Posted inଫୁରସତ

ଷ୍ଟାଡିୟମ୍‌ ଭିତରେ ଚାଲୁଛି ଟ୍ରେନ୍‌

ଫୁଟବଲ୍‌ ପ୍ରେମୀ ସାରା ପୃଥିବୀରେ ଅଛନ୍ତି। କ୍ରିକେଟ ପରି ଫୁଟବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଖୁବ୍‌ ଭିଡ ବି ହୁଏ। ତେବେ ଭାବିଲେ ଦେଖି ଏଇ ମ୍ୟାଚ ଦେଖିବା ସମୟରେ ଯଦି ଷ୍ଟାଡିୟମ୍‌ ଭିତର ଦେଇ ଟ୍ରେନ ଆସିଯାଏ ଆପଣ କ’ଣ କରିବେ। ଭାବୁଥିବେ, ଏମିତି କ’ଣ କେବେ ସମ୍ଭବ। ହଁ, ଏହା ସମ୍ଭବ। ସ୍ଲୋଭାକିଆର ସିର୍ନି ବାଲୋଗ ସହରରେ ଅଛି ଏହି ଅଜବ ଷ୍ଟାଡିୟମଟି, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ହେଲେ ଆରମ୍ଭରୁ ଷ୍ଟାଡିୟମ ଓ ରେଳଟ୍ରାକ ଗୋଟିଏ ସ୍ଥାନରେ ନ ଥିଲା। ପ୍ରଥମେ ତିଆରି ହୋଇଥିଲା ଏହି ରେଳଟ୍ରାକଟି। କିନ୍ତୁ ଅଶିଦଶକରେ ଉକ୍ତ ରେଳ ଟ୍ରାକ କିଛି ବର୍ଷ ପର୍ଯ୍ୟନ୍ତ ଅଚଳ ଭାବେ ପଡିରହିଥିଲା। ଏଇ ସମୟରେ ହିଁ ମ୍ୟୁନିସିପାଲିଟି ସେଠାରେ ଫୁଟବଲ ଷ୍ଟାଡିୟମ କରିଥିଲା। ୯୦ଦଶକରେ ଉକ୍ତ ରେଳଟ୍ରାକ୍‌ର ପୁନଃ ଉଦ୍ଧାର କରାଯାଇଥିଲା। ଆଉ ୧୯୯୨ରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୋଚନ ହୋଇଥିଲା। ଫଳରେ ଫୁଟବଲ ଷ୍ଟାଡିୟମ ଦେଇ ରେଳ ଗଡିବା ଆରମ୍ଭ ହେଲା। ଏହା ଏକ ନ୍ୟାରୋଗେଜ ରେଳ ଅଟେ। ୧୭ କି.ମି. ଲମ୍ବ ଏହି ଟ୍ରାକ ଦେଇ ଏକ ଛୋଟ ବାଷ୍ପଚାଳିତ ଟ୍ରେନ ଯାଇଥାଏ। ମ୍ୟାଚ୍‌ ଚାଲିଥିବାବେଳେ ଯେବେ ଏହି ଟ୍ରେନ ଭକ୍‌ ଭକ୍‌ ଧୁଆଁ ଉଡାଇ ହର୍ନ ବଜାଇ ଷ୍ଟାଡିୟମ ଦେଇ ଗତି କରେ ଦର୍ଶକଙ୍କର ଧ୍ୟାନ ମ୍ୟାଚ୍‌ ଉପରୁ ହଟିବା ସହ ଖେଳାଳିଙ୍କର ବି କିଛିଟା ଧ୍ୟାନ ହଟିଥାଏ। ତଥାପି ସେମାନେ ଏହାକୁ ନଜର ନ ଦେଇ ମ୍ୟାଚ ଜାରି ରଖିବାକୁ ଚେଷ୍ଟା କରନ୍ତି। ଫଳରେ ମ୍ୟାଚ୍‌ ଦେଖିବାର ଏକ ଭିନ୍ନ ଅନୁଭୁତି ଦର୍ଶକ ଏଠାରେ ପାଇଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?