ପ୍ରାଚୀନ ‘ଅଙ୍କ’ ପରମ୍ପରାକୁ ଭୁଲିଗଲେଣି ଯୁବପିଢ଼ି

ଖଣ୍ଡପଡା,୮ା୯(ସ୍ବ.ପ୍ର): ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଂଟିଲୋ ଅଂଚଳରେ ପାରମ୍ପରିକ ସୁନିଆ ବା ଅଙ୍କ ପର୍ବ ପାଳିତ ହୋଇ ଯାଇଛି।  ଏହି ‘ଅଙ୍କ’ ପର୍ବ ପ୍ରଚଳିତ ପ୍ରାଚୀନ ପରମ୍ପରା ଓ ଐତିହ୍ୟ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରିଆସିଛି। ଓଡ଼ିଶାରେ ରାଜକୀୟ ନବ ବର୍ଷ ଆରମ୍ଭ ହୁଏ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍‌ ବାମନ ଜନ୍ମ ଦିବସ ତଥା ସୁନିଆ ଦିନରେ। ସୂଚନାଯୋଗ୍ୟ, ସୁନିଆଁ ହେଉଛି  ଓଡିଆ ରାଜାଙ୍କ ରାଜତ୍ୱ ଅଙ୍କ ଗଣନା ବର୍ଷର ପ୍ରଥମ ଦିନ। ରାଜା ରାଜୁଡା ଅମଳରେ ଏହି ସୁନିଆଁ ଦିନଠାରୁ ରାଜସ୍ବ ଆଦାୟ ଆରମ୍ଭ ହୋଇଥାଏ ଏବଂ ଅଙ୍କ ବର୍ଷ ଅନୁସାରେ ଗଣନା କରାଯାଏ। ଏହି ଦୃଷ୍ଟିରୁ ସୁନିଆଁ ହେଉଛି ରାଜା, ପ୍ରଜା ଉଭୟଙ୍କ ବର୍ଷ ଆରମ୍ଭର ଦିବସ। ଧାନ ଅମଳ ପରେ ପ୍ରଜାଙ୍କଠାରୁ ରାଜସ୍ବ ଆଦାୟର ସୁବିଧା ପାଇଁ ରାଜା ବା ଜମିଦାରମାନେ ଏହି ଅମଳ ଅଙ୍କ ବର୍ଷର ଆରମ୍ଭ ଆଜିର ଦିନଠାରୁ କରିଥିଲେ। ଏହି ଦିନ ପ୍ରଜାମାନେ ରାଜାମାନଙ୍କୁ ବିଭିନ୍ନ ଭେଟି ବା ଉପହାର ପ୍ରଦାନ କରୁଥିଲେ। ସୁନିଆଁ ବା ବାମନ ଜନ୍ମ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ଚିହ୍ନିତ କରାଯାଏ। ଏହାକୁ ‘ଅଙ୍କ’ କଟାଇବା ବୋଲି ସାଧାରଣରେ କୁହାଯାଏ। ଜମିଦାରୀ ପ୍ରଥା ଓ ରାଜ ରାଜୁଡା ଶାସନ ଉଚ୍ଛେଦ ପରେ ସୁନିଆଁ ଦିନର ଗୁରୁତ୍ୱ ଆଜି କମି ଯାଇଛି ସତ ମାତ୍ର ଏଥି ମଧ୍ୟରେ ଏକ ପରମ୍ପରା ସ୍ମୃତି ଅନ୍ତର୍ନିହିତ ରହିଛି।
ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ଜୀଉ ଏବଂ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିଲା। ଏହି ଶିଳ୍ପର ଶତାଧିକ କାରିଗର ସୁନିଆଁ ଦିନ କଂସା ପିତ୍ତଳର ନୂତନ ଧରଣର ସାମଗ୍ରୀ ପ୍ରସ୍ତୁତ କରି ମହାଜନ ବା ସାହୁକାର ଓ ଶିଳ୍ପ ସମବାୟ ସମିତିଙ୍କୁ ଭେଟି ଦେଇଥାନ୍ତି।  ଏହାପରେ ସମସ୍ତ କାରିଗର, ମହାଜନ ଓ ସମିତିର କର୍ମକର୍ତ୍ତାମାନେ ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ଭୋଜି ଭାତ କରି ପାଳନ କରିଥାନ୍ତି। ଏବେ କିନ୍ତୁ କଂସା ପିତ୍ତଳ ବାସନ ଶିଳ୍ପ ବିଭିନ୍ନ କାରଣରୁ ବୁଡି ଯିବାକୁ ବସିଲାଣି। କାରିଗରମାନେ ଜୀବନ ଜୀବିକା ହରାଇ ଅନ୍ୟ ଧନ୍ଦାରେ ନିୟୋଜିତ ହେଲେଣି। ଅପରପକ୍ଷରେ ମହାଜନମାନେ ବାସନ ଶିଳ୍ପର ରୁଗ୍‌ଣ ଅବସ୍ଥା ଯୋଗୁ କାରିଗରମାନଙ୍କୁ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ସମ୍ଭବ ହେଉନି। ଫଳରେ ପରବର୍ତ୍ତୀ ସମୟରେ ମହାଜନ ଏବଂ ବିଭିନ୍ନ ସମବାୟ ସମିତି ସହିତ କାରିଗରମାନଙ୍କ  ବ୍ୟବସାୟୀକ ସମ୍ପର୍କ ତୁଟି ଗଲାଣି। ତେବେ ପରମ୍ପରାକୁ କେବଳ ବଜାୟ ରଖିବାକୁ ଶିଳ୍ପ ଅନୁଷ୍ଠାନରେ ଅଙ୍କ ବା ସୁନିଆଁ ପୂଜା କରାଯାଉଥିଲା। ଏହି ପରିପ୍ରେକ୍ଷୀରେ କଣ୍ଟିଲୋଠାରେ ୧୯୬୦ରୁ ପ୍ରତିଷ୍ଠା କରାଯାଇଥିବା ନୀଳମାଧବ କଂସା ପିତ୍ତଳ ସମବାୟ ସମିତି ଲିଃର ସମସ୍ତ କାରିଗର ସୁନିଆଁରେ ବିଭିନ୍ନ ପ୍ରକାର ସୌଖୀନ ସାମଗ୍ରୀ ପ୍ରସ୍ତୁତ କରି ସମିତିକୁ ପ୍ରଦାନ କରୁଥିଲେ ଏବଂ ଆଡମ୍ବର ସହକାରେ ଏହି ଦିବସଟିକୁ ପାଳନ କରୁଥିଲେ। ମାତ୍ର ପରିଚାଳନାଗତ ତ୍ରୁଟି ଯୋଗୁ ଏହି ସମିତି ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ଦୟନୀୟ ଅବସ୍ଥାରେ ଥିବା ସଂପୃକ୍ତ ସୋସାଇଟି ପରମ୍ପରାକୁ ଜାବୁଡି ଧରି ପ୍ରତି ବର୍ଷ ଅଙ୍କ ପର୍ବ ପାଳନ କରି ଆସୁଥିବା ବେଳେ ଗତ କିଛି ବର୍ଷ ହେବ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କଣ୍ଟିଲୋ ଅଞ୍ଚଳରେ ବାସନ ଶିଳ୍ପ ଦୟନୀୟ ଅବସ୍ଥାରେ ପହଁଞ୍ଚତ୍ଥିବା ବେଳେ ଆଜି କୌଣସି କାରିଗର ତା’ର ହାତ ତିଆରି ବାସନ ସାମଗ୍ରୀ  ଆଉ ଉପହାର ଆକାରରେ ଦେବାର ଦେଖିବାକୁ ମିଳୁନି। ତେବେ ଆଜିର ମଙ୍ଗଳବାର ଦିନରେ କଣ୍ଟିଲୋ ଅଞ୍ଚଳର କେତେକ କାରିଗର ନିଜର କୌଳିକ ବୃତ୍ତିକୁ ଆଦରି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସେମାନଙ୍କ ଉପତ୍ାଦିତ କଂସା ପିତଳ ବାସନ ସାମଗ୍ରୀ ଯୋଗାଉଛନ୍ତି। ଫଳରେ ଆଜିର ଏହି ପବିତ୍ର ଅଙ୍କ ପରମ୍ପରାକୁ ସେମାନେ ଭୁଲି ନ ଯାଇ ମହା ଆଡମ୍ବର ସହକାରେ ପାଳନ କରୁଥିବା ପରିଲକ୍ଷିତ ହୋଇଥିଲା। କଂସା ପିତଳ ଶିଳ୍ପକୁ ମୁଖ୍ୟ କୌଳିକ ବୃତ୍ତି ଭାବେ ବଞ୍ଚାଇ ରଖି ଥିବା କଣ୍ଟିଲୋ ପାଣୁସାହୁ ପାଟଣା ଗ୍ରାମର କାହ୍ନୁ ବ୍ରାସ ୟୁନିଟ, ବାପୁଜୀ ବାସନ ଶିଳ୍ପ ସହଯୋଗ ସମିତି ଲିଃର ଦାୟିତ୍ୱରେ ଥିବା ଯଥାକ୍ରମେ ସନ୍ତୋଷ କୁମାର ମହାରଣା ଓ ଦଣ୍ଡପାଣି ସାହୁ ଏବଂ ବିଦୁର ବେହେରା ପାଟଣା ଗ୍ରାମର ଏକ ପୁରାତନ କଂସା ପିତ୍ତଳ ବାସନ ପ୍ରତିଷ୍ଠାନ ତଥା ମହାଜନ ସ୍ବର୍ଗତ ଭଗବାନ ସାହୁ ଏଣ୍ଡକୋ ପରମ୍ପରାକୁ ମନେ ପକାଇ  ବାସନ ବ୍ୟବସାୟ ନ ଥିଲେ ମଧ୍ୟ ସେମାନଙ୍କ ବଂଶଜ ସଞ୍ଜୟ କୁମାର ସାହୁ ଓ ଅଜୟ କୁମାର ସାହୁ ଲକ୍ଷ୍ମୀନାରାୟଣ ମୂର୍ତ୍ତି ପାଖରେ ରଖି ଅଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି। ତେବେ ଆଜିର ଯୁବ ପିଢି ଏ ଅଙ୍କ ପରମ୍ପରାକୁ ଭୁଲିଯିବାକୁ ବସିଲାଣି ବୋଲି ନିଖିଳ ଉକତ୍ଳ କଂସାରୀ ସମାଜ ଓଡିଶାର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା, ସମ୍ପାଦକ ଶ୍ରୀପତି ମହାରଣା ଓ କଂସାରୀ ସମାଜର ପୂର୍ବତନ ସଭାପତି ଇଂ. ନକୁଳ ସାହୁ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri