ଶୀତଳତାର ପାରମ୍ପରିକ ଉପାୟ

ରୁତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ ସାହି ପିଲାଙ୍କ ବୁଡାବୁଡି ଖେଳ, ସାବେଳକୁ ନଦୀକୂଳର ମନଛୁଆଁ ପବନ ଓ ବିଳମ୍ବିତ ରାତ୍ରି ପ୍ରହର ଯାଏ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକଙ୍କ ଏକାଠି ମେଳ ଇତ୍ୟାଦି ଘଟଣାର ସ୍ମୃତି ଏବେବି ଆମ ଗ୍ରାମ୍ୟ ଜୀବନରେ ଉଜ୍ଜୀବିତ। ମାତ୍ର ଘୋର ପରିତାପର ବିଷୟ ଯେ, ପୂର୍ବର ସେ ମଧୁର ଗ୍ରୀଷ୍ମଋତୁ ଏବେ ଆଉ ନାହିଁ। ଏଥର ଗ୍ରୀଷ୍ମ ଋତୁରେ ଆମ ରାଜ୍ୟରେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ କିମ୍ବା ତା’ ଉପରେ ରହିଥିଲା। ନିକଟରେ ପଶ୍ଚିମ ଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଆଲୋଚନାର ଶିରୋନାମା ପାଲଟିଛି। ପାଖାପାଖିର ତାପମାତ୍ରା, ପ୍ରଚଣ୍ଡ ଗରମ, ଗୁଳୁଗୁଳି, ଅଂଶୁଘାତ ଓ ଝାଞ୍ଜି ପବନରେ ଅତିଷ୍ଠ ଆଜିର ସାଧାରଣ ଜନଜୀବନ। ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା ଫଳ ମିଳୁ ନାହିଁ।
ଖରାଦିନେ ମାଟି କାନ୍ଥ ଓ ନଡ଼ା ଛପର ଘରେ ବାସ କରିବା ଆରାମ ଦାୟକ। ମାଟି ଓ ନଡ଼ା ତାପର ଭଲ କୁପରିବାହୀ ପଦାର୍ଥ ହୋଇଥିବାରୁ ଏହାକୁ ଭେଦ କରି ବାହାରର ତାପ ସହଜରେ ଘର ଭିତରେ ପ୍ରବେଶ କରିପାରେ ନାହିଁ। ସୁତରାଂ ଏଭଳି ଘର ଖରାଦିନେ ବେଶ ଥଣ୍ଡା ଓ ଆରାମଦାୟକ ଜଣାପଡ଼େ। ଅନ୍ୟପକ୍ଷରେ, ଟିଣ, ଆଜବେଷ୍ଟସ କିମ୍ବା କଙ୍କ୍ରିଟରେ ତିଆରି କୋଠାଘର ତାପର ଭଲ ସୁପରିବାହୀ ପଦାର୍ଥ ହୋଇ ଥିବାରୁ ଏଭଳି ଘର ଖରାଦିନେ ଗରମ ଓ ଅସ୍ବସ୍ତିିକର ଜଣାପଡେ। ଘରର ମୁଖ୍ୟ ଛାତ ତଳେ ବାଉଁଶବତା, ମାଟି, କାଠପଟା କିମ୍ବା ଥର୍ମୋକଲ ଭଳି ପଦାର୍ଥରେ ଅନ୍ୟ ଏକ ଛାତ(ଆଟୁ) ନିର୍ମାଣ କରିବା ଉଚିତ। ଏହାଦ୍ୱାରା ଛାତ ଦେଇ ପ୍ରବେଶ କରୁଥିବା ତାପ ପ୍ରତିହତ ହୋଇ ଘରଟା ଟିକିଏ ଥଣ୍ଡା ଜଣା ପଡେ। ଖରା ସାମାନ୍ୟ ଟାଣ ହେବା ମାତ୍ରେ ଘରର କବାଟ, ଝରକା ସବୁ ବନ୍ଦ କରିଦେବା ଉଚିତ। ଘରର ଫାଙ୍କ ସ୍ଥାନ ସବୁ ଅଖାରେ ବୁଜି ଦେବା ଆବଶ୍ୟକ। ଏହାଦ୍ୱାରା ବାହାରର ବିକିରିତ ତାପରଶ୍ମି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଘର ଭିତରେ ବାୟୁ ସଞ୍ଚାଳନ ପାଇଁ ପଙ୍ଖା ଚଲେଇବା ଉଚିତ।
ଖଟ, ଗଦି, ମଶିଣା, ବେଡସିଟ୍‌ ଆଦି ତାପର କୁପରିବାହୀ ବସ୍ତୁ ହୋଇ ଥିବାରୁ ଏସବୁ ସାମଗ୍ରୀ ବ୍ୟବହାର କଲେ ଶରୀରର ତାପ ସହଜରେ ବାହାରକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ। ସୁତରାଂ ଖରାଦିନେ, ଏସବୁ ବ୍ୟବହାର ନ କରି ସିଧାସଳଖ ଭୂଇଁ ଉପରେ ଶୋଇଯିବା ଭଲ। ଏହାଦ୍ୱାରା ଶରୀରର ତାପ ଭୂଇଁକୁ ସ୍ଥାନାନ୍ତରିତ ହେବାରୁ ଥଣ୍ଡା ଓ ଆରାମ ଲଗେ। ମାଟିପାତ୍ର ଯେପରି ସୁରେଇ, ମାଠିଆ କିମ୍ବା ଘୁମରେ ଥିବା ପାଣି ପିଇବା ଉଚିତ। ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣିଠାରୁ ଥଣ୍ଡା, କାଲୁଆ ଓ ଆରାମଦାୟକ ହୋଇଥାଏ। ମାଟିପାତ୍ରର ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଦେଇ ଜଳ ପଦାକୁ ଝରି ଆସେ, ଯାହା ସମୟକ୍ରମେ ପାତ୍ରରୁ ତାପ ସଂଗ୍ରହ କରି ବାଷ୍ପ ହୋଇ ଚାଲିଯାଏ। ଏହି କ୍ରମାଗତ ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ହିଁ ପାତ୍ରରେ ଥିବା ଜଳ ଥଣ୍ଡା ଓ ସୁଶୀତଳ ରହିଥାଏ। ଖରାଦିନେ ଫିଲଟରରୁ ପରିଷ୍କତ ପାଣି ନେଇ ମାଟି ପାତ୍ରରେ ଥଣ୍ଡା କରି ପିଇବା ଉଚିତ।
ଖରାଦିନେ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଯେପରି ପଖାଳଭାତ, କାକୁଡି, ତରଭୁଜ, ଦହିପାଣି, ତାଳସଜ ଇତ୍ୟାଦି ଖାଇବା ଦରକାର। ଏହାଦ୍ୱାରା ଶରୀରର ଜଳୀୟ ପରିମାଣ ବୃଦ୍ଧି ପାଇଥାଏ। ସମୟକ୍ରମେ, ଏହି ଜଳୀୟ ଅଂଶ ଝାଳ ରୂପରେ ପଦାକୁ ନିଷ୍କ୍ରାନ୍ତ ହୁଏ। ଏହି ଝାଳର ବାଷ୍ପୀଭବନ ପ୍ରକ୍ରିୟା ଯୋଗୁ ହିଁ ଶୀତଳତା ସୃଷ୍ଟି ହୁଏ। ଅଧିକ ଗରମ ଲାଗିଲେ ଦେହରେ ପାଣି ବୋଳି ହୋଇ ପଙ୍ଖା ପବନରେ ଦଣ୍ଡେ ବସିଯିବା ଉଚିତ। ଏହାଦ୍ୱାରା ଶରୀରରୁ ପାଣିର ଦ୍ରୁତ ବାଷ୍ପୀଭବନ ଘଟି ଅଧିକ ଶୀତଳତା ସୃଷ୍ଟି ହୁଏ। ଚିକ୍କଣ ଧଳା ରଙ୍ଗ ମଳିନ କଳାରଙ୍ଗ ତୁଳନାରେ କମ ତାପ ଶୋଷଣ କରିଥାଏ। ସୁତରାଂ ଖରାଦିନେ ରଙ୍ଗ ବେରଙ୍ଗର ପୋଷାକ ପରିବର୍ତ୍ତେ ଧଳା ରଙ୍ଗର ପତଳା, ଚିକ୍କଣ ଓ ସଫା ପୋଷାକ (ଯେପରି ଧୋତି) ପରିଧାନ କରିବା ଉଚିତ। ପୁନଶ୍ଚ, ଘର ଭିତରେ ପଶୁଥିବା ତାପ ରଶ୍ମିକୁ ପ୍ରତିହତ କରିବା ପାଇଁ ଘର ବାହାର ପଟ କାନ୍ଥରେ ଚିକ୍କଣ ଧଳା ରଙ୍ଗ (ଯେପରି ଏନାମେଲ ରଙ୍ଗ) ବୋଳି ଦେବା ଉଚିତ। ଖରାଦିନେ ମାତ୍ର ଗୋଟିଏ ଓଳି ରୋଷେଇ କରି ଶୀଘ୍ର ତାପର ଉତ୍ସ ନିଆଁକୁ ଲିଭେଇ ଦେବା ଉଚିତ। ସେହି ଭାତକୁ ପଖାଳ କରି ଦିନସାରା ଖାଇବା ଭଲ।
ଖରାଦିନେ ସକାଳେ ଥରେ ଗାଧୋଇବା ବ୍ୟତୀତ ସନ୍ଧ୍ୟାବେଳେ ଆଉ ଥରେ ନଦୀ କିମ୍ବା ଗଡିଆ ପାଣିରେ ଭଲକରି ବୁଡି ସ୍ନାନ କରିବା ଉଚିତ। ଜଳରେ କିଛି ସମୟ ବୁଡ଼ି ରହିଲେ ଶରୀରରୁ ତାପ ପରିବହନ ଜରିଆରେ ଜଳକୁ ସ୍ଥାନାନ୍ତରିତ ହୁଏ। ପୁଣି ଗାଧୋଇବା ଦ୍ୱାରା ଦିନବେଳେ ଦେହରେ ଜମିଥିବା ମଇଳା ଧୋଇ ହୋଇଯିବା ଦ୍ୱାରା ଶରୀରର ସ୍ବେଦଗ୍ରନ୍ଥୀସବୁ ଉନ୍ମୁକ୍ତ ହୋଇ ଯାଆନ୍ତି। ଫଳରେ ଶରୀରରୁ ଭଲ ଝାଳ ନିର୍ଗତ ହୁଏ, ଯାହା ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ଶୀତଳତା ସୃଷ୍ଟିକରେ। ଆହୁରି ମଧ୍ୟ ଗାଧୋଇ ସାରି ପଦାକୁ ଆସିଲେ, ଦେହରେ ଜମିଥିବା ଜଳ ଦ୍ରୁତ ବାଷ୍ପୀଭବନ ହେବାରୁ ଶରୀରକୁ ବେଶ୍‌ ଶୀତଳ ଓ ଆରାମ ଜଣାପଡେ। ଘର ଭିତରେ ପଶୁଥିବା ବିକିରିତ ତାପରଶ୍ମିକୁ ପ୍ରତିହତ କରିବା ନିମନ୍ତେ ଅଗଣାରେ ଓଦା ଅଖା କିମ୍ବା ବେଣାଚେରରେ ତିଆରି ମଶିଣା ଟାଙ୍ଗି ସେଥିରେ ସମୟ ସମୟରେ ପାଣି ସିଞ୍ଚନ କରିବା ଉଚିତ। ତାପ କୌଣସି ପଦାର୍ଥ ମଧ୍ୟରେ ତରଙ୍ଗ ରୂପରେ ସ୍ଥାନାନ୍ତରିତ ହୋଇଥାଏ। କଙ୍କ୍ରିଟ ମଧ୍ୟରେ ଏହି ତରଙ୍ଗର ଗତି ବାସ୍ତବପକ୍ଷରେ ଅତି ମନ୍ଥର ହୋଇ ଥିବାରୁ ଦିନବେଳେ ଗୃହୀତ ତାପ କୋଠାଘରର କଙ୍କ୍ରିଟ ଛାତ ଭେଦକରି ରାତି ସମୟରେ ଘର ଭିତରେ ପ୍ରବେଶ କରିଥାଏ। ଫଳରେ ରାତିବେଳେ ଏଭଳି ଘରେ ଶୀତଳତା ନିମନ୍ତେ ଯେତେ ଯାହା କଲେ ସୁଦ୍ଧା ଥଣ୍ଡା ମିଳେ ନାହିଁ। ଏଭଳି ଗରମରୁ ରଷା ପାଇବା ପାଇଁ ହେଲେ ରାତି ସମୟରେ ଘର ଭିତରେ ନ ଶୋଇ ପଦାରେ ମୁକ୍ତ ଆକାଶ ତଳେ ଶୋଇଯିବା ବରଂ ଭଲ। ଗଛ ବିକିରିତ ତାପରଶ୍ମିକୁ ଶୋଷି ନେଉ ଥିବାରୁ ଘର ଚାରିପଟେ ଛାୟାପ୍ରଦ, ଝଙ୍କାଳିଆ ଗଛ ଲଗାଇବା ଭଲ।
ଶୀତଳତା ଆହରଣ ନିମନ୍ତେ ଏହିସବୁ ଉପାୟ ନିଶ୍ଚିତ, ଶସ୍ତା, ସୁଲଭ ତଥା ପାରମ୍ପରିକ ଭାବେ ଆମର ଅତି ପ୍ରିୟ। ଏସବୁ ପଦ୍ଧତି ମଧ୍ୟ ବିଜ୍ଞାନ ସମ୍ମତ, ପରିବେଶପ୍ରିୟ ଓ ପ୍ରଦୂଷଣ ବିହୀନ। ଏବେ ଶୀତଳତା ସୃଷ୍ଟି ନିମନ୍ତେ ଫ୍ରିଜ, କୁଲର୍‌, ଏସି ଆଦି ଅନେକ କତ୍ରିମ ଉପକରଣ ଉପଲବ୍ଧ ହୋଇଥିଲେ ହେଁ ସେଥିରୁ ଆହରିତ ଶୀତଳତା ବାସ୍ତବପକ୍ଷରେ ଥଣ୍ଡା ସୃଷ୍ଟି କରେ ନାହିଁ। ଏସବୁ ଉପକରଣ କେବଳ ଗୋଟିଏ ଜାଗାରୁ ଥଣ୍ଡା କାଢି ନେଇ ଅନ୍ୟ ଜାଗାରେ ଜମା କରନ୍ତି। ଯେପରି, ଫ୍ରିଜ ନିଜ ଭିତରୁ ଥଣ୍ଡା କାଢି ନେଇ ଘର ଭିତରେ ଜମା କରେ; ଫଳରେ ଘର ଭିତରଟା ଗରମ ଲାଗେ। ସୁତରାଂ ଏସବୁ ଉପକରଣରୁ ଚିରସ୍ଥାୟୀ ଥଣ୍ଡା ମିଳେ ନାହିଁ। ଏହି ପରିପ୍ରେକ୍ଷୀରେ ଶୀତଳତାର ସନ୍ଧାନ ଆମ ପାଇଁ ସତେ ଯେପରି ଅସରନ୍ତି ମୃଗତୃଷ୍ଣାର ଜଳ ପାଲଟି ଯାଇଛି। ସୁତରାଂ ଆଗାମୀ ଦିନରେ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ବୋଧହୁଏ ଗାଁ ଗହଳିର ସେହି ପାରମ୍ପରିକ ପଦ୍ଧତିକୁ ପୁଣି ଫେରି ଯିବାକୁ ପଡିବ।
-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?