସରକାର ଚିନ୍ତା କଲେ। ସେଥିପାଇଁ ବିନା ପ୍ରସ୍ତୁତିରେ ସିଏଏ (ନାଗରିକ ସଂଶୋଧନ ଆଇନ) କାର୍ଯ୍ୟକାରୀ କରାଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri