ପ୍ରାଚୀନ ‘ଅଙ୍କ’ ପରମ୍ପରାକୁ ଭୁଲିଗଲେଣି ଯୁବପିଢ଼ି

ଖଣ୍ଡପଡା,୮ା୯(ସ୍ବ.ପ୍ର): ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଂଟିଲୋ ଅଂଚଳରେ ପାରମ୍ପରିକ ସୁନିଆ ବା ଅଙ୍କ ପର୍ବ ପାଳିତ ହୋଇ ଯାଇଛି।  ଏହି ‘ଅଙ୍କ’ ପର୍ବ ପ୍ରଚଳିତ ପ୍ରାଚୀନ ପରମ୍ପରା ଓ ଐତିହ୍ୟ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରିଆସିଛି। ଓଡ଼ିଶାରେ ରାଜକୀୟ ନବ ବର୍ଷ ଆରମ୍ଭ ହୁଏ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍‌ ବାମନ ଜନ୍ମ ଦିବସ ତଥା ସୁନିଆ ଦିନରେ। ସୂଚନାଯୋଗ୍ୟ, ସୁନିଆଁ ହେଉଛି  ଓଡିଆ ରାଜାଙ୍କ ରାଜତ୍ୱ ଅଙ୍କ ଗଣନା ବର୍ଷର ପ୍ରଥମ ଦିନ। ରାଜା ରାଜୁଡା ଅମଳରେ ଏହି ସୁନିଆଁ ଦିନଠାରୁ ରାଜସ୍ବ ଆଦାୟ ଆରମ୍ଭ ହୋଇଥାଏ ଏବଂ ଅଙ୍କ ବର୍ଷ ଅନୁସାରେ ଗଣନା କରାଯାଏ। ଏହି ଦୃଷ୍ଟିରୁ ସୁନିଆଁ ହେଉଛି ରାଜା, ପ୍ରଜା ଉଭୟଙ୍କ ବର୍ଷ ଆରମ୍ଭର ଦିବସ। ଧାନ ଅମଳ ପରେ ପ୍ରଜାଙ୍କଠାରୁ ରାଜସ୍ବ ଆଦାୟର ସୁବିଧା ପାଇଁ ରାଜା ବା ଜମିଦାରମାନେ ଏହି ଅମଳ ଅଙ୍କ ବର୍ଷର ଆରମ୍ଭ ଆଜିର ଦିନଠାରୁ କରିଥିଲେ। ଏହି ଦିନ ପ୍ରଜାମାନେ ରାଜାମାନଙ୍କୁ ବିଭିନ୍ନ ଭେଟି ବା ଉପହାର ପ୍ରଦାନ କରୁଥିଲେ। ସୁନିଆଁ ବା ବାମନ ଜନ୍ମ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ଚିହ୍ନିତ କରାଯାଏ। ଏହାକୁ ‘ଅଙ୍କ’ କଟାଇବା ବୋଲି ସାଧାରଣରେ କୁହାଯାଏ। ଜମିଦାରୀ ପ୍ରଥା ଓ ରାଜ ରାଜୁଡା ଶାସନ ଉଚ୍ଛେଦ ପରେ ସୁନିଆଁ ଦିନର ଗୁରୁତ୍ୱ ଆଜି କମି ଯାଇଛି ସତ ମାତ୍ର ଏଥି ମଧ୍ୟରେ ଏକ ପରମ୍ପରା ସ୍ମୃତି ଅନ୍ତର୍ନିହିତ ରହିଛି।
ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ଜୀଉ ଏବଂ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିଲା। ଏହି ଶିଳ୍ପର ଶତାଧିକ କାରିଗର ସୁନିଆଁ ଦିନ କଂସା ପିତ୍ତଳର ନୂତନ ଧରଣର ସାମଗ୍ରୀ ପ୍ରସ୍ତୁତ କରି ମହାଜନ ବା ସାହୁକାର ଓ ଶିଳ୍ପ ସମବାୟ ସମିତିଙ୍କୁ ଭେଟି ଦେଇଥାନ୍ତି।  ଏହାପରେ ସମସ୍ତ କାରିଗର, ମହାଜନ ଓ ସମିତିର କର୍ମକର୍ତ୍ତାମାନେ ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ଭୋଜି ଭାତ କରି ପାଳନ କରିଥାନ୍ତି। ଏବେ କିନ୍ତୁ କଂସା ପିତ୍ତଳ ବାସନ ଶିଳ୍ପ ବିଭିନ୍ନ କାରଣରୁ ବୁଡି ଯିବାକୁ ବସିଲାଣି। କାରିଗରମାନେ ଜୀବନ ଜୀବିକା ହରାଇ ଅନ୍ୟ ଧନ୍ଦାରେ ନିୟୋଜିତ ହେଲେଣି। ଅପରପକ୍ଷରେ ମହାଜନମାନେ ବାସନ ଶିଳ୍ପର ରୁଗ୍‌ଣ ଅବସ୍ଥା ଯୋଗୁ କାରିଗରମାନଙ୍କୁ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ସମ୍ଭବ ହେଉନି। ଫଳରେ ପରବର୍ତ୍ତୀ ସମୟରେ ମହାଜନ ଏବଂ ବିଭିନ୍ନ ସମବାୟ ସମିତି ସହିତ କାରିଗରମାନଙ୍କ  ବ୍ୟବସାୟୀକ ସମ୍ପର୍କ ତୁଟି ଗଲାଣି। ତେବେ ପରମ୍ପରାକୁ କେବଳ ବଜାୟ ରଖିବାକୁ ଶିଳ୍ପ ଅନୁଷ୍ଠାନରେ ଅଙ୍କ ବା ସୁନିଆଁ ପୂଜା କରାଯାଉଥିଲା। ଏହି ପରିପ୍ରେକ୍ଷୀରେ କଣ୍ଟିଲୋଠାରେ ୧୯୬୦ରୁ ପ୍ରତିଷ୍ଠା କରାଯାଇଥିବା ନୀଳମାଧବ କଂସା ପିତ୍ତଳ ସମବାୟ ସମିତି ଲିଃର ସମସ୍ତ କାରିଗର ସୁନିଆଁରେ ବିଭିନ୍ନ ପ୍ରକାର ସୌଖୀନ ସାମଗ୍ରୀ ପ୍ରସ୍ତୁତ କରି ସମିତିକୁ ପ୍ରଦାନ କରୁଥିଲେ ଏବଂ ଆଡମ୍ବର ସହକାରେ ଏହି ଦିବସଟିକୁ ପାଳନ କରୁଥିଲେ। ମାତ୍ର ପରିଚାଳନାଗତ ତ୍ରୁଟି ଯୋଗୁ ଏହି ସମିତି ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ଦୟନୀୟ ଅବସ୍ଥାରେ ଥିବା ସଂପୃକ୍ତ ସୋସାଇଟି ପରମ୍ପରାକୁ ଜାବୁଡି ଧରି ପ୍ରତି ବର୍ଷ ଅଙ୍କ ପର୍ବ ପାଳନ କରି ଆସୁଥିବା ବେଳେ ଗତ କିଛି ବର୍ଷ ହେବ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କଣ୍ଟିଲୋ ଅଞ୍ଚଳରେ ବାସନ ଶିଳ୍ପ ଦୟନୀୟ ଅବସ୍ଥାରେ ପହଁଞ୍ଚତ୍ଥିବା ବେଳେ ଆଜି କୌଣସି କାରିଗର ତା’ର ହାତ ତିଆରି ବାସନ ସାମଗ୍ରୀ  ଆଉ ଉପହାର ଆକାରରେ ଦେବାର ଦେଖିବାକୁ ମିଳୁନି। ତେବେ ଆଜିର ମଙ୍ଗଳବାର ଦିନରେ କଣ୍ଟିଲୋ ଅଞ୍ଚଳର କେତେକ କାରିଗର ନିଜର କୌଳିକ ବୃତ୍ତିକୁ ଆଦରି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସେମାନଙ୍କ ଉପତ୍ାଦିତ କଂସା ପିତଳ ବାସନ ସାମଗ୍ରୀ ଯୋଗାଉଛନ୍ତି। ଫଳରେ ଆଜିର ଏହି ପବିତ୍ର ଅଙ୍କ ପରମ୍ପରାକୁ ସେମାନେ ଭୁଲି ନ ଯାଇ ମହା ଆଡମ୍ବର ସହକାରେ ପାଳନ କରୁଥିବା ପରିଲକ୍ଷିତ ହୋଇଥିଲା। କଂସା ପିତଳ ଶିଳ୍ପକୁ ମୁଖ୍ୟ କୌଳିକ ବୃତ୍ତି ଭାବେ ବଞ୍ଚାଇ ରଖି ଥିବା କଣ୍ଟିଲୋ ପାଣୁସାହୁ ପାଟଣା ଗ୍ରାମର କାହ୍ନୁ ବ୍ରାସ ୟୁନିଟ, ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ଲିଃର ଦାୟିତ୍ୱରେ ଥିବା ଯଥାକ୍ରମେ ସନ୍ତୋଷ କୁମାର ମହାରଣା ଓ ଦଣ୍ଡପାଣି ସାହୁ ଏବଂ ବିଦୁର ବେହେରା ପାଟଣା ଗ୍ରାମର ଏକ ପୁରାତନ କଂସା ପିତ୍ତଳ ବାସନ ପ୍ରତିଷ୍ଠାନ ତଥା ମହାଜନ ସ୍ବର୍ଗତ ଭଗବାନ ସାହୁ ଏଣ୍ଡକୋ ପରମ୍ପରାକୁ ମନେ ପକାଇ  ବାସନ ବ୍ୟବସାୟ ନ ଥିଲେ ମଧ୍ୟ ସେମାନଙ୍କ ବଂଶଜ ସଞ୍ଜୟ କୁମାର ସାହୁ ଓ ଅଜୟ କୁମାର ସାହୁ ଲକ୍ଷ୍ମୀନାରାୟଣ ମୂର୍ତ୍ତି ପାଖରେ ରଖି ଅଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି। ତେବେ ଆଜିର ଯୁବ ପିଢି ଏ ଅଙ୍କ ପରମ୍ପରାକୁ ଭୁଲିଯିବାକୁ ବସିଲାଣି ବୋଲି ନିଖିଳ ଉକତ୍ଳ କଂସାରୀ ସମାଜ ଓଡିଶାର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା, ସମ୍ପାଦକ ଶ୍ରୀପତି ମହାରଣା ଓ କଂସାରୀ ସମାଜର ପୂର୍ବତନ ସଭାପତି ଇଂ. ନକୁଳ ସାହୁ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri